Posted inଜାତୀୟ

ବାଇକ୍‌ରେ ଯାଉଥିଲେ ଯୁବକ, ପଛରୁ ଆସିଲେ ଦୁଇ ମହାବଳ ବାଘ; ଆଉ ତା’ ପରେ…

ମୁମ୍ବାଇ,୨ା୬: ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଦେଖିବେ ଦୁଇଟି ମହାବଳ ବାଘ ହଠାତ୍‌ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ବାଘ ଦୁଇଟିକୁ ରାସ୍ତାରେ ବୁଲିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କେହି କେହି ରାସ୍ତାରେ ବାଇକ୍‌ ରଖି ବାଘ ଦୁଇଟିକୁ ଦେଖିବାରେ ଲାଗୁଛନ୍ତି ତ ଆଉ କେହି ଭିଡିଓ ପ୍ରସ୍ତୁତ କରିବାରେ ଲାଗିଛନ୍ତି। କେହି ଜଣେ ଏହି ସମୟର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରି ଦେଇଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଦୁଇ ବାଇକ୍‌ଆରୋହୀ ବାଘ ଦୁଇଟିକୁ ଦେଖି ତା’ ସାମ୍ନାରେ ଅଟକି ଗଲେ। ବାଘ ତାଙ୍କ ନିକଟତର ହୋଇଥିଲେ ମଧ୍ୟ ସେ ଯାଇ ନ ଥିଲେ। ଫଟୋ ଉଠାଇବାରେ ଲାଗିଥିଲେ। ଏହି ଘଟଣା ଯିଏ ଦେଖିବ ତା’ର ନିଃଶ୍ୱାସ ବି ବନ୍ଦ ହୋଇଯିବ। ମାତ୍ର ବାଇକ୍‌ଆରୋହୀ ଟିକେ ବି ବିଚଳିତ ହୋଇ ନ ଥିଲେ। ଏହା ପରେ ବାଘ ଦୁଇଟି ଜଙ୍ଗଲକୁ ଚାଲିଯାଇଥିଲେ। ଏଥିରୁ ଜଣାପଡୁଛି ବାଘ ଦୁଇଟିଙ୍କର ପେଟ ବୋଧେ ପୂରି ଥିଲା ନଚେତ୍‌ ଶିକାରକୁ ଏତେ ପାଖରେ ପାଇ ଛାଡ଼ି ଯାଇ ନ ଥାନ୍ତେ। ଲକ୍‌ଡାଉନ ଯୋଗୁ ପର୍ଯ୍ୟଟକଙ୍କ ପାଇଁ ସଫାରୀ ବନ୍ଦ ଅଛି। ଅଧିକାଂଶ ଲୋକ ରାସ୍ତାକୁ ଆସୁ ନାହାନ୍ତି। ତେଣୁ ବାଘ ଦୁଇଟି ରାସ୍ତାକୁ ଚାଲି ଆସିଥିଲେ।

ଭାଇରାଲ ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧ ହଜାର ୟୁଜର ଦେଖିସାରିଲେଣିି। ଅନେକ ୟୁଜର ଭିଡିଓକୁ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କୁ ଅପହରଣ କରି ନିଜ ଝିଅ ସହ ବିବାହ କରାଇଲେ

ପାଟନା,୧ା୧୨: ନିକଟରେ ଗୌତମ କୁମାର ବିହାର ଲୋକ ସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଧବାର ୩-୪ ଜଣ ବ୍ୟକ୍ତି ତାଙ୍କ...

୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଇଡି ଅଧିକାରୀ

ଚେନ୍ନାଇ,୧।୧୨: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଅଧିକାରୀ। ତାମିଲନାଡୁରେ କଥିତ ରୂପେ ଲାଞ୍ଚ ନେବାବେଳେ ଜଣେ ଇଡି ଅଧିକାରୀ ଧରାପଡିଛନ୍ତି। ତାମିଲନାଡୁର...

ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ...

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳର ତାରିଖ, ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧।୧୨: ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍‌ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ...

ୟୁସିସି ଲାଗୁ କରିବା ନେଇ କେନ୍ଦ୍ରକୁ ଦେଇ ପାରିବେନି ନିର୍ଦ୍ଦେଶ, ଯାଚିକା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧।୧୨: ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ...

୫ ବର୍ଷ ପୂର୍ବେ ହୋଇଯାଇଥିଲେ ଛାଡ଼ପତ୍ର: ହେଲେ ସ୍ବାମୀଙ୍କ ହୋଇଛି ହୃଦଘାତ, ତା’ପରେ…

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର...

ମନକଥା କହିଲେ ରାହୁଲ ଗାନ୍ଧୀ, ଲେଖକ ହେବାର ଇଛା ଥିଲା ହେଲେ…

କନ୍ନୁର,୧।୧୨:କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେରଳର କନ୍ନୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଲେଖକ ହେବାକୁ...

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri