କବୀର ସିଂର ଦୁଇ ବର୍ଷ ପରେ ସାହିଦ୍‌ ଶେୟାର କଲେ ଏମିତି ଭିଡିଓ, ପ୍ରଶଂସକ କହିଲେ…

ବଲିଉଡ୍‌ ଅଭିନେତା ସାହିଦ କପୁର ଏଯାବତ୍‌ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ  ‘କବୀର ସିଂ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା। ତାଙ୍କର ଲୁକ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ଏହି ଫିଲ୍ମରୁ ଅଭିନେତ୍ରୀ କିଆରା ଆଡଭାନୀ ମଧ୍ୟ ଅତୁଳନୀୟ ସଫଳତା ପାଇଥିଲେ। ଏହି ଫିଲ୍ମଟି ୨୧ ଜୁନ ୨୦୧୯ ରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ଏହାକୁ ଦୁଇ ବର୍ଷ ପୂରିଛି। ବର୍ତ୍ତମାନ ସାହିଦ ଏକ ଭିଡିଓ ଶେୟାର କରିଛନ୍ତି, ତାହାକୁ ଦେଖିଲେ ଏପରି ଲାଗୁଛି ସାହିଦ ଫିଲ୍ମକୁ ଭିନ୍ନ ଢ଼ଙ୍ଗରେ ମନେ ରଖିଛନ୍ତି। ଏହି ଭିଡିଓରେ ସାହିଦଙ୍କୁ ଟିକିଏ ଭିନ୍ନ ରୂପରେ ଦେଖିବାକୁ ମିଳୁଛି କିନ୍ତୁ ତାଙ୍କ କେଶ ବଢ଼ିବା ପରି ମନେ ହେଉଛି । ଏହି ଭିଡିଓ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ‘ୱୋ ୱୋ ୱାଲା ମୋଡ’।

ସାହିଦଙ୍କ ଭିଡିଓରେ ପ୍ରଶଂସକମାନେ ଜବରଦସ୍ତ ମନ୍ତବ୍ୟ ଦେଉଛନ୍ତି। କୁନାଲ ଖେମୁ ମଧ୍ୟ ଏହା ଉପରେ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। କୁନାଲ ଲେଖିଛନ୍ତି, ‘ଅଧା ଲୁକ୍‌ରେ ମାରି ଦେଉଛ, ବାକି ଅଧା ଲୁକ୍‌ରେ ବାଇକ୍‌ ଚଢ଼େଇଦିଅ। ଏହା ବ୍ୟତୀତ ଅଧିକ ପ୍ରଶଂସକ ତାଙ୍କ ଏହି ଭିଡିଓ ଉପରେ କମେଣ୍ଟ ଦେଉଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ ସାହିଦ ଜଣେ ଡାକ୍ତର ଭୂମିକାରେ ଅଭିନୟ କରିଥିଲେ ଯିଏ ନିରୀହ ପ୍ରୀତିଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ଦର୍ଶକମାନେ ତାଙ୍କ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମଟିି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ରିମେକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁମନ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ

ମୁମ୍ବାଇ: ରାଜସ୍ଥାନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସୁମନ ରାଓ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ-୨୦୧୯ ମୁକୁଟ ବିଜୟିନୀ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର...

ଇନ୍ଦ୍ରଜାଲ

ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ପ୍ରଯୋଜନା କରିବାକୁ ଯାଉଛନ୍ତି। ଉକ୍ତ ଓଡ଼ିଆ ସିନେମାର ଟାଇଟଲ ରହିଛି ‘ଇନ୍ଦ୍ରଜାଲ’। ଆର୍‌.ଆର୍‌, ଇଭେଣ୍ଟସ ବ୍ୟାନରରେ ଚିତ୍ରଟିର...

ହୋଲି ଲୁକ୍‌ରେ ନେହା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ସୁନ୍ଦର ଗାୟିକା ଭାବେ ପରିଚିତ ନେହା କକ୍କରଙ୍କ ହୋଲି ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ...

ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ଅନୁପମ ଖେର, ଫାଷ୍ଟ ଲୁକ ଶେୟାର କରି କହିଲେ ଏମିତି

ଭେଟେରାନ ଅଭିନେତା ଅନୁପମ ଖେରଙ୍କୁ କିଏ ବା ନ ଚିହ୍ନେ। ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଇ ଦଶନ୍ଧିରୁ ଅଧିକ ସମୟର ଅନୁଭୁତି ରହିଛି। ତାଙ୍କ ବୟସର...

‘ସାହୋ’ ଦର୍ଶକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ସାଉଥ୍‌ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଚଳିତ ବର୍ଷର ସବୁଠାରୁ...

ଚଳିତ ସପ୍ତାହରେ ବିଗ୍‌ବସ୍‌ରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୩। ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ଘର ମଧ୍ୟରେ ଗଢ଼ି ଭାଙ୍ଗୁଥିବା ସମ୍ପର୍କକୁ ପ୍ରଶଂସକ ବେଶ...

ଓ୍ବାଜିଦ୍‌‌ଙ୍କ ମା’ଙ୍କୁ କରୋନା

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ମାତ୍ର ୪୨ ବର୍ଷ ବୟସରେ ଓ୍ବାଜିଦ୍‌ଙ୍କ ମୃତ୍ୟୁକୁ ସହଜରେ...

ବଲିଉଡ୍‌ରେ ଦେଶଭକ୍ତିର ସଂଳାପ, ଆଜି ବି ଲୋମ ଟାଙ୍କୁରାଇ ଦିଏ

ବଲିଉଡ୍‌ରେ ଏମିତି କିଛି ଦେଶପ୍ରେମ ତଥା ଦେଶଭକ୍ତି ଫିଲ୍ମ ରହିଛି, ଯାହା ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। କେବଳ ଯେ ଫିଲ୍ମ ତାହା ନୁହେଁ,...

Advertisement
Archives

Model This Week