Posted inଜାତୀୟ

ଘରୋଇ କମ୍ପାନୀ ଭାରତୀୟ ସେନା ପାଇଁ ନିର୍ମାଣ କରିବେ ହେଲିକପ୍ଟର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବେ ଅନୁମତି…

ନୂଆଦିଲ୍ଲୀ,୧୭।୭ : ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି)ର ମାନୁଆଲରେ ପରିବର୍ତ୍ତନ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ସେନାଙ୍କ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ମଧ୍ୟ ଅନୁମତି ଦିଆଯିବ। ଏହା ସାମରିକ ହାର୍ଡୱେର୍‌ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟ ହାସଲ ବେଶ୍‌ ସହଜ ହୋଇ ପାରିବ।

ସାଉଥ ବ୍ଲକ ଅଧିକାରୀଙ୍କ ଅନୁଯାୟୀ, ଭାରତୀୟ ମଲ୍ଟି ରୋଲ ହେଲିକପ୍ଟର (ଆଇଏମଆରଏଚ)ର ବିକାଶ ତଥା ନିର୍ମାଣ କରାଯିବ, ଯାହା ରୁଷିଆରେ ନିର୍ମିତ ହେଉଥିବା ସମସ୍ତ ଏମଆଇ-୧୭ ଏବଂ ଏମଆଇ-୮ ହେଲିକପ୍ଟରର ସ୍ଥାନ ଗ୍ରହଣ କରିବାକୁ ସକ୍ଷମ ହେବ। ଏସବୁକୁ ଭାରତୀୟ ସେନାରେ ସାମିଲ କରାଯିବ। ଆଇଏମଆରଏଚର ଓଜନ ୧୩ ଟନ ହେବ। ଏହା ଭାରତୀୟ ସେନାକୁ ଆକାଶ ମାର୍ଗ ଆକ୍ରମଣ,ଆଣ୍ଟି-ବୁଡ଼ାଜାହାଜ ଆକ୍ରମଣ, ଜାହାଜ ରୋଧୀ ଆକ୍ରମଣ, ସାମରିକ ପରିବହନ ଏବଂ ଭିଭିଆଇପିଙ୍କ ସେବାରେ ନିୟୋଜିତ କରାଯିବ। ଭାରତୀୟ ବେସରକାରୀ କ୍ଷେତ୍ର କମ୍ପାନୀଗୁଡିକ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିସାରିଛନ୍ତି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସେମାନଙ୍କୁ ଆସନ୍ତା ସାତ ବର୍ଷ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବାକୁ କହିଛନ୍ତି। ଫ୍ରାନ୍ସସିସ୍‌ ସଫ୍ରାନ ୮ ଜୁଲାଇ ୨୦୨୨ରେ ଭାରତୀୟ ଏଚଏଲଏ ସହିତ ଚୁକ୍ତି ପତ୍ର ସ୍ବାକ୍ଷର କରିଛି। ଏହା ଅନ୍ତର୍ଗତ ଭାରତୀୟ ନୌସେନା ପାଇଁ ବିଭିନ୍ନ ଭାରିଆଣ୍ଟ୍‌ ସହିତ ଆଇଏମଆରଏଚ ଇଞ୍ଜିନର ବିକାଶ, ଉତ୍ପାଦନ ଏବଂ ସହାୟତା ପାଇଁ ଏକ ନୂତନ ମିଳିତ ଉଦ୍ୟୋଗ କମ୍ପାନୀ ଗଠନ କରାଯାଇ ପାରିବ। ଅଧିକାରୀଙ୍କ କହିବାନୁସାରେ, ବେସରକାରୀ କ୍ଷେତ୍ର କମ୍ପାନୀମାନଙ୍କୁ ମଧ୍ୟ ସେମାନଙ୍କ ଉତ୍ପାଦନର ୨୫ ପ୍ରତିଶତ ତୃତୀୟ ଦେଶକୁ ରପ୍ତାନି କରିବାକୁ ଏବଂ ଦେଶ ପାଇଁ ବୈଦେଶିକ ମୁଦ୍ରା ବୃଦ୍ଧି କରିବାକୁ ଅନୁମତି ଦିଆଯିବ।

ଭାରତୀୟ ସଶସ୍ତ୍ର ବାହିନୀକୁ ବିକଶିତ ଆଇଏମଆରଏଚ କ୍ରୟ କରିବାକୁ କୁହାଯାଇଛି ଯାହା ଆସନ୍ତା ସାତ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଯୋଜନା କରାଯାଇଛି। ବେସରକାରୀ କ୍ଷେତ୍ରର କମ୍ପାନୀଗୁଡିକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଏକ ଆଶ୍ୱାସନା ଦେଇଛନ୍ତି ଯେ ଯଦି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ଉତ୍ପାଦନ ନ ହୁଏ ତେବେ ଭାରତୀୟ ସଶସ୍ତ୍ର ବାହିନୀ ହେଲିକପ୍ଟର ବାହାରୁ କିଣିବ।

ବେସରକାରୀ କ୍ଷେତ୍ରକୁ ୫୧ ପ୍ରତିଶତ ଅଂଶଧନ ହାସଲ କରିବାକୁ ଏବଂ ଭାରତୀୟ ପିଏସୟୁ ସହିତ ଜଏଣ୍ଟ ଭେଞ୍ଚର ଗଠନ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ପିଏସ୍‌ୟୁ ଗୁଡିକ ଧାର୍ଯ୍ୟ ସମୟ ମଧ୍ୟରେ ବିତରଣ କରିବାକୁ ସକ୍ଷମ ନଥିଲେ, ଯାହାଦ୍ୱାରା ଖର୍ଚ୍ଚ ବୃଦ୍ଧି ଘଟିବାରେ ଲାଗିଥିଲା। ଏହି ବିଳମ୍ବ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଟେଣ୍ଡର କିମ୍ବା ସରକାରୀ-ରୁ-ସରକାରୀ ମାର୍ଗ ଦେଇ ଅନ୍ୟ ଦେଶରୁ ଆବଶ୍ୟକ ମେସିନ କିଣିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?