ବ୍ରିଜ୍‌ରୁ ପାତାଳି ନଦୀକୁ ଖସି ୨ ମୃତ

କୋରାପୁଟ,୫।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ପାଡୁଆଠାରେ ମଙ୍ଗଳବାର ରାତିରେ ଏକ ବ୍ରିଜ୍‌ ନିକଟରେ କାର- ଓ ଅଟୋ ମୁହାଁମୁହିଁ ହୋଇ ଗାଡି ୨ଟି ପାତାଳୀ ନଦୀ ଭିତରକୁ ଖସିପଡିଛି। ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ପ୍ରତୀକ୍ଷା ଶର୍ମା (୨୪) ଓ ଅଜୟ ଶୁକ୍ଲା (୩୦)। ସେମାନଙ୍କ ଘର ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ ବୋଲି ଜଣାପଡିଛି। ପାଡୁଆ ଅଗ୍ନିଶମ ବିଭାଗ ଓ କୋରାପୁଟ ଓଡ୍ରାଫ ଟିମ୍‌ ପହଞ୍ଚତ୍ ପାତାଳି ନଦୀରୁ ଉଭୟଙ୍କ ମୃତଦେହ ବୁଧବାର ଉଦ୍ଧାର କରିଛନ୍ତି। ମିଳିଥିବା ଖବରରୁ ଜଣାପଡିଛି ମଙ୍ଗଳବାର ବିଳମ୍ବିତ ରାତିରେ କାର(ଏପି୩୯ଏକ୍ସ-୬୨୦୭)ଟି ପ୍ରତୀକ୍ଷା ଓ ଅଜୟଙ୍କୁ ଧରି ଆନ୍ଧ୍ର ଅଭିମୁଖେ ଯାଉଥିଲା। ପାଡୁଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଯାତ୍ରୀବାହୀ ଅଟୋ ସହ କାର ବ୍ରିଜ୍‌ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବ୍ରିଜ୍‌ ଉପରୁ କାର ଓ ଅଟୋ ନଦୀକୁ ଖସି ପଡିଥିଲା। ଅଟୋରେ ଥିବା ୪ ଜଣ ସ୍ଥାନୀୟ ବ୍ୟକ୍ତି ପହଁରି ପହଁରି ଉପରକୁ ଚାଲି ଆସିଥିଲେ। କାରରେ ଥିବା ଆନ୍ଧ୍ରପ୍ରଦେଶ ଅଞ୍ଚଳର ପ୍ରତୀକ୍ଷା ଓ ଅଜୟ ଉପରକୁ ଆସି ପାରି ନଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବୁଧବାର ସକାଳୁ କୋରାପୁଟ ତୃତୀୟ ବାଟାଲିୟନ ଦୁର୍ଗପତି ପି.କେ. ଦାସଙ୍କ ନିର୍ଦ୍ଦେଶରେ ଓଡ୍ରାଫର ହାବିଲଦାର ରାଜେଶ କୁମାର ସାହୁଙ୍କ ନେତୃତ୍ୱରେ ହାବିଲଦାର ସନ୍ତୋଷ କୁମାର ଦଣ୍ଡସେନା, ମାଝି ଶବର, ଏମ. ଖରା, ଆଲୋକ ପାଣି, ଏସ୍‌ ପଟ୍ଟନାୟକ, ଏମ. ପ୍ରଧାନ, ଏମ. ପୂଜାରି, ଏ. ଅଲ୍ଲି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚତ୍ ନଦୀରେ ବୁଡିଥିବା କାର ଓ ଅଟୋକୁ ଉଦ୍ଧାର କରିବା ସହ କାରରେ ଥିବା ପ୍ରତୀକ୍ଷା ଓ ଅଜୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦୁର୍ଗପତି ଦାସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଉଭୟ ମୃତକଙ୍କ ଘର ଆନ୍ଧ୍ର ପ୍ରଦେଶରେ, ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ପାଡୁଆ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

ନୂଆଦିଲ୍ଲୀ,୨୬।୮: ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ବଡ଼ ଘୋଷଣା…

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri