ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, ୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣବଳାତ୍କାର କରିବା ଘଟଣାରେ ଅତିରିକ୍ତ ଜିଲା ଜଜ୍‌ ଓ ସ୍ବତନ୍ତ୍ର ଜଜ୍‌ ଲୋକନାଥ ସାହୁ ସୋମବାର ପୋକ୍ସୋ ଆଇନରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସେମାନେ ହେଲେ ଶ୍ରୀବାସ୍ତବ ଲୋହାର (୨୦) ଓ ଦୁମ୍ବି ମୁଣ୍ଡା (୨୫)। ଉଭୟଙ୍କ ଘର ଯୋଡା ଆଜାଦ ବସ୍ତିରେ ବୋଲି ଜଣାପଡିଛି
୨ ଜଣଙ୍କୁ ଆଜୀବନ କାରାଦାଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ କାରାଦଣ୍ଡ ଆଦେଶ ହୋଇଛି । ଏହି ଘଟଣାରେ ଅନ୍ୟ ୩ ଜଣ ପ୍ରମାଣ ଅଭାବରୁ ଖଲାସ ହୋଇଥିବା ସରକାରୀ ଓକିଲ ଗଣେଷ ପ୍ରସାଦ ମହାପାତ୍ର କହିଛନ୍ତି।
ପ୍ରକାଶ ଯେ, ସମ୍ପୃକ୍ତ ନାବାଳିକାଙ୍କର ଅଭିଯୁକ୍ତ ଶ୍ରୀବାସ୍ତବଙ୍କର ପ୍ରେମ ସମ୍ପର୍କ ରହିଥିଲା । ୨୦୧୯ ମସିହା ଜୁନ୍‌ ମାସରେ ଶ୍ରୀବାସ୍ତବ ଉକ୍ତ ନାବାଳିକାଙ୍କୁ ଡାକି ବଳାତ୍କାର ଉଦ୍ୟମ କରିଥିଲା । ଏହି ସମୟରେ ଅନ୍ୟ ଅଭିଯୁକ୍ତମାନେ ପହଞ୍ଚିଥିଲେ। ପ୍ରତିବାଦ ସତ୍ତ୍ୱେ ଜଣଙ୍କ ପରେ ଜଣେ ତାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ୫ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟୁଳି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ

ଭଣ୍ଡାରିପୋଖରୀ, ୨୮।୪ ( ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ମା’ତାରିଣୀ ୟୁଥ କ୍ଲବ ପକ୍ଷରୁ ମହାମାରୀ କରୋନା ପାଇଁ ଘରେ ବସି ରହିଥିବା ପାଟୁଳି, ମୋବାରକପୁର,...

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ: ପ୍ରଥମେ ନେଗେଟିଭ, ପରେ ପଜିଟିଭ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଦାଢ଼ା ପଞ୍ଚାୟତ ଅଧୀନ ବଡ଼ବାଲିପଡ଼ା ଗ୍ରାମର ଗୋଟିଏ ପରିବାର କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନର ସହଯୋଗ ମିଳୁ ନ ଥିବା...

ପୁନରୁଦ୍ଧାର ହେଉନି କଣ୍ଡସରା ନାଳ: ଦୁର୍ଦ୍ଦଶାରେ ଚାଷୀ

ରସୁଲପୁର, ୧୧।୬(ଡି.ଏନ୍‌.ଏ.): କୃଷି ଓ କୃଷକର ଉନ୍ନତି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବିପୁଳ ଟଙ୍କା ସରକାରୀ ତହବିଲରୁ...

ବାଘୁଆ ପ୍ରକଳ୍ପରୁ ପାଣି ଛଡାଗଲା

ବୁଗୁଡ଼ା,୨୧ା୭(ଡି.ଏନ.ଏ.)- ବୁଗୁଡ଼ା ଜଳସେଚନ କାର୍ଯ୍ୟାଳୟ ପରିସରରେ ଜୁଲାଇ ୧୩ରେ ଅନୁଷ୍ଠିତ ବାଘୁଆ ପାଣି ପଞ୍ଚାୟତ ପ୍ରକଳ୍ପ କମିଟିର ନିଷ୍ପତ୍ତି ଅନୁଯାୟୀ ରବିବାର ଅପରାହ୍ନ ୪ଟାରେ ବାଘୁଆ...

ହରଭଙ୍ଗା ବ୍ଲକର ୨୦ଗାଁ ପାଣି ଘେରରେ

ବୌଦ୍ଧ,୧୯।୮(ସ୍ବ.ପ୍ର): ବୌଦ୍ଧ ଜିଲାରେ ବନ୍ୟାସ୍ଥିତି ଧିରେ ଧିରେ ସୁଧୁରୁଛି। ଜିଲାର ହରଭଙ୍ଗା ବ୍ଲକର ୨୦ରୁ ଅଧିକ ଗା୍ରମ ଏବେ ବି ୫ ଦିନ ହେବ ପାଣି...

ପୋଲିସ ସ୍ବାମୀ ଦେଉଛନ୍ତି ଯୌତୁକ ନିର୍ଯାତନା

ନିଶ୍ଚିନ୍ତକୋଇଲି,୧୧।୯(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅଧୀନ ଜନାର୍ଦ୍ଦନପୁର ଗ୍ରାମରେ ଜଣେ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ କିରୋସିନ ଢ଼ାଳି ମାରିଦେବାକୁ...

ବୋମାମାଡ଼ ଘଟଣା: ୭ ଗିରଫ

ପୁରୀ ଅଫିସ,୧୮।୧: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ଘଟଣାରେ ପୁରୀ ବାସେଳିସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ବିପୁଳ ମାରଣାସ୍ତ୍ର ଜବତ...

ହତ୍ୟା ଉଦ୍ୟମ ମାମଲା, ୨ ଅଭିଯୁକ୍ତ ଜେଲ ଗଲେ

ବ୍ରହ୍ମପୁର ଅଫିସ,୧୭ା୧୨: ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ବଡବଜାର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରହଲ୍ଲାଦ ନଗର ୪ର୍ଥ...

Advertisement
Archives

Model This Week