ଯୁଦ୍ଧ ପାଇଁ ରୁଷିଆ ପ୍ରସ୍ତୁତ: ସ୍ୟାଟେଲାଇଟ୍‌ରୁ ଆସିଲା ଫଟୋ

କ୍ୱିଭ୍‌,୧୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି। ୟୁକ୍ରେନକୁ ଆକ୍ରମଣ ପାଇଁ ରୁଷିଆ ଏକପ୍ରକାର ପ୍ରସ୍ତୁତି ଶେଷ କରିଛି। ଗତ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ ସୀମାରେ ଅତ୍ୟଧିକ ସୈନ୍ୟ ମୁତୟନ କରିଛି ରୁଷିଆ। ସ୍ୟାଟେଲାଇଟ୍‌ରୁ ଏହାର ଫଟୋ ଆସିଛି।
ଯୁଦ୍ଧକୁ ରୋକିବା ଉଦ୍ଦେଶ୍ୟରେ ଆମେରିକା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । ରାଷ୍ଟ୍ରପତି ଜୋ ବାଇିଡେନ ନିଜେ ପୁଟିନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ବାଇଡେନ୍‌ ପ୍ରଶାସନ ଅନୁଯାୟୀ, ଯଦି ପୁଟିନଙ୍କ ଆଭିମୁଖ୍ୟ ସକରାତ୍ମକ, ତେବେ ଚଳିତ ସପ୍ତାହ ଶେଷ ସୁଦ୍ଧା କୂଟନୈତିକ ପ୍ରୟାସର ସଫଳତାର ଖବର ଆସିପାରେ। ତେବେ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ୟୁକ୍ରେନ ସୀମାରେ ରୁଷିଆର ସମରସଜ୍ଜା ଚାଲିଛି। ରିଷିଆ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଭୟ ମଧ୍ୟ ବଢିବାରେ ଲାଗିଛି। ୟୁକ୍ରେନର ରାଷ୍ଟ୍ରପତି ନିଜେ ଫେବୃୟାରୀ ୧୬ରେ ରିଷିଆ ଦ୍ୱାରା ଆକ୍ରମଣ ହେବାର ସମ୍ଭାବନା ପ୍ରକାଶ କରିଛନ୍ତି।
ୟୁକ୍ରେନ ରାଜଧାନୀ କ୍ୱିଭରେ ଏହାକୁ ନେଇ ଘନଘନ କୂଟନୈତିକ ଓ ସାମରିକ ବୈଠକ ଚାଲିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାଙ୍କ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧ ଲକ୍ଷ ୩୦ ହଜାର ସୈନ୍ୟ ଠୁଳ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାଭାଇରସ୍‌ ଭୟ: ଚାଇନାରୁ ଫେରିଥିବା ଅଧିକାରୀଙ୍କୁ ହତ୍ୟା

ପୋଙ୍ଗୟାଙ୍ଗ,୧୪।୨: ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ଏକଛତ୍ରବାଦ ଶାସନ କଥା କିଏ ବା ନ ଜାଣେ। ଏଠାରେ ସାମାନ୍ୟ ଭୂଲ ପାଇଁ ମିଳିଥାଏ...

ସାଟେଲାଇଟ୍‌ରୁ ଇଣ୍ଟରନେଟ୍‌ ସେବା ଦେବାକୁ କହି ଟ୍ରୋଲ୍‌ ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୟାଦ୍‌ ଚୌଧୁରୀ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ସେ ପୁଣି ସୋସିଆଲ ମିଡିଆରେ ଟ୍ରୋଲ୍‌...

ଜନବସତିରେ ୫୬ ତୁଷାର ଭାଲୁ: ୭ ହଜାରରୁ ଅଧିକ ଲୋକ ଘରେ ବନ୍ଦୀ

ମସ୍କୋ,୮।୧୨: ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରୁଷିଆର ଆର୍କଟିକ୍‌ ଅଞ୍ଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବୃଦ୍ଧି ପାଇ .୭୫ ଡିଗ୍ରୀ ହୋଇଛି। ଫଳରେ ବରଫ ତରଳିବା ଆରମ୍ଭ...

ଉଡ଼ାଣର କିଛି ସମୟ ମଧ୍ୟରେ ଇଣ୍ଡୋନେସିଆ ବିମାନ ନିଖୋଜ

ଜାକର୍ତ୍ତା,୯।୧: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ସୋଏକର୍ନହାଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ବିମାନ ଉଡ଼ାଣ କରିବା ପରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ତେବେ ଜାକର୍ତ୍ତାରୁ ପୋଣ୍ଟିଆନକ୍‌ ‌...

ବାଂଲାଦେଶରେ ମାନବାଧିକାର ସ୍ଥିତି, ଆମେରିକାକୁ ହସିନା ସରକାରଙ୍କ ଜବାବ୍‌…

ଢାକା, ୧୬।୪ : ମାନବ ଅଧିକାର ପରିସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ରିପୋର୍ଟକୁ ବାଂଲାଦେଶ ସରକାର ସମାଲୋଚନା କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ...

କେନିୟାରେ ଜଳାଭାବର ହୃଦୟ ବିଦାରକ ଦୃଶ୍ୟ

ନାଇରୋବି,୧୫।୧୨: କେନିୟାରେ ଜଳ ଅଭାବ ଯୋଗୁ ଦେଶର ଜିରାଫଙ୍କ ସଂଖ୍ୟା ଉପରେ କେଉଁ ଭଳି ପ୍ରଭାବ ପଡ଼ୁଛି, ତାହାର ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ...

ଭୁଟାନ ଉପରେ ଚାଇନାର ଆଖି: ସକତେଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଧିକାର କରିବାକୁ ଷଡ଼ଯନ୍ତ୍ର

ଥିମ୍ପୁ, ୩୦।୬: ଚାଇନା ଭୁଟାନର କିଛି ଅଞ୍ଚଳକୁ ନିଜ ଅଧିକାରରେ ନେବା ଲାଗି ଷଡ଼ଯନ୍ତ୍ର ରଚିଛି। ଭୁଟାନର ସକତେଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଚାଇନା ନିଜର ବୋଲି...

ପୁଣି ମାଡ଼ି ଆସିଲା ବିପଦ: ନୂଆ କରୋନା ଭୂତାଣୁର ସନ୍ଧାନ, ସରକାର ଜାରି କଲେ ଲକ୍‌ଡାଉନ୍‌

ଲଣ୍ଡନ,୧୫।୧୨: କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପୁଣି ବିପଦ ମାଡ଼ି ଆସୁଛି। ବ୍ରିଟେନରେ ସାର୍ବଜନୀକ ଭାବେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ...

Advertisement
Archives

Model This Week