ଦୁଇ ସାର ଦୋକାନୀଙ୍କ ଲାଇସେନ୍ସ ରଦ୍ଦ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାପ ବ୍ଲକରେ ୟୁରିଆ ସାରର କୁତ୍ରିମ ଅଭାବ ହେବା ପଛରେ ଥିବା ସାର ଦୁର୍ନୀତିର ଗୁମର ଦିନକୁ ଦିନ ଖୋଲିବାରେ ଲାଗିଛି। ଏହି ବ୍ଲକର ଦୁଇ ଲାଇସେନ୍ସପ୍ରାପ୍ତ ସାର ଦୋକାନୀ ଦୁଇ ଜଣ ଚାଷୀଙ୍କ ନାମରେ ଆବଶ୍ୟକତା ଠାରୁ ଅଧିକ ସାର ନେଇଥିବାର କାଗଜପତ୍ରରେ ଦର୍ଶାଇଥିବା ତଦନ୍ତ ବେଳେ କୃଷି ବିଭାଗ ଜାଣିବାକୁ ପାଇଥିଲା। ଆଉ ଏହି ଦୁଇ ଲାଇସେନ୍ସଧାରୀଙ୍କ ଲାଇସେନ୍ସକୁ ଘଟଗାଁ କୃଷି ଜିଲା ଅଧିକାରୀ ପାଟଣା ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶଙ୍କ ଅନୁମୋଦନ କ୍ରମେ ରଦ୍ଦ କରିଛନ୍ତି। ପାଟଣା ମୁଖ୍ୟାଳୟସ୍ଥିତ ବଜାର ନିକଟରେ ଥିବା ଭବାନୀ ଏଣ୍ଟରପ୍ରାଇଜର୍ସ ଓ ମୂଷାଖରୀ ପଞ୍ଚାୟତ ବଡ଼ ଧନୁର୍ଜୟପୁରରେ ଥିବା ବାବୁ ଫର୍ଟିଲାଇଜର ପକ୍ଷରୁ ଦୁଇ ଜଣ ଚାଷୀଙ୍କୁ ଅଧିକ ମାତ୍ରାରେ ସାର ବିକ୍ରି କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ସାର ଦୋକାନୀମାନେ ଯଥାକ୍ରମେ ୧୧୯ ବସ୍ତା ଓ ୨୧୨ ବସ୍ତା ୟୁରିଆ ସାର ହେରଫେର ହୋଇଥିବା ଜଣାପଡ଼ିଛି। ଏହି ଦୁଇ ସାର ଦୋକାନର ମାଲିକଙ୍କ ସହ ଆଉ ୮ ଜଣଙ୍କୁ ଦୋକାନୀଙ୍କ ନାମରେ ମଧ୍ୟ କୃଷିବିଭାଗ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ବର୍ତ୍ତମାନ ପାଟଣା ବଜାରରେ ସରକାରୀ ଦରରେ ୨୬୬ ଟଙ୍କାରେ ୟୁରିଆ ସାର ଉପଲବ୍ଧ ହୋଇପାରୁ ନ ଥିବା ବେଳେ କଳା ବଜାରରେ ବସ୍ତା ପିଛା ୧ ହଜାର ଟଙ୍କା ଦରରେ ସାର ବିକ୍ରି ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ୪ ଦିନିଆ ଶଟ୍‌ଡାଉନ୍‌ ଘୋଷଣା: ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାକୁ ବଜାରରେ ଅସମ୍ଭାଳ ଭିଡ଼

ବ୍ରହ୍ମପୁର ଅଫିସ,୨୬ା୬: କରୋନା ସଂକ୍ରମଣ ରୋକିବା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶୁକ୍ରବାର...

ଭୁଲ୍‌ ରକ୍ତ ନେଲା ଜୀବନ, ଡାକ୍ତରଖାନା ପରିସରରେ ଉତ୍ତେଜନା

ରାଉରକେଲା,୧୨ା୧୧(ଡି.ଏନ୍‌.ଏ.): ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୁଲ ରକ୍ତ ପ୍ରଦାନ ଯୋଗୁ ରାରକେଲା ସରକାରୀ ଡାକ୍ତରଖାନା ମହିଳା ମେଡିଶିନ୍‌ ଓ୍ବାର୍ଡରେ ବେଡ୍‌...

ବିଦ୍ୟାଳୟ ପରିସରରୁ ବେଆଇନ ଗଛକଟା

ଜଳେଶ୍ୱର,୨୮।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ନାମ୍ପୋ ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରୁ ବେଆଇନ୍‌ ଭାବେ ଗଛକଟା, ଭଙ୍ଗା ଇଟା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।...

ବିନା ଅନୁମତିରେ ୩୮ ଏସି ଲାଗିବା ଘଟଣା: ଏଡିଏମ୍‌ଙ୍କ ନେତୃତ୍ୱରେ ତଦନ୍ତ

ଅନୁଗୋଳ ଅଫିସ୍‌, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜିଇଡି)ର ବିନା ଅନୁମତିରେ ୩୮ଟି ଏସି ଲଗାଯାଇଥିବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ...

ଓଲଟିଲା ଟୁରିଷ୍ଟ ବସ୍‌

ଭଦ୍ରକ,୨୦ା୭(ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବରପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଟୁରିଷ୍ଟ ବସ୍‌ ଓଲଟି ୨...

ପ୍ରକାଶ ପାଇଲା ଓଜେଏସ୍‌ ପ୍ରିଲିମିନାରି ଲିଖିତ ପରୀକ୍ଷାଫଳ

କଟକ,୨୮।୬(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌)୨୦୨୨ ପ୍ରିଲିମିନାରି ଲିଖିତ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୯୯୪ ଜଣ...

ଅଲିଭ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ଆରମ୍ଭ: ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡା ଅଫିସ,୧୨।୩: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସମୂହ ଅଣ୍ଡାଦାନ ଆରମ୍ଭ...

ବିକାଶଠୁ ଦୂରରେ ସୁଲେଇଖମାର ଗାଁ

କେନ୍ଦୁଝର, ୧୮ା୯(ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଭିତରେ ଥିବା ଗାଁ ସୁଲେଇଖମାର। ପୁରୁଣାସହରଠାରୁ ୨କି.ମି. ଦୂରରେ ଅବସ୍ଥିତ ଏହି ଗାଁ ବିଭିନ୍ନ ସମସ୍ୟା ଭିତରେ...

Advertisement
Archives

Model This Week