ଗୋରୁ ସହିତ ଦୁଇଟି ବେଆଇନ କଣ୍ଟେନର ଜବତ, ମାଫିଆ ଫେରାର

କେନ୍ଦୁଝର,୭।୧୨(ସ୍ବ.ପ୍ର): କେନ୍ଦୁଝରରେ ସତନ୍ତ୍ର ଟାସ୍କ ଫୋର୍ସ ଉପରକୁ ଗୁଳି ଚଳାଇ ତିନି କଣ୍ଟେନର ଧରି ଗୋରୁ ମାଫିଆ ଫେରାର ହୋଇ ଯାଉଥିବା ବେଳେ ଦୁଇଟି କଣ୍ଟେନର ଧରାପଡିଛି । ଏନ୍‌ଏଚ୍‌ ୪୯ର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ଟୋଲ ପ୍ଲାଜା ନିକଟରେ ଏହି ଘଟଣା ଘଟିଥିଲା । ଖବରପାଇ ଏସ୍‌ଟିଏଫ ଗୋରୁ ଚାଲାଣ ହେଉଥିବା ଜାଣି ପୂର୍ବରୁ ଜଗି ରହିଥିଲେ। ପ୍ରାୟ ପ୍ରତ୍ୟେକ ଦିନ ଏଭଳି ବେଧଡକ ଗୋଚାଲାଣ ହୋଇ ଆସୁଥିଲେ ହେଁ ଧରପଗଡ ହେଉ ନ ଥିଲା। ଏପରିକି ଏକାଧିକ ଥର ମାଫିଆମାନେ ଟୋଲ ପ୍ଲାଜା ଗେଟ୍‌ ଭାଙ୍ଗି ଗୋରୁ ଗାଡ଼ି ନେଇ ପଳାଇ ଯାଇଥିଲେ। ପୋଲିସ ଏହାକୁ ହାଲୁକା ଭାବରେ ନେଇ ଧରୁ ନ ଥିବା ଅଭିଯୋଗ ହେଉଛି। ଏହି ସବୁ ଗାଡ଼ି ତେଲକୋଇ, କାଞ୍ଜିପାଣି, ସଦର, ଟାଉନ, ତୁରୁମୁଙ୍ଗ ଆଦି ଥାନା ଅଞ୍ଚଳ ଦେଇ ଏନ୍‌ଏଚ୍‌ ୪୯ରେ ସମ୍ବଲପୁର ଆଡୁ ଆସି କେନ୍ଦୁଝର ଦେଇ ମୟୂରଭଞ୍ଜ ଜିଲା ଅତିକ୍ରମ କରି ପଶ୍ଚିମବଙ୍ଗକୁ ଯାଇଥାଏ। ଏସ୍‌ଟିଏଫ୍‌ ଟିମ୍‌ ଖବରପାଇ ୫ଟି ଗୋରୁ ବୋଝେଇ କଣ୍ଟେନରକୁ ପିଛା କରିଥିଲେ। ତେବେ କଣ୍ଟେନରକୁ ଏସକର୍ଟ କରି ମାଫିଆମାନେ ନେଉଥିବା ବେଳେ ମୁହାଁମୁହିଁ ହୋଇଥିଲେ। ଗୋଚାଲାଣକାରୀ ପ୍ରାୟ ୧୦ରୁ ୧୫ ରାଉଣ୍ଡ ଗୁଳି ମାଡ କରିଥିଲେ। ଆତ୍ମରକ୍ଷା ପାଇଁ ଏସ୍‌ଟିଏଫ୍‌ ପାଲଟା ଗୁଳି ଚାଳନା ମଧ୍ୟ କରିଥିବା ଜଣାପଡ଼ିଛି। ପରେ ଏସ୍‌ଟିଏଫ୍‌ ଟିମ୍‌ ୬୪ ଗୋରୁ ବୋଝେଇ ୨ଟି କଣ୍ଟେନର ସହିତ ଦୁଇ ଚାଳକଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ମାଫିଆମାନେ ଫେରାର ହୋଇଯାଇଛନ୍ତି। ଏହି ସବୁ ଗୋରୁ ସୋହେଲା ଅଞ୍ଚଳରୁ ଆସୁଥିବା ବେଳେ ଉକ୍ତ ଅଞ୍ଚଳର ଥାନା ତଥା ରାସ୍ତାରେ ପଡୁଥିବା ଥାନାରେ ସେଟିଂ କରି ଏଭଳି ବେଆଇନ କାରବାର ଚଳାଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକି ଅଧିକ ତଦନ୍ତ ହେଲେ ଜଣାପଡ଼ିବ ବୋଲି ମତ ପ୍ରକାଶ ପାଇଛି। ପୋଲିସ ଉଭୟ ଡ୍ରାଇଭରଙ୍କୁ ପଚରାଉଚରା ଜାରି ରହିଛି । ଏସ୍‌ଟିଏଫ୍‌ ଟିମ୍‌ରେ ଜଣେ ଡିଏସ୍‌ପି, ୩ ଜଣ ସବଇନ୍ସପେକ୍ଟର ଓ ୧୫ ଜଣ ପୋଲିସ ସାମିଲ ଥିଲେ । ଉଭୟ କଣ୍ଟେନରଙ୍କୁ ଟାଉନ୍‌ଥାନାକୁ ହସ୍ତାନ୍ତର କରାଯାଇଛି। ସେଥିରେ ଥିବା ଗୋରୁକୁ ବଡ଼ବିଲ ସ୍ଥିତ ଗୋଶାଳାକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri