ଧସୁଛି ନିର୍ମାଣାଧୀନ ଖରସ୍ରୋତା ନଦୀବନ୍ଧ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର କୋରେଇ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର ବ୍ଲକ ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଥିବା ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ନିୟନ୍ତ୍ରଣ ଯୋଜନା ଚାଲିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀବନ୍ଧ ନର୍ମାଣ ଓ ସୁଦୃଢ଼ୀକରଣ କାମ ହେଉଛି। ଅଥଚ ବଜେଟ୍‌ ଅନୁସାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ନ କରି ଅତି ନିମ୍ନମାନର କାର୍ଯ୍ୟ ହେଉଥିବାରୁ ନିର୍ମାଣ ସମୟରେ ହିଁ ନଦୀବନ୍ଧ ଧସି ଯାଉଥିବା ଦେଖିବାକୁ ମିଳିଛି।
ଖରସ୍ରୋତା ନଦୀର ଡାହାଣ ପାର୍ଶ୍ୱ ଜାତୀୟ ରାଜପଥ(ଏନଏଚ୍‌)୧୬ଠାରୁ ମହେଶ୍ୱରପୁର ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ନଦୀବନ୍ଧର ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ମାଟି ଧସି ଶତାଧିକ ଗାଁର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସେହିପରି ଆର୍‌ ଏଣ୍ଡ ବି ପକ୍ଷରୁ ଏହାର ବାମ ପାର୍ଶ୍ୱ ନଦୀବନ୍ଧ ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୁଢ଼ୀକରଣ କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର ହୋଇଥିବାରୁ ବନ୍ୟା ସମୟରେ ଘାଈ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଚଳିତ ବର୍ଷ ଏଯାଏ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନ ଥିଲେ ହେଁ ଉଭୟ ନଦୀବନ୍ଧକୁ ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି । ଏନେଇ ବନ୍ୟା ପ୍ରଭାବିତ ଗ୍ରାମବାସୀ ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ ନ କରି ସେ ଠିକାଦାରଙ୍କ ସପକ୍ଷରେ ଅଛନ୍ତି ବୋଲି କହିଛନ୍ତି।
ଯାଜପୁର ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ୨୦୨୦ ଅଗଷ୍ଟ ବନ୍ୟାରେ ଜିଲାର ନଦୀବନ୍ଧଗୁଡିକରେ ୨୫ଟି ଘାଈ ସୃଷ୍ଟି ହୋଇ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୪ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜଳ ସମ୍ପଦ ବିଭାଗର ଚେତା ପଶିନି। ଏହି ୪ ବର୍ଷ ମଧ୍ୟରେ ନଦୀବନ୍ଧଗୁଡ଼ିକର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ, ଘାଈ ମରାମତି ଇତ୍ୟାଦି କାର୍ଯ୍ୟରେ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିମଧ୍ୟରୁ ଖରସ୍ରୋତା ନଦୀର ଡାହାଣପାର୍ଶ୍ୱ କେଉଁଟଲଗୁଆଁ, ବିଲିପଡା, ବାହାଦଲାପୁର, ଚିନ୍ତାପୁରି, କମାରପାଲ, ଘୋଳପୁର, ବାଙ୍କ, ମହେଶ୍ୱରପୁର ଇତ୍ୟାଦି ଗ୍ରାମକୁ ଲାଗି ଯାଇଥିବା ନଦୀବନ୍ଧ ଧସୁଥିବା ଦେଖିବାକୁ ମିଳିଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଠିକାଦାର ୬/୭ ମାସ ତଳେ ମେଟାଲ ଓ ଆସ୍‌ ପକାଇ ଛାଡି ଦେଇଛନ୍ତି। ସେବେଠାରୁ ଠିକାଦାର କିମ୍ବା ଯନ୍ତ୍ରୀଙ୍କ ଦେଖା ମିଳୁନି। ଏଥିପାଇଁ ଆବଣ୍ଟିତ ପ୍ରାୟ ୧୫ କୋଟି ଟଙ୍କା ଚଲୁ କରି ଦିଆଯାଇଥିବା ଅନୁମାନ କରାଯାଉଛି। ଓଡ଼ିଶା କନଷ୍ଟ୍ରକ୍ସନ କମ୍ପାନୀ(ଓସିସି) ପକ୍ଷରୁ ନଦୀବନ୍ଧଗୁଡିକର ନିର୍ମାଣ କାର୍ଯ୍ୟ ଚାଲିଛି। ଆଶ୍ଚର୍ଯ୍ୟ କଥା, ଏହି ସମୟରେ ବର୍ଷା କିମ୍ବା ବାତ୍ୟା ଭଳି କୌଣସି ଦୈବୀଦୁର୍ବିପାକ ହୋଇନାହିଁ। ହେଲେ ନଦୀବନ୍ଧ ମାଟି ଧସିବା ପରେ ଆଖପାଖ ଅଞ୍ଚଳବାସୀ ଉକ୍ତ ନଦୀବନ୍ଧ ଉପରେ ଭରସା ହରାଇ ସାରିଛନ୍ତି।
ଏ ସଂକ୍ରାନ୍ତରେ ଜାରକା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ କାମଦେବ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି,ଉକ୍ତ ନଦୀବନ୍ଧ ନିର୍ମାଣ ଚାଲିଛି। ଏଥିପ୍ରତି ବିଭାଗ ସତର୍କ ରହିଛି। ଯେଉଁଠି ମାଟି ଧସିଛି ସେଠାରେ ମରାମତି କରାଯିବ। ଠିକାଦାର କାମ କରୁ ନ ଥିବାରୁ ସେହି କାମକୁ ପାଣିକୋଇଲି ଆର ଆଣ୍ଡ ବିକୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?