ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା, ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମୃତଦେହ, ଗୁଲେଟ, ୩ଟି ଦିଆସିଲ ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ କଂସର ଗ୍ରାମର ଅଜୟ ଭେଙ୍ଗରା, କେପା ହାତୀପଟା, କେପା ଚୌଉମିରା ଓ ସୀତାରାମ ମୁଣ୍ଡା ।

ମିଳିଥିବା ସୂଚନା ମୁତାବକ, ଫରେଷ୍ଟ ଗାର୍ଡ ରଶ୍ମିରଞ୍ଜନ ନାଥଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଛାମୁଣ୍ଡା ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ସେତିକିବେଳେ ଅଭିଯୁକ୍ତମାନେ ଜଙ୍ଗଳରେ ନିଆଁ ଲଗାଉଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀ ତାଙ୍କୁ ବାକୁ କରି ପଚରାଉଚୁରା କରିଥିଲେ। ତଦନ୍ତ ପରେ ସେମାନେ ନିୟମିତ ଜଙ୍ଗଲରେ ଶିକାର କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ସମ୍ବଲପୁର ବନଖଣ୍ଡର ଛାମୁଣ୍ଡା, ଉଷାକାନୀ, କେଶାପାଲି ପ୍ରଭୃତି ଜଙ୍ଗଲରେ ଏଭଳି ଉଡନ୍ତା ମୂଷା ଦେଖିବାକୁ ମିଲିଥାଏ। ସେମାନେ ସାଧାରଣ ମୂଷା ଭଳି ଖାଦ୍ୟ ଅନ୍ବେଷଣ କରନ୍ତି ଓ ଗଛକୁ ଗଛ ବୁଲି ନିଜକୁ ସୁରକ୍ଷିତ ରଖିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ଇସ୍କନ ରଥଯାତ୍ରାକୁ ବ୍ରହ୍ମକ୍ଷେତ୍ରରେ ପ୍ରତିବାଦ

ନିଶ୍ଚିନ୍ତକୋଇଲି, ୯।୨ (ସ୍ବ.ପ୍ର.): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ବଳଦେବଜୀଉ ପୀଠରେ ରବିବାର ପ୍ରତିବାଦ କରାଯାଇଛି। ବଳଦେବଜୀଉ...

ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ସୋମନାଥ

ଚମ୍ପୁଆ, ୭।୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ହୁଡି ସାହିରେ ୧୩ ବର୍ଷ ଧରି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଭିନ୍ନକ୍ଷମ ସୋମନାଥ ମୁଣ୍ଡା...

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

ବାରିପଦା ଅଫିସ,୨୦।୭: ଶିମିଳିପାଳ ଉତ୍ତର ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରୁ ବନବିଭାଗ ଚଢ଼ାଉ କରି ୩ଜଣ ଶିକାରୀଙ୍କୁ ଗିରଫ କରିଛି। ଏହା...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅରୁଣ ବୋଥ୍ରାଙ୍କୁ ଲିଗାଲ ନୋଟିସ

ବଲାଙ୍ଗୀର ଅଫିସ,୧୫-୧:ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ତତ୍କାଳୀନ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ସ୍ତ୍ରୀ ସୌଦାମିନୀ ମେହେର...

ଦୁର୍ଘଟଣାପ୍ରବଣ ସ୍ଥାନରେ ଲାଗିବ ସିସିଟିଭି

କଳିଙ୍ଗନଗର, ୨୭ା୯(ଡି.ଏନ୍‌.ଏ.)- ଯାଜପୁର କ୍ଲଷ୍ଟର ଡେଭଲପ୍‌ମେଣ୍ଟ ଲିମିଟେଡ (ଜେସିଡିଏଲ୍‌) ପକ୍ଷରୁ ଗୁରୁବାର ଯାଜପୁର କ୍ଲଷ୍ଟର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ...

ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ଜୀବନଗଲା: ଭଉଣୀ ଦେଲେ ଏତଲା

ଡାବୁଗାଁ,୪।୭(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେଭିନ୍ୟୁଗୁଡାରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ମୃତ୍ୟୁ ଘଟିଛି। ମୃତ...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଦୁଇଭାଇ

ବରଗଡ଼ ଅଫିସ୍‌,୧୧।୧: ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି...

ମା’ଙ୍କ ଆବାହନରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ, ୧୨।୧୦: ଦଶହରା ପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର। ଗାଁଠୁ ସହର ସବୁଠି ମହକୁଛି ପାର୍ବଣର ମହକ। ମା’ ଦଶଭୁଜାଙ୍କ ଆବାହନ ମନ୍ତ୍ରରେ ଆଧ୍ୟାତ୍ମିକ...

Advertisement
Archives

Model This Week