Posted inଫୁରସତ

ଏହି ଦୁଇ ବୃଦ୍ଧାଙ୍କ ନୃତ୍ୟ ଲୋକଙ୍କ ହୃଦୟ ଜିତୁଛି, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକି ମନରେ ଉତ୍କଣ୍ଠା ଆଣିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଲୋକଙ୍କ ହୃଦୟକୁ ଜିତିପାରିଛି। ଯେଉଁଥିରେ ଦୁଇଜଣ ବୃଦ୍ଧା ପୁରୁଣା ହିନ୍ଦୀ ଗୀତ ‘ପିୟା ତୁ ଅବ୍‌ ତୋ ଆ ଜା’ରେ ନାଚୁଛନ୍ତି। ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି।

୧୫ ସେକେଣ୍ଡର ଏହି ଭିଡିଓଟି @peechetodekho ନାମକ ଟୁଇଟର୍‌ ପେଜ୍‌ରେ ଶେୟାର କରାଯାଇଛି। ଭିଡିଓଟିରେ ଦୁଇଜଣ ବୃଦ୍ଧା ୧୯୭୧ ମସିହାରେ ଆଶା ଭୋଁସଲେ ଗାଇଥିବା ହିଟ୍‌ ଗୀତ ‘ପିୟା ତୁ ଅବ୍‌ ତୋ ଆ ଜା’ରେ ନାଚୁଛନ୍ତି।

ଏହି ଦୁଇ ବୃଦ୍ଧାଙ୍କ ନୃତ୍ୟ ଦେଖି ଜଣେ ବୃଦ୍ଧ ମଧ୍ୟ ସେଠାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ସେ ମଧ୍ୟ ସେମାନଙ୍କ ସହିତ ତାଳ ଦେଇ ନାଚୁଛନ୍ତି। ଭିଡିଓରେ ଉଭୟ ବୃଦ୍ଧା ସମାନ ନୃତ୍ୟ ଷ୍ଟେପ୍‌ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଯେମିତି କି ଫିଲ୍ମରେ ଅଭିନେତ୍ରୀ କରିଥିଲେ। ଲୋକମାନେ ତାଙ୍କର ଉତ୍ସାହକୁ ପ୍ରଶଂସା କରୁଛନ୍ତି ।

ଏହା ଦେଖି ଜଣେ ଟୁଇଟର୍‌ ବ୍ୟବହାରକାରୀ ଲେଖିଛନ୍ତି, ଏହା ବହୁତ ସୁନ୍ଦର। ସେହିପରି ଭିଡିଓଟିକୁ ହଜାରେରୁ ଅଧିକ ଥର ଦେଖାଯାଇଥିବାବେଳେ ହଜାର ହଜାର ଲୋକ ଏହାକୁ ଶେୟାର ଏବଂ ଲାଇକ୍‌ କରିଛନ୍ତି।

ସ୍ମରଣଯୋଗ୍ୟ, ଗୀତ ‘ପିୟା ତୁ ଅବ ତୋ ଆ ଜା’କୁ ଆରଡି ବର୍ମନ ରଚନା କରିଥିଲେ। ଏହି ଗୀତରେ ହେଲେନ୍‌ ନାଚିଥିଲେ। ଏଥିରେ ଜିତେନ୍ଦ୍ର ଏବଂ ଆଶା ପାରେଖ ମୁଖ୍ୟ ଭୂମିକାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦରମା ଟଙ୍କାରେ ଗରିବ ପିଲାଙ୍କ ପାଇଁ ପାଠ୍ୟ ଉପକରଣ କିଣିଥିଲି: ଭବାନୀ ଭୂୟାଁ

ପିଲାଦିନେ ବେଳେ ବେଳେ ଭାବେ ଚାକିରୀ କରିବି । ବାପା, ମାଆଙ୍କୁ ଆଣି ପାଖରେ ରଖିବି କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଧାରା...

ଘରେ କଳହ ଲାଗି ରହୁଛି କି? ଶାନ୍ତି ପାଇଁ …

ବେଳେବେଳେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଘରେ ଝଗଡ଼ା ଲାଗି ସମ୍ପର୍କରେ ତିକ୍ତତା ଆସିଥାଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା...

୧୦୦ କୋଟି ହୀରା-ମୋତି ଅଳଙ୍କାରରେ ଝଲସିଲେ ରାଧାକୃଷ୍ଣ

ଗ୍ବାଲିଅର,୧୨।୮- ସାରା ଦେଶରେ ଜନମାଷ୍ଟମୀ ପର୍ବ ପାଳନ କରାଯାଉଛି। ତେବେ ମହାମାରୀ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ...

୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ

ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି।...

ଜଳବାୟୁ ପରିବର୍ତ୍ତନ ବଢାଉଛି ସଙ୍କଟ

ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସଙ୍କଟ ଘନେଇ ଆସୁଛି। ଏ କ୍ଷେତ୍ରରେ ବିଶ୍ୱତାପନକୁ ମୁଖ୍ୟ କାରଣ ଭାବେ ଉଭା ହୋଇଛି। ଦୈନନ୍ଦିନ ଜୀବନରେ ମଣିଷ ବ୍ୟବହାର...

୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ କରୋନାଭାଇରସର ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୧।୨: କରୋନାଭାଇରସ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନାଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର...

ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ଜାହାଜକୁ ଖୋଜି ଆଣିବ ରୋବୋ!

ଏବେ ମଣିଷ ସହ କାନ୍ଧ ମିଳାଇ କାମ କରିବାକୁ ପ୍ରସ୍ତୁତ କରାଗଲାଣି ରୋବେ। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ମଣିଷର ସମକକ୍ଷ ହୋଇପାରିବ ବୋଲି...

ଏକାଠି ଦେଖାଯିବେ ବୃହସ୍ପତି-ଶନି

କୋଲକାତା,୨୧।୧୨: ଏକ ବିରଳ ସଂଯୋଗକ୍ରମେ ସୋମବାର ଶନି ଓ ବୃହସ୍ପତି ପରସ୍ପରର ନିକଟତର ହେବେ। ଏହାଯୋଗୁ ପୃଥିବୀ ପୃଷ୍ଠରୁ ଉଭୟ ଗ୍ରହ ଗୋଟିଏ ଉଜ୍ଜ୍ୱଳ ତାରକା...

Advertisement
Archives

Model This Week