ବାଲି ବ୍ୟବସାୟୀ ୨ ଭାଇ ଗିରଫ, ଟ୍ରାକ୍ଟର ଜବତ

ପୁରୁଷୋତ୍ତମପୁର,୨୪।୪ (ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ହିଞ୍ଜିଳି ତହସିଲ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ ୨ ଜଣ ଆର୍‌ଆଇଙ୍କୁ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଶନିବାର ବାଲି ବ୍ୟବସାୟୀ ୨ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ କୁମାର ତ୍ରିପାଠୀ ଓ ସପନ ତ୍ରିପାଠୀ। ଥାନା ମାମଲା ନଂ.୨୧୯/୨୨ ପ୍ରକାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୟାନିଧିପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ୍‌ ବାଲି ଚାଲାଣ ହେଉଥିବା ହିଞ୍ଜିଳି ତହସିଲ ପ୍ରଶାସନକୁ ଖବର ମିଳିଥିଲା। ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦିକ ଆର୍‌ଆଇ କୃଷ୍ଣଚନ୍ଦ୍ର ଜାନି ଓ ବୁରୁପଡା ଆର୍‌ଆଇ ସୁଧାଂଶୁ ଶେଖର ପାଣିଗ୍ରାହୀ ଗୁରୁବାର ରାତିରେ ସେଠାରେ ଚଢ଼ାଉ କରି ଟ୍ରାକ୍ଟର (ଓଡି ୦୭ଏମ ୩୪୭୮)କୁ ଅଟକାଇଥିଲେ। ଟ୍ରାକ୍ଟର ଡ୍ରାଇଭର ତଥା ଦୟାନିଧିପୁରର ଦୀପକ ୨ ଆର୍‌ଆଇଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ସେ ତାଙ୍କ ଭାଇ ସପନ ଓ ବାପା ମନୋଜ ତ୍ରିପାଠୀଙ୍କୁ ଡକାଇଥିଲେ। ବାପା ଓ ୨ ଭାଇ ମିଶି ଆରଆଇଙ୍କୁ ଆକ୍ରମଣ କରିବା ସହ ଗାଡି ଚଢାଇ ଦେବାକୁ ଉଦ୍ୟମ କରିଥିଲେ। ଆହତ ଆର୍‌ଆଇଦ୍ୱୟ ସେଠାରୁ ଦୌଡ଼ି ଆସି ହିଞ୍ଜିଳି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଆରଆଇ କୃଷ୍ଣ ଚନ୍ଦ୍ର ଜାନି ଏ ନେଇ ତହସିଲଦାର ପରିଡ଼ାଙ୍କୁ ଜଣାଇବା ପରେ ସେ ପୁରୁଷୋତ୍ତମପୁର ଥାନାରେ ଶୁକ୍ରବାର ଅଭିଯୋଗ କରିଥିଲେ। ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଅଭିଯୋଗ ପ୍ରକାରେ ମାମଲା ରୁଜୁ କରିଥିଲେ। ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଏହାର ତଦନ୍ତ କରି ଶନିବାର ସକାଳେ ଦୟାନିଧିପୁରରେ ଚଢାଉ କରି ଅଭିଯୁକ୍ତ ଦୁଇ ଭାଇଙ୍କୁ କାବୁ କରିବା ସହ ଟ୍ରାକ୍ଟରକୁ ଜବତ କରିଛନ୍ତି। ଅଭିଯୁକ୍ତଙ୍କ ବାପା ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଝିଅଙ୍କୁ ମାଡ ମାରି, ଯୁବକ ଗିରଫ

ବୁଗୁଡ଼ା,୧୬ା୧୦(ଡି.ଏନ.ଏ.): ବୁଗୁଡ଼ା ଥାନା ବକ୍ସିପଲ୍ଲୀ ଗ୍ରାମରେ ଗୋଟିଏ ପରିବାରର ମା’ ଓ ୨ ଝିଅଙ୍କୁ ମାରପିଟ ଏବଂ ଟଣାଓଟରା କରିବା ଅଭିଯୋଗରେ ବୁଧବାର ବୁଗୁଡ଼ା ପୋଲିସ...

