Posted inଜାତୀୟ

ସୋନିଆଙ୍କୁ ଭେଟିଲେ ଗେହଲୋଟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ବୁଧବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ହେବେ ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଗେହଲୋଟ ତାଙ୍କ ବାସଭବନରେ ବିଧାନସଭା ଦଳର ଏକ ବୈଠକ କରିଥିଲେ। ଏଥିରେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୂଚିତ କରିଥିଲେ।
ସୋନିଆ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ରାଜସ୍ଥାନର ଗେହଲୋଟ କହିଛନ୍ତି, ମୁଁ ଭାଗ୍ୟବାନ ଯେ, ସାରା ଦେଶରେ କଂଗ୍ରେସ କର୍ମୀଙ୍କ ସ୍ନେହ ଏବଂ ବିଶ୍ୱାସ ମୋ ସହ ରହିଛି। ଯଦି ମୋତେ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ କୁହାଯାଏ, ମୁଁ ନାମାଙ୍କନ ଦାଖଲ କରିବି। ମୁଁ କଂଗ୍ରେସର ସେବା କରିବାକୁ ଏଠାରେ ଅଛି। ତେଣୁ ଯାହା ଦାୟିତ୍ୱ ଦିଆଯିବ ମୁଁ ତାହା ପୂରଣ କରିବି। ପଦ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରୁଛି ଏବଂ ଏହା ଜାରି ରଖିବି।
କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଅଶୋକ ଗେହଲୋଟ ଆଜି କୋଚି ଯିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡ ଯାତ୍ରାରେ ଅଛନ୍ତି।
ସୂଚନାଯୋଗ୍ୟ,କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ପାଇଁ ନିର୍ବାଚନ ଅକ୍ଟୋବର ୧୭ରେ ହେବ ଏବଂ ଅକ୍ଟୋବର ୧୯ରେ ଭୋଟ ଗଣତି ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିରାଶ ହେଲେ ଚିଦାମ୍ବରମ୍‌: ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୩୦।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କର ଜାମିନ୍‌ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ...

ପିଓକେରେ ଆକ୍ରମଣ କଲା ଭାରତ

ନୂଆଦିଲ୍ଲୀ,୧୯।୧୧-ଭାରତୀୟ ସେନା ଗୁରୁବାର ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ‘ପିନ୍‌ପଏଣ୍ଟ ଷ୍ଟ୍ରାଇକ୍‌’ କରିଛି। ନିୟନ୍ତ୍ରଣରେଖା (ଏଲ୍‌ଓସି) ସେପଟେ ଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ଭାରତକୁ ଅନୁପ୍ରବେଶ କରାଇବା...

୨ହଜାର ଅତିକ୍ରମ କଲା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ହେବ ର଼୍ୟାପିଡ ଟେଷ୍ଟ

ନୂଆଦିଲ୍ଲୀ,୨୦।୪: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହେଲେ ୧୧୦ କରୋନା ସଂକ୍ରମିତ। ଏହାକୁ ନେଇ ଏବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି...

ଭାରତ-ଇଣ୍ଡିଆ ନାମକୁ ନେଇ ସମ୍ବିଧାନ ସଂଶୋଧନର କୌଣସି ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୬।୯: ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣରେ ରାଷ୍ଟ୍ରପତିଙ୍କୁ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ଏକ ବିବାଦ ଲାଗି...

ଏନ୍‌ପିଆରରେ ଜନ୍ମ, ମୃତ୍ୟୁ ଓ ପ୍ରବାସର ଅପଡେଟ ଜରୁରୀ

ନୂଆଦିଲ୍ଲୀ,୨୮ ।୪: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦-୨୧ ବର୍ଷର ରିପୋର୍ଟ ଅନୁଯାୟୀ, ଜନ୍ମ, ମୃତ୍ୟୁ ଓ ପ୍ରବାସ କାରଣରୁ ହେଉଥିବା ପରିବର୍ତ୍ତନକୁ ସାମିଲ କରିବା ପାଇଁ ରାଷ୍ଟ୍ରୀୟ...

ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଟାର୍ଗେଟ କଲା ଭାଜପା, ପୋଷ୍ଟର ଜାରି କରି କହିଲା ‘ଲୁଟେରା’

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣିଥରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ରବିବାର...

ଗୋଟିଏ ଦିନରେ ଫିଲ୍ମରୁ ୧୨୦ କୋଟି ଆୟ ହେଉଛି, ଦେଶରେ ମାନ୍ଦାବସ୍ଥା କୁଆଡୁ ଆସିଲା: ଆଇନ ମନ୍ତ୍ରୀ

ମୁମ୍ବାଇ,୧୨।୧୦: ମାନ୍ଦା ଅର୍ଥ ବ୍ୟବସ୍ଥାକୁ ନେଇ ସରଗରମ ଦେଶ। ସବୁ ମାହୋଲରେ ଅର୍ଥନୀତିକୁ ନେଇ ଚର୍ଚ୍ଚା। ତେବେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ...

ଭୂସ୍ଖଳନ ଯୋଗୁ ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍‌-କାର୍‌, ଉଦ୍ଧାର କାର୍ଯ୍ୟରେ ସେନା…

ଚାମୋଲି,୧୧।୮: ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ବସ ଏବଂ କାର ମାଟି ତଳେ ଦବି ଯାଇଛି। ୪୦ରୁ ଅଧିକ ଲୋକଙ୍କ ସହିତ ସ୍ଥଳଭାବରେ ଯୋଗାଯୋଗା ବିଚ୍ଛିନ୍ନ...

Advertisement
Archives

Model This Week