ବ୍ରିଜ୍‌ରୁ ପାତାଳି ନଦୀକୁ ଖସି ୨ ମୃତ

କୋରାପୁଟ,୫।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ପାଡୁଆଠାରେ ମଙ୍ଗଳବାର ରାତିରେ ଏକ ବ୍ରିଜ୍‌ ନିକଟରେ କାର- ଓ ଅଟୋ ମୁହାଁମୁହିଁ ହୋଇ ଗାଡି ୨ଟି ପାତାଳୀ ନଦୀ ଭିତରକୁ ଖସିପଡିଛି। ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ପ୍ରତୀକ୍ଷା ଶର୍ମା (୨୪) ଓ ଅଜୟ ଶୁକ୍ଲା (୩୦)। ସେମାନଙ୍କ ଘର ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ ବୋଲି ଜଣାପଡିଛି। ପାଡୁଆ ଅଗ୍ନିଶମ ବିଭାଗ ଓ କୋରାପୁଟ ଓଡ୍ରାଫ ଟିମ୍‌ ପହଞ୍ଚତ୍ ପାତାଳି ନଦୀରୁ ଉଭୟଙ୍କ ମୃତଦେହ ବୁଧବାର ଉଦ୍ଧାର କରିଛନ୍ତି। ମିଳିଥିବା ଖବରରୁ ଜଣାପଡିଛି ମଙ୍ଗଳବାର ବିଳମ୍ବିତ ରାତିରେ କାର(ଏପି୩୯ଏକ୍ସ-୬୨୦୭)ଟି ପ୍ରତୀକ୍ଷା ଓ ଅଜୟଙ୍କୁ ଧରି ଆନ୍ଧ୍ର ଅଭିମୁଖେ ଯାଉଥିଲା। ପାଡୁଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଯାତ୍ରୀବାହୀ ଅଟୋ ସହ କାର ବ୍ରିଜ୍‌ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବ୍ରିଜ୍‌ ଉପରୁ କାର ଓ ଅଟୋ ନଦୀକୁ ଖସି ପଡିଥିଲା। ଅଟୋରେ ଥିବା ୪ ଜଣ ସ୍ଥାନୀୟ ବ୍ୟକ୍ତି ପହଁରି ପହଁରି ଉପରକୁ ଚାଲି ଆସିଥିଲେ। କାରରେ ଥିବା ଆନ୍ଧ୍ରପ୍ରଦେଶ ଅଞ୍ଚଳର ପ୍ରତୀକ୍ଷା ଓ ଅଜୟ ଉପରକୁ ଆସି ପାରି ନଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବୁଧବାର ସକାଳୁ କୋରାପୁଟ ତୃତୀୟ ବାଟାଲିୟନ ଦୁର୍ଗପତି ପି.କେ. ଦାସଙ୍କ ନିର୍ଦ୍ଦେଶରେ ଓଡ୍ରାଫର ହାବିଲଦାର ରାଜେଶ କୁମାର ସାହୁଙ୍କ ନେତୃତ୍ୱରେ ହାବିଲଦାର ସନ୍ତୋଷ କୁମାର ଦଣ୍ଡସେନା, ମାଝି ଶବର, ଏମ. ଖରା, ଆଲୋକ ପାଣି, ଏସ୍‌ ପଟ୍ଟନାୟକ, ଏମ. ପ୍ରଧାନ, ଏମ. ପୂଜାରି, ଏ. ଅଲ୍ଲି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚତ୍ ନଦୀରେ ବୁଡିଥିବା କାର ଓ ଅଟୋକୁ ଉଦ୍ଧାର କରିବା ସହ କାରରେ ଥିବା ପ୍ରତୀକ୍ଷା ଓ ଅଜୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦୁର୍ଗପତି ଦାସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଉଭୟ ମୃତକଙ୍କ ଘର ଆନ୍ଧ୍ର ପ୍ରଦେଶରେ, ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ପାଡୁଆ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri