ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି। ଅନ୍ୟପଟେ, ପଶ୍ଚିମ ପାର୍ଶ୍ୱରେ ସକ୍ରିୟ ହୋଇଥିବା ଆଉ ଏକ କ୍ରାନ୍ତୀୟ ବାତ୍ୟା ‘ହିଗୋସ୍’ ଜାପାନ ଓ ଫିଲିପାଇନ୍ସର ସାମୁଦ୍ରିକ ଅଞ୍ଚଳ ସହିତ ତାଇୱାନର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚୁଛି।

ଏହି ଦୁଇଟି ଯାକ ସାମୁଦ୍ରିକ ବାତ୍ୟା ମିଶି ଏକ ‘ଫୁଜିୱାରା ଇଫେକ୍ଟ’ (Fujiwhara Effect) ସୃଷ୍ଟି କରିଛନ୍ତି। ଅର୍ଥାତ୍ ‘ହିଗୋସ୍’ ଏବଂ ‘ମେଖଲା’ ବାତ୍ୟା ପରସ୍ପରର ଅତ୍ୟନ୍ତ ନିକଟତର ହୋଇଯାଇଛନ୍ତି ଏବଂ ମିଳିତ ଭାବେ ବଡ଼ ଧରଣର ବିପତ୍ତି ଆଣିଛନ୍ତି। ଯେତେବେଳେ ଦୁଇଟି ବାତ୍ୟା ପରସ୍ପର ସହ ମିଶିଯାନ୍ତି ବା ପରସ୍ପରକୁ ପ୍ରଭାବିତ କରନ୍ତି, ସେତେବେଳେ ଏହାକୁ ବିଜ୍ଞାନ ଭାଷାରେ ‘ଫୁଜିୱାରା ଇଫେକ୍ଟ’ କୁହାଯାଏ। ଏହି ଦୁଇ ବାତ୍ୟା କାରଣରୁ ୩ଟି ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ଏବେ ବିପଦରେ ରହିଛି।

ମେଖଲା ଏବଂ ହିଗୋସ୍ ବାତ୍ୟା ସମୁଦ୍ର ଉପକୂଳ ଆଡ଼କୁ ଅଗ୍ରସର ହେବା ସମୟରେ ଅଧିକ ଘନୀଭୂତ ହୋଇ ଏକ ‘ସୁପର ଟାଇଫୁନ୍’ ର ରୂପ ନେଇଛି। ଏହି କାରଣରୁ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ଘଣ୍ଟା ପ୍ରତି ୧୮୫ କିଲୋମିଟରରୁ ୨୩୦ କିଲୋମିଟର ବେଗରେ ପ୍ରଳୟଙ୍କରୀ ପବନ ବହୁଛି। ସମୁଦ୍ରରେ ୧୧ ମିଟର (ପ୍ରାୟ ୩୬ ଫୁଟ) ଉଚ୍ଚର ଭୟାନକ ଜୁଆର ଉଠୁଛି ଏବଂ ଏହା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି, ଯାହାଫଳରେ ବନ୍ୟା ଓ ଭୂସ୍ଖଳନର ଆଶଙ୍କା ଦେଖାଦେଇଛି।

ଜାପାନ ଏବଂ ତାଇୱାନରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଉପକୂଳବର୍ତ୍ତୀ ସହର ଖାଲି କରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଦେଶକୁ ହାଇ-ଆଲର୍ଟ ମୋଡ୍‌ରେ ରଖାଯାଇ ଜରୁରୀକାଳୀନ ପରିସ୍ଥିତି (Emergency) ଘୋଷଣା କରାଯାଇଛି। ସ୍କୁଲ-କଲେଜ, ଦୋକାନ ବଜାର ଏବଂ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖି ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ଜାପାନର ମୁଖ୍ୟ ଦ୍ୱୀପ କ୍ୟୁଶୁ, ସିକୋକୁ ଏବଂ ହୋନସୁ ସହିତ ଟୋକିଓ, ଓସାକା ଏବଂ ନାଗୋୟା ଭଳି ଅଧିକ ଜନବହୁଳ ସହରଗୁଡ଼ିକ ସିଧାସଳଖ ଏହି ବାତ୍ୟା କବଳରେ ରହିଛନ୍ତି।

ଜାପାନର ଫାୟାର ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏଜେନ୍ସି ଅନୁଯାୟୀ, ଦେଶର ପରିବହନ ଏବଂ ଶିଳ୍ପ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜାପାନ ଏୟାରଲାଇନ୍ସ ଏବଂ ଅଲ୍ ନିପ୍ପନ୍ ଏୟାରୱେଜ୍ ଓକିନାୱା ଏବଂ କାଗୋଶିମାକୁ ଯାତାୟାତ କରୁଥିବା ପ୍ରାୟ ୧୨୦ଟି ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରିଦେଇଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ରୁଟ୍ ମଧ୍ୟ ବନ୍ଦ ରଖାଯାଇଛି। ପ୍ରସିଦ୍ଧ ଅଟୋମେକର କମ୍ପାନୀ ‘ଟୋୟୋଟା’ କ୍ୟୁଶୁରେ ଥିବା ତା’ର ଉତ୍ପାଦନ ପ୍ଲାଣ୍ଟର କାମ ବନ୍ଦ କରିଦେଇଛି। ସେହିପରି ‘ନିସାନ୍’ ମଧ୍ୟ ତା’ର ପ୍ରଡକ୍ସନ ଲାଇନକୁ ସାମୟିକ ଭାବେ ବନ୍ଦ ରଖିବାକୁ ଘୋଷଣା କରିଛି। ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ପ୍ରଥମ ‘ଟେଷ୍ଟ ଟ୍ୱେଣ୍ଟି’ ଟାଇଟଲ୍ ଜିତିଲା ସାଉଥ୍ ଏସିଆ, ବୋଲିଂରେ କମାଲ କଲେ କୋହଲିଙ୍କ ଭଣଜା

ନୂଆଦିଲ୍ଲୀ,୨୯।୧୧ ରାଜକୁମାର ଶର୍ମାଙ୍କ ମାର୍ଗଦର୍ଶନରେ ଖେଳୁଥିବା ସାଉଥ୍ ଏସିଆ ଟିମ୍ ପ୍ରଥମ ଟେଷ୍ଟ ଟ୍ୱେଣ୍ଟି ଟୁର୍ନାମେଣ୍ଟର ଟାଇଟଲ୍ ଜିତିଛି । ରବିବାର ଫାଇନାଲ୍ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କ…

ବିଜେଡିର ବରିଷ୍ଠ ନେତ୍ରୀଙ୍କ ପରଲୋକ, ଭବାନୀପାଟଣାରେ ଶୋକର ଛାୟା

ଭବାନୀପାଟଣା, ୨୯।୧୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ଭବାନୀପାଟଣା ନଗର ସଭାନେତ୍ରୀ ସୁତପା ବହିଦାରଙ୍କ ପରଲୋକ ଘଟିଛି…

ଷ୍ଟାଲିନଙ୍କୁ ମନାଇବାରେ ବିଫଳ INDIA ମେଣ୍ଟ! କହିଲେ ଡିଲିମିଟେସନ ବିଲ୍‌କୁ ସମର୍ଥନ ନିଷ୍ପତ୍ତିରେ…

ଚେନ୍ନାଇ,୨୯।୧୧ : ସଂସଦରେ ସୀମା ନିର୍ଦ୍ଧାରଣ ବିଲକୁ ଡିଏମ୍‌କେ ସମର୍ଥନ କରିବ ବୋଲି ଘୋଷଣା କରିବାର ଦିନକ ପରେ ଚେନ୍ନାଇରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଛନ୍ତି…

LIVE ମ୍ୟାଚ୍‌ରେ ମୁହାଁମୁହିଁ ଜେମି ଓଭରଟନ୍‌-ମିଚେଲ ମାର୍ଶ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୯।୧୧: ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ୫ ମ୍ୟାଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?