ଏମ୍‌କେସିଜିରେ ପୁଣି ୪ କରୋନା ସନ୍ଦିଗ୍ଧ: ଗୋଟିଏ ପରିବାରର ୩

ବ୍ରହ୍ମପୁର ଅଫିସ,୩୦।୩: ବିଶବ୍ୟାପୀ ଆତଙ୍କ ସୃଷ୍ଟି କରି ଚାଲିଥିବା କରୋନା ଭୂତାଣୁକୁ ନେଇ ଦକ୍ଷିଣ ଓଡ଼ିଶାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଏଠାକାର ଗୋଟିଏ ପରେ...

ବଡ ଡାକ୍ତରଖାନାରୁ ନିଖୋଜ ହେଲେ ରୋଗୀ

ବ୍ରହ୍ମପୁର ଅଫିସ,୧୯ା୯:ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ରବିବାର ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ପୁଅ ବୈଦ୍ୟନାଥପୁର...

ଯୌତୁକ ନିର୍ଯାତନା : ପୁଅକୁ ଆଣିବାକୁ ଯାଇ ମାଡ଼ ଖାଇଲେ ମହିଳା

ବ୍ରହ୍ମପୁର ଅଫିସ,୩ା୪: ବ୍ରହ୍ମପୁର ସଦର ଥାନାରେ ଜନୈକା ମହିଳା ଶିବାନୀ ସାହୁଙ୍କୁ ତାଙ୍କ ଶଶୁର ଘରେ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ...

ନାବାଳିକାଙ୍କ ବିବାହ ରୋକିଲା ପ୍ରଶାସନ: ଅଧିକାରୀମାନଙ୍କ ସହ ପରିବାର ସଦସ୍ୟଙ୍କ ଯୁକ୍ତିତର୍କ

ହିଞ୍ଜିଳିକାଟୁ,୨୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ଜନୈକା ନାବାଳିକାଙ୍କ ବିବାହ ସ୍ଥିର ହୋଇଥିଲା। ଖବର ପାଇ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର...

ଘରେ ପଶିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨୦।୧୨: ନ୍ୟାୟ ଦାବିରେ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ବିନୀ ଦାଶଙ୍କ ମୂଳ ପିଟିଶନର ଶୁଣାଣି ସୋମବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ...

ଜିଲାପରିଷଦ ସଭାପତି ନିର୍ବାଚନ: ଗଞ୍ଜାମ ଅଞ୍ଜଳି, ଗଜପତି ଜି. ତିରୁପତି, କନ୍ଧମାଳ ନନ୍ଦିନୀ

ଛତ୍ରପୁର/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)/ ଫୁଲବାଣୀ ଅଫିସ୍‌, ୧୪ା୩: ଗଞ୍ଜାମ ଜିଲା ପରିଷଦ ସଭାପତି ଭାବେ ଅଞ୍ଜଳି ସ୍ବାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅଞ୍ଜଳି ଧରାକୋଟ ବ୍ଲକର ୩୧ ନମ୍ବର...

ଏସ୍‌ଏଚ୍‌ଜି ଦ୍ୱାରା ଅଣ୍ଡା ବଣ୍ଟନ ନିଷ୍ପତ୍ତି ପ୍ରତ୍ୟାହାର: ଅଙ୍ଗନୱାଡି କେନ୍ଦ୍ରକୁ ମିଳିଲା ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨ା୬-ଗଞ୍ଜାମ ଜିଲା ଅଙ୍ଗନୱାଡି କେନ୍ଦ୍ରକୁ ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଦ୍ୱାରା ଅଣ୍ଡା ବଣ୍ଟନ ନିଷ୍ପତ୍ତିକୁ ସୋମବାର ଜିଲାପାଳ ପ୍ରତ୍ୟାହାର କରିଛନ୍ତି ା ଏସ୍‌ଏଚ୍‌ଜିଠାରୁ ଅଣ୍ଡା ବଣ୍ଟନ ଦାୟିତ୍ୱ...

Advertisement
Archives

Model This Week