Posted inଫୁରସତ

୨ ମୁହଁ, ୪ ଆଖି ଥିବା ଅଦ୍ଭୁତ ମାଛ: ଦେଖିଲେ ଆଖିକୁ ବିଶ୍ୱାସ କରିହେବନି…

ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ । ଅନେକ ଥର ଏପରି ଜିନିଷ ଦେଖିବାକୁ ମିଳେ ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଆଜିକାଲି ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ମାଛର ଦୁଇଟି ପାଟି ଏବଂ ଚାରି ଆଖି ଥିବା ଦେଖାଯାଉଛି। ଏହି ଦୋମୁହାଁ ମାଛକୁ ଦେଖି ଲୋକେ ଚକିତ ହୋଇଯାଉଛନ୍ତି।

ସାଧାରଣତଃ ମାଛର ଦୁଇଟି ଆଖି ଏବଂ ଗୋଟିଏ ପାଟି ଥାଏ। ହେଲେ ଭିଡିଓରେ ଦେଖାଯାଉଥିବା ମାଛ ଦେଖିବାକୁ ବେଶ ଅଦ୍ଭୁତ। କାରଣ ଏହାର ଦୁଇଟି ପାଟି ସହ ଚାରି ଆଖି ରହିଛି। ଏହାକୁ କିଛି ଲୋକ ଏହାକୁ କ୍ଷତ ବୋଲି କହୁଥିବାବେଳେ କିଛି ମାଛଟି ଚେର୍ନୋବିଲ ଦୁର୍ଘଟଣା ବିକିରଣର ଶିକାର ହୋଇଥିବା କହୁଛନ୍ତି। ହେଲେ ବିଶେଷଜ୍ଞମାନେ ଏଥିରେ ସହମତି ପ୍ରକାଶ କରିନାହାନ୍ତି। ଯଦି ଏହା କ୍ଷତ ହୋଇଥାନ୍ତା ତେବେ ମାଛଟି ବର୍ତ୍ତମାନ ସୁଦ୍ଧା ମରିଯାଇଥାନ୍ତା ବୋଲି ସେମାନେ କହୁଛନ୍ତି।

ଟୁଇଟରରେ ମାଛର ଅଦ୍ଭୁତ ଭିଡିଓଟିକୁ ‘ହୋଲି ମଦର ଅଫ୍‌ କାର୍ପ’ ନାମର ଆକାଉଣ୍ଟରୁ ଶେୟାର କରାଯାଇଛି। ଭିଡିଓକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।ସେହିଭଳି ୫ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଏଥି ସହିତ ଶହ ଶହ ଲୋକ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଉଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri