ୟୁକ୍ରେନ୍‌ ଲୋକେ ଆତଙ୍କିତ: ମାରିଆପୋଲ ଗଣ ହତ୍ୟାକାରୀ ଓ୍ବାଗନର ଗ୍ରୁପରେ ଯୋଗଦେଲେ…

ମସ୍କୋ,୮।୫ : ରୁଷିଆର ପୂର୍ବତନ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଭାବରେ ବରଖାସ୍ତ ହୋଇଥିବା କର୍ନେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ ୱାଗନର୍‌ ଗ୍ରୁପରେ ଡେପୁଟି କମାଣ୍ଡର ଭାବରେ ଯୋଗ ଦେଇଛନ୍ତି। ଏହାକୁ ନେଇ ପୁଣି ନରସଂହାର ଭୟରେ ୟୁକ୍ରେନ ଲୋକେ ଆତଙ୍କିତ ହୋଇପଡିଛନ୍ତି। ମିଜିଣ୍ଟସେଭଙ୍କୁ ମାରିପୋଲର କଂସେଇ ଅର୍ଥାତ୍‌ ଗଣ ହତ୍ୟାକାରୀ କୁହାଯାଇଥାଏ ।

ତାଙ୍କ ନେତୃତ୍ୱରେ ଗତ ବର୍ଷ ଜୁନ ମାସରେ ରୁଷିଆର ସେନା ୟୁକ୍ରେନର ମାରିଆପୋଲ ସହରରେ ଭୟଙ୍କର ବିନାଶ ଘଟାଇଥିଲା। ତାଙ୍କର ନିଯୁକ୍ତି ଯୋଗୁ ରୁଷିଆ ସୈନ୍ୟ ଏବଂ ୱାଗନର୍‌ ଗ୍ରୁପ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି। ୱାଗନର୍‌ ଗ୍ରୁପ୍ର ପ୍ରତିଷ୍ଠାତା ୟେଭେଗେନି ପ୍ରିଗୋଜିନ କିଛି ଦିନ ପୂର୍ବରୁ କହିଥିଲେ, ୟୁକ୍ରେନର ବାଖମୁଟରେ ଯୁଦ୍ଧ ସମୟରେ ତାଙ୍କ ଯୋଦ୍ଧାମାନେ ରୁଷିଆ ସେନା ପକ୍ଷରୁ ଆବଶ୍ୟକ ଗୁଳିଗୋଳା ପାଉନାହାଁନ୍ତି। ଏହି କାରଣରୁ ତାଙ୍କର ବହୁ ସଂଖ୍ୟକ ଯୋଦ୍ଧାଙ୍କୁ ହତ୍ୟା କରାଯାଉଛି। ଏଭଳି ପରିସ୍ଥିତିରେ ବାଖମୁଟରୁ ତାଙ୍କର ଯୋଦ୍ଧାମାନଙ୍କୁ ପ୍ରତ୍ୟାହାର କରିବା ଛଡା ତାଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ।

ରୁଷିଆର ପ୍ରୋ-ସୋସିଆଲ ମିଡିଆ ଚ୍ୟାନେଲ ଦାବି କରିଛି, କର୍ନେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ ବର୍ତ୍ତମାନ ୟୁକ୍ରେନରେ ୱାଗନର୍‌ ଗ୍ରୁପର ଆକ୍ରମଣର ତଦାରଖ କରିବେ। ଯୁଦ୍ଧ ଖବରଦାତା ଆଲେକ୍ସଜାଣ୍ଡାର୍‌ ସାଇମୋନୋଭ ଟେଲିଗ୍ରାମରେ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ୱାଗନର ବ୍ରାଣ୍ଡେଡ ଯୁଦ୍ଧ ଗିୟର ପିନ୍ଧିଥିବା ମିଜିଣ୍ଟସେଭ ଏକ ପ୍ରଶିକ୍ଷଣ ଶିବିର ଏବଂ ବାଖମୁଟରେ ରୁଷିଆ ପୋଷ୍ଟ ପରିଦର୍ଶନ କରୁଥିବା ଦେଖାଯାଇଥିଲା।

ରୁଷିଆର ସୈନ୍ୟବାହିନୀ ଉପରେ ୱାଗନର୍‌ ଗ୍ରୁପ ପ୍ରତିଷ୍ଠାତା ୟେଭେଗେନି ପ୍ରିଗୋଜିନଙ୍କ ଅଭିଯୋଗ ପରେ ଏହି ଫୁଟେଜ ଆସିଛି। ତେବେ ୱାଗନର୍‌ ଗ୍ରୁପ ମୁଖ୍ୟଙ୍କ ଦାବି ଉପରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ଦେଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri