ଦୁଇ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ଧିମା

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଓ ପୁରୀ ଜିଲାରେ ଦୀର୍ଘଦିନର ପାଣି ସମସ୍ୟା ଦୂର କରିବା ଲାଗି ୨ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ ା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଓ ପୁରୀ ଜିଲା ପାଇଁ ବସୁଧା ଯୋଜନାରେ ଉକ୍ତ ୨ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ା ହେଲେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ବହୁ ମନ୍ଥର ଗତିରେ ଚାଲିଛି ା ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ କରିଥିବା ବେଳେ ବାରମ୍ବାର ଏହି କାର୍ଯ୍ୟ ସାରିବା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରି ଚାଲିଛନ୍ତି। ଅନ୍ୟପକ୍ଷରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଏବଂ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଯନ୍ତ୍ରୀମାନଙ୍କ ନିର୍ଦ୍ଦେଶକୁ ମଧ୍ୟ ମାନୁ ନ ଥିବା ବିଭିନ୍ନ ସମୟରେ ସମୀକ୍ଷା ବେଳେ ଦେଖିବାକୁ ମିଳିଛି ା ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରୁଥିବା ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦର ଜିଭିପିଆର୍‌ ଇଞ୍ଜିନିୟରର୍ସ ଲିମିଟେଡ୍‌ ଠିକା ସଂସ୍ଥାକୁ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କଡା ଚେତବାନୀ ସମ୍ବନ୍ଧୀୟ ନୋଟିସ୍‌ କରାଯାଇଛି ା ଉକ୍ତ ୨ ପ୍ରକଳ୍ପ କାମ ବହୁ ଧିମା ଚାଲିଛି ଏବଂ ଏହା ଜମା ଗ୍ରହଣୀୟ ନୁହେଁ। ସପ୍ତାହକ ମଧ୍ୟରେ ପ୍ରକଳ୍ପ ନ ଆଗେଇଲେ କଳା ତାଲିକା ଭୁକ୍ତ କରାଯିବ ଏବଂ ଆଉ କେବେ ଉକ୍ତ ବିଭାଗର କୌଣସି କାର୍ଯ୍ୟର ଟେଣ୍ଡରରେ ଏହି ଠିକାଦାର ସଂସ୍ଥା ଅଂଶଗ୍ରହଣ କରିପାରିବନି। ଏନେଇ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ଉକ୍ତ ଠିକା ସଂସ୍ଥାକୁ ନୋଟିସ୍‌ ଜାରି ହୋଇଛି।
ସୂଚନା ଅନୁସାରେ ଗଞ୍ଜାମ ବ୍ଲକର ୭ଟି ପଞ୍ଚାୟତ ଅଧିନ ୫୫ ଗାଁ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ର ୧୪ ପଂଚାୟତ ଅଧିନ ୯୨ ଗ୍ରାମ ରେ ପାଣି ସମସ୍ୟା ଦୂର ପାଇଁ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି ା ସେହିପରି ପୁରୀ ଜିଲା ର କଣାସ ବ୍ଲକ ର ୧୨୬ ଗାଁ, ବ୍ରହ୍ମଗିରି ବ୍ଲକ ର ୧୮ ଗାଁ ଓ ସତ୍ୟବାଦୀ ବ୍ଳକ ର ୧୪ ଗାଁ ପାଇଁ ମଧ୍ୟ ଆଉ ଏକ ମେଗା ପାଇପ୍‌ ଜଳଯୋଗଣ ପ୍ରକଳ୍ପ କାମ ଚାଲିଛି ା ଉଭୟ ପ୍ରକଳ୍ପ କାମ ଧିମା ଚାଲିଛି ଏବଂ ଉଭୟର କାମ ଉକ୍ତ ଠିକା ସଂସ୍ଥା ଦାୟିତ୍ୱ ନେଇଛି ା
ସଚନାଯୋଗେ, ଗଞ୍‌ାମ-ପୁରୀ ଜିଲା ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୨୦୩.୪୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ା ଏହି ପ୍ରକଳ୍ପ କାମ ୨୦୧୮ ଅଗଷ୍ଟ ୨୮ ତାରିଖରେ ଆରମ୍ଭ ହୋଇଥିଲା ା ପ୍ରଥମେ ଏହା ୨୦୨୦ ଅଗଷ୍ଟ ୨୬ ତାରିଖରେ ସାରିବା ଲକ୍ଷ୍ୟ ରହିଥିଲା। ପରେ ଏହାର ଅବଧିକୁ ୨ ବର୍ଷ ବୃଦ୍ଧି କରାଯାଇ ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ା ତେବେ ଆହୁରି ଏହି ପ୍ରକଳ୍ପ ସାରିବାକୁ ଆହୁରି ବିଳମ୍ବ ହେବା ଏକ ପ୍ରକାର ନିଶ୍ଚିତ ବୋଲି ୧ ତାରିଖରେ ତକତ୍ାଳୀନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଦ୍ୱାରା ଛତ୍ରପୁର ଠାରେ ଅନୁଷ୍ଠିତ ଗଞ୍ଜାମ-ପୁରୀ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକ ସ୍ପଷ୍ଟ ହୋଇସାରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri