Posted inଜାତୀୟ

ପଞ୍ଜାବରେ ପୁଣି ଏକାଠି ହେଲେ ଭାଜପା-ଅକାଳୀ ଦଳ, ଅମିତ ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ବାଚନ ଲଢ଼ିବେ। ମେଣ୍ଟ ନେଇ ନିଜେ ଭାଜପା ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ମିଳିତ ପ୍ରେସ କନ୍ଫରେନ୍ସରେ ଘୋଷଣା କରିଛନ୍ତି।

ଅକାଳୀ ଦଳ ଓ ଭାଜପା ଦୀର୍ଘ ସମୟ ଧରି ପରସ୍ପରର ସହଯୋଗୀ ରହିବା ସହ ମିଳିତ ଭାବେ ସରକାର ମଧ୍ୟ ଗଠନ କରିଥିଲେ। କିନ୍ତୁ କୃଷକ ଆନ୍ଦୋଳନ ସମୟରେ ୨୦୨୦ ସେପ୍ଟେମ୍ବରରେ ଅକାଳୀ ଦଳ ଭାଜପା ସହ ମେଣ୍ଟ ଭାଙ୍ଗିଥିଲା। ଏବେ ପ୍ରାୟ ୬ ବର୍ଷ ପରେ ଉଭୟ ଦଳ ପୁଣି ଏକାଠି ହେବାକୁ ଘୋଷଣା କରିଛନ୍ତି। ୨୦୨୭ ଆରମ୍ଭରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ଉଭୟ ଦଳ ମେଣ୍ଟ କରି ଲଢ଼ିବେ।

୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ରେ ଭାଜପା ଏବଂ ଅକାଳୀ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। ଏଥିମଧ୍ୟରୁ ୧୯୯୭, ୨୦୦୭ ଓ ୨୦୧୨ରେ ମେଣ୍ଟ ସରକାର ଗଠନ କରିଥିଲା।

୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଭାଜପା ଓ ଅକାଳୀ ଦଳ ଅଲଗା ଅଲଗା ଭାବେ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ଭାଜପାକୁ ୬.୬ ପ୍ରତିଶତ ଏବଂ ଅକାଳୀ ଦଳକୁ ୧୮ ପ୍ରତିଶତ ଭୋଟ ମିଳିଥିଲା। ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି (AAP)କୁ ୪୨ ପ୍ରତିଶତ ଏବଂ କଂଗ୍ରେସକୁ ୨୩ ପ୍ରତିଶତ ଭୋଟ ମିଳିଥିଲା।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆ କା ମା ବୈ…କାର୍ତ୍ତିକ ପୂର୍ଣ୍ଣିମାରେ ବଲାଙ୍ଗୀରରେ ଡଙ୍ଗା ଭସା, ପୁଷ୍କରିଣୀ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଲାଙ୍ଗୀର,୨୪।୧୧(ସୁନିଲ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ସହରବାସୀ ସହରରେ ଥିବା ବିଭିନ୍ନ ପୁଷ୍କରିଣୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ମଙ୍ଗଳବାର ବଲାଙ୍ଗୀର ନରସିଂହ ମନ୍ଦିର…

ଟି-୨୦ରେ ଏକାଥରରେ ୫ ରେକର୍ଡ ଭାଙ୍ଗିଲେ ପ୍ରିୟାଂଶ ଆର୍ଯ୍ୟ: କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ଇନ୍ଦୋର,୨୪।୧୧: ଗୋଟିଏ ତୀରରେ ଦୁଇଟି ଶିକାର କରିବାର କଥା ଆପଣ ନିଶ୍ଚୟ ଶୁଣିଥିବେ। ହେଲେ ଭାରତୀୟ କ୍ରିକେଟର୍‌ ପ୍ରିୟାଂଶ ଆର୍ଯ୍ୟ ଗୋଟିଏ ଇନିଂସ୍‌ରେ ୫ଟି ରେକର୍ଡ ଭାଙ୍ଗି…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଟକ ବାଲିଯାତ୍ରାର କରିବେ ଶୁଭାରମ୍ଭ

ଭୁବନେଶ୍ବର,୨୪।୧୧: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ବେଳେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି…

ମହାନଦୀର ପାଣ୍ଡବ ଘାଟରେ ବୋଇତ ବନ୍ଦାଣ

କଟକ ସଦର, ୨୪।୧୧ (ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାନଦୀର ପାଣ୍ଡବ ଘାଟରେ ମଙ୍ଗଳବାର ପାରମ୍ପରିକ ରୀତିନୀତି ଅନୁଯାୟୀ ବୋଇତ ବନ୍ଦାଣ ଉତ୍ସବ…

ସଶସ୍ତ୍ର ଡକାୟତି: ଶିଶୁ ବେକରୁ ଲକେଟ୍ କାଟିବା ସହ ନଗଦ ୫୦ ହଜାର ଓ ସୁନାଗହଣା ଲୁଟ୍

ସୋର (ଅଞ୍ଜନ କୁମାର ଦାସ): ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ବିଳମ୍ବିତ ରାତିରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି। ୮ ବର୍ଷର…

ବୁଧଙ୍କ ଉଦୟରେ ୫ ରାଶିଙ୍କ ଭାଗ୍ୟ ଚମକିବ! ନୂଆ ଚାକିରି ସାଙ୍ଗକୁ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ବିବେକ ଓ ବ୍ୟବସାୟର କାରକ ଭାବେ ବିବେଚନା କରାଯାଏ । ନିକଟରେ ବୁଧଙ୍କ ଉଦୟ ହୋଇଥିବା ବେଳେ ଏହାର…

ପାକ୍‌ ବିପକ୍ଷରେ ଚାଲିଲାନି ବ୍ୟାଟ୍‌, UAE ବିପକ୍ଷରେ ଗର୍ଜିବେ ବୈଭବ! ରେକର୍ଡ ଦେଖିଲେ ବିରୋଧୀ ଦଳଙ୍କ ଉଡିବ ହୋସ୍‌

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ନିରାଶାଜନକ ରହିଛି। ଦୁଇଟି ମ୍ୟାଚରେ ସେ ମାତ୍ର ୩୭ ରନ କରିଛନ୍ତି।…

ପଞ୍ଜାବ ବିଧାନସଭା ନିର୍ବାଚନ: ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ, ଅପରାହ୍ନ ୧ଟାରେ ଏନେଇ କରାଯିବ ଘୋଷଣା

ଚଣ୍ଡିଗଡ଼,୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟରେ ଏକ ନୂଆ ରାଜନୈତିକ ମେଣ୍ଟକୁ ନେଇ ଆଲୋଚନା ଜୋର ଧରିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଶିରୋମଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?