ବୁଚା ନରସଂହାରର ଆଉ ଏକ ଛାତିଥରା ଦୃଶ୍ୟ, ଚର୍ଚ୍ଚ ନିକଟ ସାମୁହିକ କବରସ୍ଥାନରୁ ମିଳିଲା ୬୭ ମୃତଦେହ, ଶରୀରରେ ଗୁଳି ଦାଗ, କଟା ଚିହ୍ନ

କ୍ୱିଭ୍‌,୯ ।୪: ୟୁକ୍ରେନର ବୁଚା ସହରରେ ନରସଂହାରର ନୂଆ ନୂଆ ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଛି । ୟୁକ୍ରେନ୍ର ପ୍ରୋସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଚାରେ ଥିବା ଏକ ଚର୍ଚ୍ଚ ନିକଟରେ ସାମୁହିକ କବର ସ୍ଥାନରୁ ୬୭ ମୃତଦେହ ମିଳିଛି । ଏହି କବରସ୍ଥାନ ସମ୍ପର୍କରେ ସେତେବେଳେ ଜଣାପଡିଥିଲା ଯେତେବେଳେ ରୁଷିଆ ସେନା ସେଠାରୁ ଚାଲିଯିବା ପରେ ଖବରଦାତା ଓ କେତେଜଣ ୟୁକ୍ରେନ୍ ବାସିନ୍ଦା ସେଠାକୁ ଯାଇଥିଲେ । ଯେତେବେଳେ ଏହି ମୃତଦେହ ଗୁଡିକୁ ବାହାରକୁ ବାହାର କରାଯାଇଥିଲା ସେତେବେଳେ ମୃତଦେହ ଗୁଡିକ କଳା ପଲିଥିନରେ ଗୁଡାଇ ମାଟି ଓ ପତ୍ରରେ ଘୋଡାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ମୃତଦେହରେ ଗୁଳି ବାଜିଥିବାର ଚିହ୍ନ ରହିଥିଲା ।
ଶୁକ୍ରବାର ପ୍ରୋସିକ୍ୟୁଟର ଜେନେରାଲ ଇରିନା ୱେନେଡିକ୍ତୋଭା କହିଛନ୍ତି, ଏବେ ପର୍ଯ୍ୟନ୍ତ ୧୮ ମୃତଦେହ ମିଳିଛି ସେଥିମଧ୍ୟରୁ ୧୬ ଜଣଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ୨ ଜଣଙ୍କ ଶରୀରରେ ଗୁଳି ସହ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଚିହ୍ନ ରହିଛି । ଇରିନା ୱେନେଡିକ୍ତୋଭା କହିଛନ୍ତି ଏଥିରୁ ଅନୁମାନ କରାଯାଉଛି କି ରୁଷିଆର ସେନା ଲୋକଙ୍କୁ ଜୀବନରୁ ମାରି ଦେବା ସହ ସେମାନଙ୍କ ଉପରକୁ ଗୁଳି କରିଛନ୍ତି ।
ଶୁକ୍ରବାର ବୁଚା ଯାତ୍ରା ସମୟରେ , ୟୁରୋପୀୟ ଆୟୋଗର ମୁଖ୍ୟ ଉର୍ସୁଲା ୱାନ ଡେର ଲେୟେନ କହିଛନ୍ତି ନାଗରିକଙ୍କ ହତ୍ୟା ରୁଷିଆର ବର୍ବରତାକୁ ଦର୍ଶାଉଛି । ଏଥିରୁ ପୁଟିନ ସେନାଙ୍କ ଉଗ୍ର ଚେହେରା ସ୍ପଷ୍ଟ ବାରି ହୋଇ ପଡୁଛି । ପ୍ରୋସିକ୍ୟୁଟର ଜେନରାଲଙ୍କ କାର୍ଯ୍ୟାଳୟ ଏହି ମୃତ୍ୟୁ ସହିତ ଅନ୍ୟ ଘଟଣାର ବି ଯାଞ୍ଚ କରୁଛି ଯାହା ଯୁଦ୍ଧ ଅପରାଧ ସହ ଜଡିତ ।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri