ବୁଚା ନରସଂହାରର ଆଉ ଏକ ଛାତିଥରା ଦୃଶ୍ୟ, ଚର୍ଚ୍ଚ ନିକଟ ସାମୁହିକ କବରସ୍ଥାନରୁ ମିଳିଲା ୬୭ ମୃତଦେହ, ଶରୀରରେ ଗୁଳି ଦାଗ, କଟା ଚିହ୍ନ

କ୍ୱିଭ୍‌,୯ ।୪: ୟୁକ୍ରେନର ବୁଚା ସହରରେ ନରସଂହାରର ନୂଆ ନୂଆ ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଛି । ୟୁକ୍ରେନ୍ର ପ୍ରୋସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଚାରେ ଥିବା ଏକ ଚର୍ଚ୍ଚ ନିକଟରେ ସାମୁହିକ କବର ସ୍ଥାନରୁ ୬୭ ମୃତଦେହ ମିଳିଛି । ଏହି କବରସ୍ଥାନ ସମ୍ପର୍କରେ ସେତେବେଳେ ଜଣାପଡିଥିଲା ଯେତେବେଳେ ରୁଷିଆ ସେନା ସେଠାରୁ ଚାଲିଯିବା ପରେ ଖବରଦାତା ଓ କେତେଜଣ ୟୁକ୍ରେନ୍ ବାସିନ୍ଦା ସେଠାକୁ ଯାଇଥିଲେ । ଯେତେବେଳେ ଏହି ମୃତଦେହ ଗୁଡିକୁ ବାହାରକୁ ବାହାର କରାଯାଇଥିଲା ସେତେବେଳେ ମୃତଦେହ ଗୁଡିକ କଳା ପଲିଥିନରେ ଗୁଡାଇ ମାଟି ଓ ପତ୍ରରେ ଘୋଡାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ମୃତଦେହରେ ଗୁଳି ବାଜିଥିବାର ଚିହ୍ନ ରହିଥିଲା ।
ଶୁକ୍ରବାର ପ୍ରୋସିକ୍ୟୁଟର ଜେନେରାଲ ଇରିନା ୱେନେଡିକ୍ତୋଭା କହିଛନ୍ତି, ଏବେ ପର୍ଯ୍ୟନ୍ତ ୧୮ ମୃତଦେହ ମିଳିଛି ସେଥିମଧ୍ୟରୁ ୧୬ ଜଣଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ୨ ଜଣଙ୍କ ଶରୀରରେ ଗୁଳି ସହ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଚିହ୍ନ ରହିଛି । ଇରିନା ୱେନେଡିକ୍ତୋଭା କହିଛନ୍ତି ଏଥିରୁ ଅନୁମାନ କରାଯାଉଛି କି ରୁଷିଆର ସେନା ଲୋକଙ୍କୁ ଜୀବନରୁ ମାରି ଦେବା ସହ ସେମାନଙ୍କ ଉପରକୁ ଗୁଳି କରିଛନ୍ତି ।
ଶୁକ୍ରବାର ବୁଚା ଯାତ୍ରା ସମୟରେ , ୟୁରୋପୀୟ ଆୟୋଗର ମୁଖ୍ୟ ଉର୍ସୁଲା ୱାନ ଡେର ଲେୟେନ କହିଛନ୍ତି ନାଗରିକଙ୍କ ହତ୍ୟା ରୁଷିଆର ବର୍ବରତାକୁ ଦର୍ଶାଉଛି । ଏଥିରୁ ପୁଟିନ ସେନାଙ୍କ ଉଗ୍ର ଚେହେରା ସ୍ପଷ୍ଟ ବାରି ହୋଇ ପଡୁଛି । ପ୍ରୋସିକ୍ୟୁଟର ଜେନରାଲଙ୍କ କାର୍ଯ୍ୟାଳୟ ଏହି ମୃତ୍ୟୁ ସହିତ ଅନ୍ୟ ଘଟଣାର ବି ଯାଞ୍ଚ କରୁଛି ଯାହା ଯୁଦ୍ଧ ଅପରାଧ ସହ ଜଡିତ ।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri