ନିରଙ୍କୁଶ କୈଶୋର

ଲାଳୟେତ ପଞ୍ଚବର୍ଷାଣି ଦଶବର୍ଷାଣି ତାଡୟେତ/ପ୍ରାପ୍ତେତୁ ଷୋଡ଼ଶ ବର୍ଷେ ପୁତ୍ର ମିତ୍ରବତ୍‌ ଆଚରେତ’ -ଏହି ଆପ୍ତବାକ୍ୟଟିର ପରିଭାଷା ଯୁଗୋପଯୋଗୀ। ଅନ୍ୟଥା ସାମ୍ପ୍ରତିକ ପରିସ୍ଥିତି କିପରି ଲଗାମବିହୀନ କିଶୋର ମନଟିକୁ ଯୌବନର ଉଦ୍ଦାମତ୍ତାରେ ଉଡ଼ାଇ ଉଡ଼ାଇ ଅପରାଧ ଦୁନିଆରେ ପାଦଥାପିବା ପାଇଁ ଖୋରାକ ଯୋଗାଉଛି, ତାହା ମାତାପିତାଙ୍କର ତାଡନା ବା ଆକଟର ଅଭାବ ବୋଲି ସ୍ପଷ୍ଟ ବାରି ହୋଇପଡ଼େ। ଅଲିଅଳରେ ବଢ଼ି ଉଠିଥିବା ଆଜିର ସନ୍ତାନସନ୍ତତି ଆଧୁନିକ ମାତାପିତାଙ୍କର ଏକମାତ୍ର କିମ୍ବା ଅତିବେଶିରେ ଦ୍ୱିତୀୟ ଉତ୍ପାଦ। ଏପରି ସ୍ଥଳେ ତାଙ୍କ ଦେହରେ ଧୂଳିଟିକେ ପଡ଼ିଗଲେ ଏମାନେ ପଥର ପଡ଼ିବା ପରି ଅନୁଭବ କରିବା ସ୍ବାଭାବିକ। ସେ ଯୁଗର ଧୂଳିଖେଳ, ଦାଣ୍ଡରେ ପଡ଼ି ଖଣ୍ଡିଆଖାବରା ହେବା ଏହି ଗେଲବସର ଅପତ୍ୟମାନଙ୍କର ଜାତକରେ ନାହିଁ। ତଥାପି ମାତାପିତା ଏମାନଙ୍କର ପାରିବାପଣିଆର ପ୍ରଶଂସାରେ ଶତମୁଖ। ଏପରି ସ୍ଥଳେ ସରକାର ବାହାଦୁର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ କରିଦେଇଛନ୍ତି। ନିଆଁରେ ଘିଅ ଢାଳିବା ପରି ବିଦ୍ୟାଳୟ କାନ୍ଥବାଡ଼ରେ ଦେୟମୁକ୍ତ ଫୋନ୍‌ ନମ୍ବର ବି ଲେଖାଅଛି। ଏପରି ସ୍ଥଳେ ପିଲାଙ୍କୁ ଆଖି ଦେଖେଇବାକୁ କାହା ଜିଭରେ ହାଡ଼ ଅଛି ?
ତେଣୁ ଯେଉଁ ୧୦ ବର୍ଷ ପିଲାଟି ଭଲମନ୍ଦକୁ ଉପଲବ୍ଧି କରିବାକୁ ଆକଟରେ ରହିବା କଥା ତାହା ନା ଘରେ ନା ବିଦ୍ୟାଳୟରେ କେଉଁଠି ମିଳିଲା ?
ଏଥକୁ ବିଦ୍ୟାଳୟରେ ପରୀକ୍ଷାର ବୋଝ ବି ନାହିଁ। ପାଠ ପଢ଼ିବାର ଝିନ୍‌ଝଟ୍‌ ନାହିଁ। ଅତଏବ କୈଶୋର ଅବସ୍ଥାର ସ୍ପର୍ଶରେ ତା’ର ମନଟି ନୂତନ ଉନ୍ମାଦନାରେ ଆନ୍ଦୋଳିତ ହେଉ ହେଉ କେତେବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ଲଗାମଛଡ଼ା ହୋଇଯାଉଛି। ଫଳରେ ସେ ଆଧୁନିକ ଯୁଗର ସାମାଜିକ ଗଣମାଧ୍ୟମ ତଥା ଅନ୍ତର୍ଜାଲ (ଇଣ୍ଟରନେଟ ) ସହାୟତାରେ ଅପରାଧ ଦୁନିଆରେ ପହଞ୍ଚିଯାଉଛି। ଜାତୀୟ ଅପରାଧ ପଞ୍ଜୀକରଣ ସଂସ୍ଥାର ଆକଳନ ଅନୁଯାୟୀ ଆମ ଦେଶରେ ଦିନକୁ ଦିନ ବାଳଅପରାଧ ସଂଖ୍ୟା ବଢ଼ି ବଢ଼ି ବର୍ଷକୁ ୩୦,୫୫୫ ରେ ପହଞ୍ଚି ଗଲାଣି। ଅତି ଜଘନ୍ୟ ବାଳ ଅପରାଧ ଘଟୁଥିବା ରାଜ୍ୟଗୁଡ଼ିକରେ ଓଡ଼ିଶା ଅନ୍ୟତମ। ନିର୍ଭୟା କାଣ୍ଡଠାରୁ ଆରମ୍ଭ କରି ପୁଣେରେ ଗାଡି ମଡେଇ ହତ୍ୟା କରିବା ପର୍ଯ୍ୟନ୍ତ ବାଳ ଅପରାଧ ସମ୍ପୃକ୍ତି ସାମ୍ନାକୁ ଆସିଛି। ତାହା ପୁଣି ନିଶାଗ୍ରସ୍ତ ହୋଇ। ତରୁଣ ବୟସରେ ନିଶା ଅଭ୍ୟାସ କରିବାକୁ ଆଜିର ପରିବେଶ ଯଥେଷ୍ଟ ଖୋରାକ ଯୋଗେଇଦେଉଛି। ହାତପାହାନ୍ତାରେ ନିଶାଦ୍ରବ୍ୟ ତଥା ନିଶା ବ୍ୟକ୍ତିଙ୍କର ଅଭାବ ନାହିଁ । ଏଣେ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷାର ଚାପ ନାହିଁ କି ଶିକ୍ଷକମାନଙ୍କର ଆକଟ ହିଁ ନାହିଁ। ତେଣେ କର୍ମଜୀବୀ ମାତାପିତାଙ୍କର ପାଖରେ ସଣ୍ଠଣା ଶିଖେଇବା ପାଇଁ ସମୟ ନାହିଁ। ସଦ୍ୟତମ ଏକ ଘଟଣା ଯାହା ଉପାନ୍ତ ଜିଲାରେ ଘଟିଯାଇଛି ତାହା ଯେତିକି ସମ୍ବେଦନଶୀଳ ତା’ଠାରୁ ଅଧିକ ଉଦ୍‌ବେଗଜନକ। ଆଦିବାସୀ ଛାତ୍ରାବାସରେ ରହି ପଢୁଥିବା ନବମ ଶ୍ରେଣୀ ପିଲାଏ ରାତିରେ ଛାତ ଉପରେ ମଦ୍ୟପାନ କରି ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ଆମ ବିକୃତ ଶିକ୍ଷାବ୍ୟବସ୍ଥାକୁ ଉପହାସ କରୁନାହିଁ କି ? ପୁଣି ଏ ଘଟଣା ଦେଖି ଷଷ୍ଠ ଶ୍ରେଣୀ ଛାତ୍ରଟିଏ ପ୍ରଧାନ ଶିକ୍ଷକଙ୍କୁ ଜଣେଇଦେବାରୁ ତା’ର ଶରୀରକୁ ଧାରୁଆ ବ୍ଲେଡ୍‌ରେ କାଟି କ୍ଷତରେ ଲୁଣ ଲଗାଇବା ଅପରାଧପ୍ରବଣ ମାନସିକତାର ସ୍ତରକୁ ସୂଚିତ କରୁନାହିଁ କି ?
ଦେଶର ଭବିଷ୍ୟତ ନାଗରିକମାନଙ୍କର ନିଜ ଭବିଷ୍ୟତର ଗତି ଯେ କୁଆଡକୁ ତାହା ସ୍ପଷ୍ଟ ଅନୁମେୟ। କି ଉପାନ୍ତ, କି ଉପକୂଳ, କି ଉନ୍ନତ, କି ଅନୁନ୍ନତ, ପ୍ରତିଟି ଅଞ୍ଚଳକୁ ଆଜି ଏ ପ୍ରକାରର ହୀନ ମାନସିକତା ବ୍ୟାପିସାରିଲାଣି। କୋମଳମତି ଛାତ୍ରୀଛାତ୍ରମାନେ ଅନାୟାସରେ ଏହାର କବଳରେ ପଡ଼ି ଅତି ଜଘନ୍ୟ ତଥା ନାରକୀୟ କାଣ୍ଡରେ ସାମିଲ ହେଉଥିବାର ଦୃଷ୍ଟାନ୍ତ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। ଗାଡ଼ି ଡିକି ଭାଙ୍ଗି ଚୋରି, ଛିନ୍‌ତାଇ କରିବାଠାରୁ ଆରମ୍ଭ କରି ଗଣବଳାତ୍କାର ତଥା ନଗ୍ନ ଚିତ୍ର ଦେଖେଇ ପଇସା ଆଦାୟ କରି ନିଶା ସେବନ ପରି ବିରଳ ଅପରାଧରେ କିଶୋରୀକିଶୋରମାନେ ସାମିଲ ହେବା ସାମାଜିକ ପତନର ପୂର୍ବାଭାସ ମାତ୍ର। ସୁରାସାକୀର ଲାଳସାରେ ନିଶା କାରବାର, ବହି ବସ୍ତାନିରେ ନିଶା ଦ୍ରବ୍ୟ ଚୋରାଚାଲାଣ ପରି ଉଦ୍ୟମ ସର୍ବସାଧାରଣଙ୍କ ଦୃଷ୍ଟି ଏଡାଇ ନିଜ ଅପ୍ରାପ୍ତ ବୟସର ଫାଇଦା ଉଠାଇବାର ପ୍ରଚେଷ୍ଟା ମାତ୍ର। କାରଣ ଧରାପଡ଼ିଗଲେ ଜଘନ୍ୟ ଅପରାଧ ପାଇଁ ମଧ୍ୟ କୋହଳ ଦଣ୍ଡ ବିଧାନ କିମ୍ବା ବାଳ ସୁଧାର ଗୃହ ଭ୍ରମଣ ବ୍ୟବସ୍ଥା କଥା ବୋଧହୁଏ ସେମାନେ ଭଲ ଭାବରେ ଅବଗତ। ପିଲାଟି ଦିନରୁ ମାତାପିତାଙ୍କ ପ୍ରୋତ୍ସାହନରେ କର୍ଣ୍ଣ ପିଶାଚ ଯନ୍ତ୍ରର(ମୋବାଇଲ) ବଶବର୍ତ୍ତୀ ହୋଇ ବୟୋପ୍ରାପ୍ତି ଆଗରୁ ତା’ର ଦୁରୁପଯୋଗରେ ବିଭିନ୍ନ ପ୍ରକାର ଜୁଆ ଖେଳି ସର୍ବସ୍ବାନ୍ତ ହେବା ଏବଂ ପରିଶେଷରେ ଆତ୍ମହତ୍ୟାର ପଥ ବାଛିନେବା କିଶୋର ମାନସିକତାର ଅଧୋଗତିକୁ ହିଁ ଦର୍ଶାଉଛି। ପ୍ରେମ, ପ୍ରତାରଣା, ଅବାଞ୍ଛିତ ଗର୍ଭଧାରଣ, ତରୁଣୀତରୁଣଙ୍କର ସାଧାରଣ ଘଟଣା ପାଲଟିଗଲାଣି। ଏ ପ୍ରକାରର ଉଦ୍‌ବେଗଜନକ ସ୍ଥିତି ପାଇଁ କୌଣସି ବ୍ୟକ୍ତି ବିଶେଷଙ୍କୁ ଦାୟୀ ନ କରି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚିନ୍ତାନାୟକମାନଙ୍କ ସମ୍ମୁଖରେ ଏକ ଆହାନ ପାଲଟିଛି। ଏବେ ଆତ୍ମସମୀକ୍ଷାର ଉପଯୁକ୍ତ ସମୟ ଆସିଯାଇଛି। ଚପଳମତି କିଶୋରୀକିଶୋରଙ୍କୁ ଭବିଷ୍ୟତର ଭୋଟ ବ୍ୟାଙ୍କ ଭାବି ଯଦି ନୃତ୍ୟ, ଗୀତ ତଥା ନିଶାପାଣିରେ ଆମେ ମସ୍‌ଗୁଲ ରଖିବା ତେବେ ଏ ପ୍ରକାର ଶସ୍ତା ଲୋକପ୍ରିୟତା ପ୍ରକାରାନ୍ତରେ ସେମାନଙ୍କର ଶିକ୍ଷାକୁ କେତେ ମାତ୍ରାରେ ଯେ ପ୍ରଭାବିତ କରୁଛି ତାହା କିଏ ବୁଝିବ ? ଅତଏବ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଘୋଷଣା କରି ପିଲାଙ୍କ ଜୀବନରୁ ପରୀକ୍ଷାର ଚାପ କୋହଳ କରିଦେଇ ଆମେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖିଛେ ତାହା ଦିଅଁ ଗଢୁ ଗଢୁ ବାନର ହୋଇଯିବ ନାହିଁ ତ ?

ଚିନ୍ତାମଣି ପଣ୍ଡା
ପ୍ରାକ୍ତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା। ମୋ:୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?