ଭଞ୍ଜନଗରରେ ପାୱାର କଟ୍‌, ଲୋକେ ଛଟପଟ

ଭଞ୍ଜନଗର,୨୪।୪(ଡି.ଏନ.ଏ): ରାଜ୍ୟରେ ଯେତିକି ପରିମାଣର ବିଦ୍ୟୁତ୍‌ ଆବଶ୍ୟକ ବର୍ତ୍ତମାନ ସେହି ଅନୁପାତରେ ବିଦ୍ୟୁତ୍‌ ଉପତ୍ାଦନ ହେଉନାହିଁ। ତେଣୁ ପାୱାର କଟ୍‌ ହେଉଛି। ଭଞ୍ଜନଗରରେ ଦିନକୁ ୩ଥର ପାୱାର କଟ୍‌ ପାଇଁ ସୋସିଆଲ ମିଡ଼ିଆରେ ଘୋଷଣା ହୋଇଥିଲେ ମଧ୍ୟ ତାହାଠାରୁ ଅଧିକ ଥର ବିଦ୍ୟୁତ୍‌ କାଟ କରାଯାଉଛି। ଏବେ ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୦ ଡ଼ିଗ୍ରୀ ରହୁଥିଲେ ବି ୪୪ ଡ଼ିଗ୍ରୀ ଭଳି ଗରମ ଅନଭୂତ ହେଉଛି। ଏଭଳି ସ୍ଥିତିରେ ପାୱାର କଟ୍‌ ଯୋଗୁ ଲୋକେ ଛଟପଟ ହୋଇପଡ଼ୁଛନ୍ତି । ଅନ୍ୟପଟେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପରୀକ୍ଷା ଚାଲିଥିବା ବେଳେ ଏଭଳି ପାୱାର କଟ୍‌ ଯୋଗୁ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି । ରାଜ୍ୟର ବିଦ୍ୟୁତ୍‌ ଚାହିଦା ମେଣ୍ଟାଇବା ପାଇଁ ଉପତ୍ାଦନ ବୃଦ୍ଧି କରାଯିବା କଥା, କିନ୍ତୁ ତାହା ହେବାକୁ ନାହିଁ । ଯାହାର ପରିଣାମ ଉପଭୋକ୍ତାମାନେ ଭୋଗୁଛନ୍ତି। ଅନ୍ୟପଟେ ବିଦ୍ୟୁତ୍‌ ସେବାରେ ସୁଧାର ଆଣିବା, ଚୋରିକୁ ରୋକିବା ପାଇଁ ସରକାର ଟାଟା ପାୱାର କମ୍ପାନୀକୁ ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଟାଟା ପାୱାର ଦାୟିତ୍ୱ ନେବାପରେ କେତକ ସେବାରେ ଉନ୍ନତି ଆସିଥିବା ବେଳେ ଆଉ କେତକ କ୍ଷେତ୍ରରେ ଏବେବି ସମସ୍ୟା ରହିଛି। ଟାଟା ପାୱାର ନୂତନ ନିଯୁକ୍ତି ଦେବାପରେ ଅନେକ ପୁରାତନ କର୍ମଚାରୀ ନିଜର ଭବିଷ୍ୟତ ସୁରକ୍ଷିତ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ବହୁଦିନ ହେବ ସେମାନେ ଆନ୍ଦୋଳନ ଚଳାଇଥିଲେ ସେମାନଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ଅନ୍ୟପଟେ ଟାଟା ପାୱାର ବିଭିନ୍ନ ଏଜେନ୍ସି ସହାୟତାରେ ନିଯୁକ୍ତି ଦେଇଥିବା ବେଳେ ସେଠାରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି । ଏନେଇ ବିଦ୍ୟୁତ୍‌ ବିଭାଗର ଜଣେ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତିଯେ ରାଜ୍ୟ ସାରା ବର୍ତ୍ତମାନ ଏହିଭଳି ସମସ୍ୟା ଦେଖାଦେଇଛି । ବିଦ୍ୟୁତ୍‌ ଉପତ୍ାଦନରେ ବ୍ୟାଘାତ ଯୋଗୁ ଏହି ସମସ୍ୟା ଉପୁଜିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିିକୁଳା ଗ୍ରାମକୁ କଣ୍ଟେଟମେଣ୍ଟ ଜୋନ୍‌ ଘୋଷଣା କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକୁଳା ଗ୍ରାମରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ...

ନାବାଳିକାଙ୍କୁ ଗଣବଳାତ୍କାର: ଜେଲ ଗଲେ ୨ ଅଭିଯୁକ୍ତ

ଗୋପାଳପୁର,୩୧ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁ ଗଣ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩୦।୫: ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଜଣେ ବିଚାରାଧୀନ କଏଦୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ଟାଉନ ଥାନା ଅଧୀନ ଗେଟ୍‌ବଜାର ଜାଗିଲିସାହିର ମୁନା...

ସାନିଟାଇଜ୍‌ ହେଲା ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବରିଷ୍ଠ ଅଫିସରମାନେ ମଧ୍ୟ ସଂକ୍ରମିତ ହେଲେଣି। ୧୦ଦିନ ପାଇଁ ସମସ୍ତ ସରକାରୀ...

ଯନ୍ତ୍ରୀଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ

ବେଗୁନିଆପଡ଼ା,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସିରେ ସଫେଇ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀ ବାଧ୍ୟ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି...

୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ନାବାଳକ

ଚିକିଟି,୨୨ା୧(ଡି.ଏନ.ଏ.)-ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଅଷ୍ଟମ ଶ୍ରେଣୀ ଛାତ୍ର ବଳାତ୍କାର କରିଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ...

ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଗେଟବଜ଼ାର ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ବିଷ୍ଣୁ ପ୍ରଧାନ(୩୭)ଗୁରତର ହୋଇଥିଲେ। ତେବେ ଏମ୍‌କେସିଜି ମେଡିକଲରେ...

ଜିଲା ବାହାର ଗାଡ଼ି ଗଞ୍ଜାମରେ ଅଟକିବା ମନା

ଛତ୍ରପୁର,୨୧ା୩(ଡି.ଏନ୍‌.ଏ.)- ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲାର କୌଣସି ବସ୍‌, ଟ୍ରକ୍‌, ଟ୍ରେଲର ଆଦି ଗାଡ଼ି ଗଞ୍ଜାମ ଜିଲା ଦେଇ ଯାଉଥିବା ବେଳେ ଅଟକିବା ଉପରେ...

Advertisement
Archives

Model This Week