ତଳ ସ୍ତରରେ ଅନିଶ୍ଚିତତା

Dillip Cherian

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ କାର୍ଯ୍ୟ ଜାରି ରଖିବା ବା ନିରନ୍ତରତା ଦୃଷ୍ଟିକୋଣରୁ ଏହା ଯୁକ୍ତିଯୁକ୍ତ ମନେହୁଏ। କିନ୍ତୁ ଯେତେବେଳେ ଶୀର୍ଷ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ଶାସନର ଏକ ନିୟମିତ ଧାରା ପାଲଟିଯାଏ, ସେତେବେଳେ ବ୍ୟବସ୍ଥା କାହିଁକିି ଆଗକୁ ବଢ଼ିବାରେ ଅସମର୍ଥ ବୋଲି ପ୍ରଶ୍ନ ଉଠେ। ଶୀର୍ଷସ୍ତରରେ ପ୍ରତ୍ୟେକ କାର୍ଯ୍ୟକାଳ ବୃଦ୍ଧି ଉତ୍ତରାଧିକାରୀ ପାଳିକୁ ଅଣଦେଖା କରେ। ଶୀର୍ଷ ପଦବୀ ପାଇଁ ୩ ଦଶନ୍ଧି କିମ୍ବା ତା’ଠାରୁ ଅଧିକ ସମୟ ଧରି ପ୍ରସ୍ତୁତ ହୋଇ ରହିଥିବା ଅଧିକାରୀମାନେ ଅନୁଭବ କରନ୍ତି ଯେ ଯଦି ସେମାନଙ୍କ ପାଳି ପଡ଼ିବାବେଳକୁ ପୂର୍ବରୁ ପଦବୀରେ କେହି ଜଣେ ରହନ୍ତି ତେବେ ଯୋଗ୍ୟତା, ବରିଷ୍ଠତା ଏବଂ ଅଭିଜ୍ଞତାର କୌଣସି ମୂଲ୍ୟ ରହେ ନାହିଁ। ଫଳରେ ପଦବୀ ଆଶାୟୀମାନଙ୍କ ମନୋବଳ ଭାଙ୍ଗିଯାଏ। କ୍ୟାରିୟର ଅନିଶ୍ଚିତତା ମଧ୍ୟକୁ ଠେଲିହୋଇଯାଏ ଏବଂ କେବଳ ଆକଳନରେ ସୀମିତ ରହିଯାଏ। କାର୍ଯ୍ୟକାଳ ଜାରି ରଖିବା ପାଇଁ ସରକାରଙ୍କ ଯୁକ୍ତିରେ ଅଭିଜ୍ଞତାର ମୂଲ୍ୟ ଅଧିକ ବୋଲି ବୁଝିହେଉଛି। କିନ୍ତୁ ଏହା ଉତ୍ତରାଧିକାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାର ଏକ ଯୁକ୍ତି ହୋଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ଅବସର ପରବର୍ତ୍ତୀ କାର୍ଯ୍ୟକାଳ ବୃଦ୍ଧି କେତେକ ବିଶେଷ ସ୍ଥିତିରେ ହେବା ଉଚିତ। ହେଲେ ଏହା ଯେତେବେଳେ ସାଧାରଣ ହୋଇଯାଉଛି ସେତେବେଳେ ସମସ୍ୟା ଉପୁଜୁଛି। ତେବେ ଏକ ଶକ୍ତିଶାଳୀ ପ୍ରଶାସନିକ ବ୍ୟବସ୍ଥା ପାଇଁ ସବୁବେଳେ କେତେଜଣ ଅଧିକାରୀଙ୍କୁ ‘ଅପରିହାର୍ଯ୍ୟ’ ବୋଲି ଭାବିବା ଉଚିତ ନୁହେଁ। ପ୍ରଶାସନିକ ବ୍ୟବସ୍ଥା ଦକ୍ଷ ଉତ୍ତରାଧିକାରୀ ସୃଷ୍ଟି କରିବା ଦରକାର।
ନିଷ୍ପତ୍ତି ବଦଳିଗଲା
ଉଚ୍ଚଶିକ୍ଷା ସଚିବ ଭାବରେ ନରେଶ ପାଲ୍‌ ଗଙ୍ଗୱାରଙ୍କ ପ୍ରସ୍ତାବିତ କାର୍ଯ୍ୟକାଳ ମାତ୍ର ୩ ସପ୍ତାହ ରହିଥିଲା ଏବଂ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଦାୟିତ୍ୱ ଗ୍ରହଣ କରିପାରିଲେ ନାହିଁ। କେନ୍ଦ୍ର ସରକାର ଏବେ ତାଙ୍କ ସ୍ଥାନରେ ଦୀପ୍ତି ଗୌର ମୁଖାର୍ଜୀଙ୍କୁ ନିଯୁକ୍ତ କରିଛନ୍ତି। ଏହା କେବଳ ଏକ ଅଶୋଭନୀୟ ଘଟଣା । ପ୍ରକୃତରେ ଏହାକୁ ନେଇ ସରକାରଙ୍କର ଯୋଗ୍ୟତା ଓ ସତ୍ୟାସତ୍ୟ ଯାଞ୍ଚ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠୁଛି। ବିଶେଷକରି ପ୍ରତିଯୋଗିତାମୂଳକ ପରୀକ୍ଷାକୁ ନେଇ ବିଶ୍ୱସନୀୟତା ସଙ୍କଟର ସମ୍ମୁଖୀନ ହୋଇଥିବା ଏକ ମନ୍ତ୍ରଣାଳୟରେ ସଚିବ ସ୍ତରୀୟ ନିଯୁକ୍ତି ବିଷୟ ଛୋଟ କଥା ନୁହେଁ କିମ୍ବା ସର୍ବସାଧାରଣରେ ଉପଲବ୍ଧ ଥିବା ତଥ୍ୟକୁ ଜାଣିବା ପାଇଁ ସରକାରଙ୍କୁ କୌଣସି ସାର୍ବଜନୀନ ବିବାଦର ଆବଶ୍ୟକତା ପଡ଼ିବା ଉଚିତ ନୁହେଁ। ବିଡ଼ମ୍ବନା ହେଉଛି, ଉଚ୍ଚଶିକ୍ଷା ପ୍ରଶାସନକୁ ନେଇ ଚଳାଇଥିବା ଯାଞ୍ଚ ଓ ତୀବ୍ର ସମାଲୋଚନା ମଧ୍ୟରେ କେନ୍ଦ୍ର ସରକାର ବିନୀତ ଜୋଷୀଙ୍କୁ ହଟାଇ ଦେଇଥିଲେ। କିନ୍ତୁ ତାଙ୍କ ସ୍ଥାନରେ ଏପରି ଜଣେ ଅଧିକାରୀଙ୍କୁ ଅବସ୍ଥାପିତ କଲେ ଯାହାଙ୍କ ନିଯୁକ୍ତି ତୁରନ୍ତ ଆଉ ଏକ ବିବାଦ ସୃଷ୍ଟିକଲା। ସେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ହିଁ ସରକାର ଚୁପ୍‌ଚାପ୍‌ ନିଷ୍ପତ୍ତି ବଦଳାଇଦେଲେ। ଏକ ପ୍ରଶାସନିକ ବ୍ୟବସ୍ଥା ଏପରି କାମ କରିବା ଉଚିତ ନୁହେଁ। ବଦଳି ଆଦେଶ ପ୍ରତ୍ୟାହାର କରାଯାଇପାରେ, ନିର୍ଦ୍ଦେଶନାମାରେ ସଂଶୋଧନ କରାଯାଇପାରେ; କିନ୍ତୁ ପ୍ରତ୍ୟେକ ୟୁ-ଟର୍ନ କିମ୍ବା ନିଷ୍ପତ୍ତି ବଦଳାଇବା ପାଇଁ ଏକ ମୂଲ୍ୟ ଦେବାକୁ ପଡ଼ିଥାଏ। ଏହା ସରକାରୀ ବ୍ୟବସ୍ଥାକୁ କମ୍‌ ସଚେତନ, କମ୍‌ ସ୍ଥିର ଏବଂ ସତ କହିବାକୁ ଗଲେ କମ୍‌ ଦକ୍ଷ ବୋଲି ଦର୍ଶାଇଥାଏ। ଗଙ୍ଗୱାରଙ୍କୁ କାହିଁକି ହଟାଗଲା ତାହା ଏକ ବଡ଼ ପ୍ରଶ୍ନ ନୁହେଁ ; ପ୍ରଶ୍ନ ହେଉଛି ତାଙ୍କୁ ପ୍ରଥମେ ନିଯୁକ୍ତ କରାଯାଇଥିଲା କାହିଁକି?
ରାମ ମନ୍ଦିର ସିଇଓ ଦୌଡ଼
ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ ପଦବୀ ପୂରଣ ପାଇଁ ପ୍ରତିଯୋଗିତା ଚାଲିଛି। ସୂଚନା ଅନୁଯାୟୀ, ବିଜ୍ଞାପନ ପ୍ରକାଶ ପାଇବାର ମାତ୍ର କେଇଟା ଦିନ ମଧ୍ୟରେ ୧,୦୦୦ରୁ ଅଧିକ ଆବେଦନ ଆସିଥିଲା। ପରେ ଏହି ସଂଖ୍ୟା ୬,୨୦୦ ଅତିକ୍ରମ କରିଗଲା। ଏହିି ଦୌଡ଼ରେ ଅବସରପ୍ରାପ୍ତ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ, ପୂର୍ବତନ ସରକାରୀ ଅଧିକାରୀ, ସାମରିକ କର୍ମଚାରୀ, ଅର୍ଥ ବିଶେଷଜ୍ଞ ଏବଂ ପ୍ରଶାସକମାନେ ସାମିଲ ଥିଲେ। ପ୍ରାୟ ୨୦ ଜଣ ମନୋନୀତ ପ୍ରାର୍ଥୀଙ୍କ ସାକ୍ଷାତ୍‌କାର ନିଆଯାଇଥିବା କୁହାଯାଉଛି। ତେବେ ସିଇଓ ଏପରି ଏକ ସଂଗଠନର ଦାୟିତ୍ୱ ନେବେ, ଯାହା ଉପରେ ବିପୁଳ ଜନବିଶ୍ୱାସ ରହିଛି, ଯେଉଁଠାରେ ବିପୁଳ ପରିମାଣର ଦାନ ଆସୁଛି, ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି ଏବଂ ମନ୍ଦିରକୁ କେନ୍ଦ୍ରକରି ଏକ ଜଟିଳ ବ୍ୟବସ୍ଥା ଗଢ଼ିଉଠୁଛି। ଦାନ ଚୋରି ଅଭିଯୋଗ ମଧ୍ୟରେ ଏହି ପଦବୀ ସୃଷ୍ଟି ହୋଇଛି। ଏଣୁ ଏଠାରେ ସ୍ବଚ୍ଛତା ଏବଂ ଆର୍ଥିକ ନିୟନ୍ତ୍ରଣର ବିଶେଷ ଗୁରୁତ୍ୱ ରହିଛି। ଆମେ ଜାଣିବାରେ ପ୍ରଶାସନିକ ଅଭିଜ୍ଞତା ଅନେକ କ୍ଷେତ୍ରରେ ସାହାଯ୍ୟକରେ। କିନ୍ତୁ ସରକାରୀ ଫାଇଲ କାମରେ ଦକ୍ଷ ଜଣେ ଅଧିକାରୀ ଟ୍ରଷ୍ଟ ପାଇଁ ଦରକାର ନାହିଁ; ବରଂ ସୁଶାସନ, ଆର୍ଥିକ ଉତ୍ତରଦାୟିତ୍ୱ, ପ୍ରଯୁକ୍ତିବିଦ୍ୟା, ଭିଡ଼ ପରିଚାଳନା କରିପାରୁଥିବା ଜଣେ ବ୍ୟବସାୟିକ ବିଶେଷଜ୍ଞ ଲୋଡ଼ା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ବ୍ୟକ୍ତି-କେନ୍ଦ୍ରିକ ନ ହୋଇ ସ୍ଥାୟୀ ବ୍ୟବସ୍ଥା ଗଢ଼ିପାରୁଥିବେ। ବିଶ୍ୱାସର ପ୍ରତୀକ ଭାବେ ନିର୍ମିତ ଏକ ମନ୍ଦିରକୁ ଏବେ କର୍ପୋରେଟ୍‌ ଶୈଳୀର ଶାସନ ବ୍ୟବସ୍ଥା ଆବଶ୍ୟକ । ସିଇଓ ପଦବୀ କେବଳ ଏକ ଅବସର ପରବର୍ତ୍ତୀ ନିଯୁକ୍ତି ନୁହେଁ ବୋଲି ବୁଝିପାରୁଥିବା ବ୍ୟକ୍ତିି ହୁଏତ ସର୍ବୋତ୍ତମ ପ୍ରାର୍ଥୀ ହେବେ। ଏହା ଏକ ଜନବିଶ୍ୱାସର ପଦବୀ ଏବଂ ଏହା ଉପରେ ଜନସାଧାରଣ ନିଶ୍ଚିତ ଭାବେ ତୀକ୍ଷ୍ଣ ନଜର ରଖିବେ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?