ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍ର ୨ ସଦସ୍ୟ ବିକାଶ ଠାକୁର ଏବଂ ଦୀପକ ସିଂଙ୍କୁ ଗିରଫ କରିଥିବାବେଳେ ମୁମ୍ବାଇର ବର୍ଷୀୟାନ ଅଭିନେତାଙ୍କୁ ଟାର୍ଗେଟ ଯୋଜନାକୁ ଏହା ବଦଳାଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ମୁମ୍ବାଇରେ ତାଙ୍କ ସଂଗଠନର ପ୍ରାୟ ୨୦୦ ଜଣ ସକ୍ରିୟ ଏବଂ ପ୍ରସ୍ତୁତ ଥିବା ଗ୍ୟାଙ୍ଗଷ୍ଟର ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଚେତାବନୀ ଦେଇଛନ୍ତି। ଶିଖ ସମ୍ପ୍ରଦାୟ ବିରୋଧରେ କହୁଥିବା ଲୋକଙ୍କୁ ବିଶେଷ କରି ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକଙ୍କୁ ଉକ୍ତ ପୋଷ୍ଟରେ ଧମକ ଦିଆଯାଇଛି। ଏପରିକି ବୁଲେଟ୍ପ୍ରୁତ୍ଫ୍ କାଚ ସେମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ତେବେ ସୋସିଆଲ ମିଡିଆ ପୋଷ୍ଟର ସତ୍ୟତା ଓ ଏଥିରେ କରାଯାଇଥିବା ଦାବିର ଯାଞ୍ଚ କରାଯାଇନାହିଁ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ୨ ଶୁଟରଙ୍କୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ଗିରଫ କରିବା ପରେ ଏଭଳି ଧମକ ଆସିଛି।

