୧୨ ଟନ୍‌ ବିପଜ୍ଜନକ ରାସାୟନିକ ନେଇ ଯାଉଥିବା ୟୁକ୍ରେନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ…

ପଲେଖୋରି,୧୭।୭ : ଉତ୍ତର ଗ୍ରୀସର କାଭାଲା ସହର ନିକଟରେ ଏକ ୟୁକ୍ରେନ ଏୟାରଲାଇନ୍ସର କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶନିବାର ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଦୁଇ ଘଣ୍ଟା ଧରି ବିସ୍ଫୋରଣ ଶୁଣି ନିଆଁ ଜଳୁଥିବା ଦେଖିଥିଲେ। ଗ୍ରୀକ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନଟି ସର୍ବିଆରୁ ଜୋର୍ଡାନକୁ ଯାଉଥିଲା। ସୋଭିଏତ ଦ୍ୱାରା ନିର୍ମିତ ଏହି ଟର୍ବୋପ୍ରୋପ ବିମାନ ମେରିଡିଆନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ଗ୍ରୀକ ଗଣମାଧ୍ୟମ କହିଛି ଯେ ବିମାନରେ ଆଠ ଜଣକର୍ମଚାରୀ ଥିଲେ। ବିମାନରେ ୧୨ ଟନ ବିପଜ୍ଜନକ ରାସାୟନିକ ସାମଗ୍ରୀ ଥିଲା।

ତେବେ ବିମାନରେ କେଉଁ ସାମଗ୍ରୀ ରହିଥିଲା ସେ ସମ୍ପର୍କରେ ସେମାନଙ୍କର କୌଣସି ସଠିକ ସୂଚନା ନାହିଁ ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି। ଦୁର୍ଘଟଣାସ୍ଥଳରୁ ପ୍ରବଳ ଦୁର୍ଗନ୍ଧ ହେତୁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ନିକଟସ୍ଥ ଦୁଇଟି ଅଞ୍ଚଳରେ ରହୁଥିବା ଲୋକଙ୍କୁ ରାତିସାରା ଝରକା ବନ୍ଦ ରଖିବାକୁ, ଘରୁ ବାହାରକୁ ନଆସିବାକୁ ଏବଂ ମାସ୍କ ପିନ୍ଧିବାକୁ କୁହାଯାଇଛି। ବିମାନରେ ବିପଜ୍ଜନକ ରାସାୟନିକ ପଦାର୍ଥ ଅଛି କି ନାହିଁ ତାହା ସେମାନେ ଜାଣି ନାହାଁନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

ଗ୍ରୀସର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ପାଇଲଟ ବିମାନର ଗୋଟିଏ ଇଞ୍ଜିନରେ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ତାଙ୍କୁ ଥେସଲାନିକୀ କିମ୍ବା କାଭାଲା ବିମାନ ବନ୍ଦରରେ ଅବତରଣ କରିବାର ବିକଳ୍ପ ଦିଆଯାଇଥିଲା। ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିବାକୁ ପଡିବ ବୋଲି କହି କାଭାଲାରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିଛି ସମୟ ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନଟି ବିମାନବନ୍ଦରର ପ୍ରାୟ ୪୦ କିଲୋମିଟର ପଶ୍ଚିମ ଦିଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ସ୍ଥାନୀୟ ଲୋକ ନିଆଁ ଏବଂ ଧୂଆଁ ଦେଖିଥିବାର ସୂଚନା ଦେଇଛନ୍ତି। ଅଗ୍ନିଶମ ସେବା ଘଟଣାସ୍ଥଳରେ ୪୦୦ ମିଟର ପରିସରକୁ କର୍ଡନ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏତ୍‌ନାମରେ ବନ୍ୟା ବିତ୍ପାତ

ହାନୋଇ,୬।୯: ଭିଏତ୍‌ନାମରେ ନିକଟରେ ହୋଇଥିବା ଲଘୁଚାପ ଯୋଗୁ ସହରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଛି। ଫଳରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ...

ଚନ୍ଦ୍ରକୁ ଯିବାକୁ ମହିଳା ବନ୍ଧୁ ଖୋଜୁଛନ୍ତି ଜାପାନର ଯୁବକ

ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା...

ସଂକ୍ରମଣ ସତ୍ତ୍ୱେ ସ୍କୁଲ ଖୋଲୁ

ଓ୍ବାଶିଂଟନ,୨୬ା୭: ଆମେରିକାରେ କରୋନା ଭୟଙ୍କର ରୂପ ନେଇଥିବାବେଳେ ସ୍କୁଲ୍‌ ଖୋଲିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାହୁଁଛନ୍ତି। ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ...

ହାଓଡି ମୋଦି ପାଇଁ ପ୍ରସ୍ତୁତ ହ୍ୟୁଷ୍ଟନ

ଓ୍ବାଶିଂଟନ,୨୧।୯: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ପ୍ରାୟ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେଠାରେ ସମସ୍ତ...

ଆଣବିକ ଚୁକ୍ତିକୁ ମାନିବନି ଇରାନ

ତେହେରାନ,୭ା୧: ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟା ପରେ ତେହେରାନ ୨୦୧୫ର ଆଣବିକ ଚୁକ୍ତିନାମାକୁ ମାନିବ ନାହିଁ ବୋଲି ଘୋଷଣା କରିଛି। ଫଳରେ...

୨୦୨୪ ନିର୍ବାଚନରେ ସୁନକଙ୍କର ପରାଜୟ ଆଶଙ୍କା ଘନେଇଲା…

ଲଣ୍ଡନ,୯।୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟରେ ଏକ ବଡ଼ ଦାବି କରାଯାଇଛି। କୁହାଯାଇଛି ଯେ ୨୦୨୪ ମସିହାରେ ବ୍ରିଟେନରେ ହେବାକୁ...

ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମେରିକାରେ ଯୋରଦାର ସ୍ୱାଗତ, ଜଲେନସ୍କି କହିଲେ କେବେ କରିବି ନାହିଁ ସରେଣ୍ଡର

ୱାଶିଂଟନ,୨୨ ।୧୨: ରୁଷିଆ ସହ ୟୁକ୍ରେନର ଯୁଦ୍ଧ ହେବା ପରଠାରୁ ଆମେରିକା ଲଗାତାର ଭାବେ ୟୁକ୍ରେନ ସହ ଠିଆ ହୋଇଚାଲିଛି । ଏଥିପାଇଁ ଆମେରିକା ପକ୍ଷରୁ...

ଆଳୁରେ ନିର୍ମିତ ହୋଟେଲ

ଆଳୁରେ ନିର୍ମିତ ହୋଟେଲ। ପଢିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଇଦାହେ ରାଜ୍ୟରେ ଆଳୁରେ ତିଆରି ଏକ ହୋଟେଲ ରହିଛି। ଏହି ଆଳୁର ଓଜନ...

Advertisement
Archives

Model This Week