ଗୋରୁ ସହିତ ଦୁଇଟି ବେଆଇନ କଣ୍ଟେନର ଜବତ, ମାଫିଆ ଫେରାର

କେନ୍ଦୁଝର,୭।୧୨(ସ୍ବ.ପ୍ର): କେନ୍ଦୁଝରରେ ସତନ୍ତ୍ର ଟାସ୍କ ଫୋର୍ସ ଉପରକୁ ଗୁଳି ଚଳାଇ ତିନି କଣ୍ଟେନର ଧରି ଗୋରୁ ମାଫିଆ ଫେରାର ହୋଇ ଯାଉଥିବା ବେଳେ ଦୁଇଟି କଣ୍ଟେନର ଧରାପଡିଛି । ଏନ୍‌ଏଚ୍‌ ୪୯ର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ଟୋଲ ପ୍ଲାଜା ନିକଟରେ ଏହି ଘଟଣା ଘଟିଥିଲା । ଖବରପାଇ ଏସ୍‌ଟିଏଫ ଗୋରୁ ଚାଲାଣ ହେଉଥିବା ଜାଣି ପୂର୍ବରୁ ଜଗି ରହିଥିଲେ। ପ୍ରାୟ ପ୍ରତ୍ୟେକ ଦିନ ଏଭଳି ବେଧଡକ ଗୋଚାଲାଣ ହୋଇ ଆସୁଥିଲେ ହେଁ ଧରପଗଡ ହେଉ ନ ଥିଲା। ଏପରିକି ଏକାଧିକ ଥର ମାଫିଆମାନେ ଟୋଲ ପ୍ଲାଜା ଗେଟ୍‌ ଭାଙ୍ଗି ଗୋରୁ ଗାଡ଼ି ନେଇ ପଳାଇ ଯାଇଥିଲେ। ପୋଲିସ ଏହାକୁ ହାଲୁକା ଭାବରେ ନେଇ ଧରୁ ନ ଥିବା ଅଭିଯୋଗ ହେଉଛି। ଏହି ସବୁ ଗାଡ଼ି ତେଲକୋଇ, କାଞ୍ଜିପାଣି, ସଦର, ଟାଉନ, ତୁରୁମୁଙ୍ଗ ଆଦି ଥାନା ଅଞ୍ଚଳ ଦେଇ ଏନ୍‌ଏଚ୍‌ ୪୯ରେ ସମ୍ବଲପୁର ଆଡୁ ଆସି କେନ୍ଦୁଝର ଦେଇ ମୟୂରଭଞ୍ଜ ଜିଲା ଅତିକ୍ରମ କରି ପଶ୍ଚିମବଙ୍ଗକୁ ଯାଇଥାଏ। ଏସ୍‌ଟିଏଫ୍‌ ଟିମ୍‌ ଖବରପାଇ ୫ଟି ଗୋରୁ ବୋଝେଇ କଣ୍ଟେନରକୁ ପିଛା କରିଥିଲେ। ତେବେ କଣ୍ଟେନରକୁ ଏସକର୍ଟ କରି ମାଫିଆମାନେ ନେଉଥିବା ବେଳେ ମୁହାଁମୁହିଁ ହୋଇଥିଲେ। ଗୋଚାଲାଣକାରୀ ପ୍ରାୟ ୧୦ରୁ ୧୫ ରାଉଣ୍ଡ ଗୁଳି ମାଡ କରିଥିଲେ। ଆତ୍ମରକ୍ଷା ପାଇଁ ଏସ୍‌ଟିଏଫ୍‌ ପାଲଟା ଗୁଳି ଚାଳନା ମଧ୍ୟ କରିଥିବା ଜଣାପଡ଼ିଛି। ପରେ ଏସ୍‌ଟିଏଫ୍‌ ଟିମ୍‌ ୬୪ ଗୋରୁ ବୋଝେଇ ୨ଟି କଣ୍ଟେନର ସହିତ ଦୁଇ ଚାଳକଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ମାଫିଆମାନେ ଫେରାର ହୋଇଯାଇଛନ୍ତି। ଏହି ସବୁ ଗୋରୁ ସୋହେଲା ଅଞ୍ଚଳରୁ ଆସୁଥିବା ବେଳେ ଉକ୍ତ ଅଞ୍ଚଳର ଥାନା ତଥା ରାସ୍ତାରେ ପଡୁଥିବା ଥାନାରେ ସେଟିଂ କରି ଏଭଳି ବେଆଇନ କାରବାର ଚଳାଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକି ଅଧିକ ତଦନ୍ତ ହେଲେ ଜଣାପଡ଼ିବ ବୋଲି ମତ ପ୍ରକାଶ ପାଇଛି। ପୋଲିସ ଉଭୟ ଡ୍ରାଇଭରଙ୍କୁ ପଚରାଉଚରା ଜାରି ରହିଛି । ଏସ୍‌ଟିଏଫ୍‌ ଟିମ୍‌ରେ ଜଣେ ଡିଏସ୍‌ପି, ୩ ଜଣ ସବଇନ୍ସପେକ୍ଟର ଓ ୧୫ ଜଣ ପୋଲିସ ସାମିଲ ଥିଲେ । ଉଭୟ କଣ୍ଟେନରଙ୍କୁ ଟାଉନ୍‌ଥାନାକୁ ହସ୍ତାନ୍ତର କରାଯାଇଛି। ସେଥିରେ ଥିବା ଗୋରୁକୁ ବଡ଼ବିଲ ସ୍ଥିତ ଗୋଶାଳାକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri