୨ ଭାଇ ଚଲାଉଥିଲେ ନକଲି ବିଦେଶୀ ମଦ କାରଖାନା

ଝାରସୁଗୁଡ଼ା ଅଫିସ,୧୦ା୧୦: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି ଚାଲିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିଥିଲା। ସ୍ଥାନୀୟ ଅବକାରୀ ବିଭାଗକୁ ନ ଜଣାଇ ସମ୍ବଲପୁର ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ବ୍ରଜରାଜନଗର ତେଲେନପାଲି ଗଣେଶନଗରର ଏକ ଘର ଉପରେ ଚଢାଉ କରିଥିଲା। ଏଥିରେ ସମ୍ପୃକ୍ତ ୨ ଭାଇଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଶିବ କୁମାର ସନହରା ଓ ସରୋଜ କୁମାର ସନହରା। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅବକାରୀ ଟିମ୍‌ ବିଭିନ୍ନ ପ୍ରକାରର ଶତାଧିକ ବିଦେଶୀ ମଦ ବୋତଲ ଜବତ କରିଛି। ଏହା ସହିତ ଜବତ ହୋଇଛି ଖାଲି ବୋତଲ, ଠିପି, ନକଲି ଲେବୁଲ୍‌। ଜବତ ସାମଗ୍ରୀର ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି। ନକଲି ଲେବୁଲ୍‌ରେ ଅରୁଣାଚଳ ପ୍ରଦେଶ ଲେଖା ରହିଥିବା ଦେଖିବାକୁ ମିଳିଛି। ଏହି ମଦକୁ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଓ ଢାବାକୁ ପଠାଯାଉଥିଲା ବୋଲି ଗିରଫ ଅଭିଯୁକ୍ତ ପ୍ରକାଶ କରିଛନ୍ତି। ଏହି ର଼୍ୟାକେଟ୍‌ର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ଅବକାରୀ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଥିରେ ରାଉରକେଲା ଜଲଦା ଅଞ୍ଚଳର ଜଣେ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ଏହି ସ୍କ୍ବାଡ୍‌ରେ ସମ୍ବଲପୁର ଅବକାରୀ ଇନ୍ସପେକ୍ଟର ଶ୍ରୁତିକାନ୍ତ ରାଉତ, ଏସ୍‌ଆଇ କେ.ସି. ମଲ୍ଲିକଙ୍କ ସମେତ ୧୦ଜଣ ଅଧିକାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ଧାରଣା

କୋଣାର୍କ,୨୭ା୮(ଡି.ଏନ୍‌.ଏ): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ କୋଣାର୍କ ଥାନା ଏସଆଇ ଦିଲୀପ କୁମାର ବେହେରା ମାଡ ମାରିଛନ୍ତି।...

ବିବାଦରେ ଛନ୍ଦି ହୋଇପଡ଼ିଛି ବିଭିନ୍ନ ପ୍ରକଳ୍ପ

ଭଦ୍ରକ ଅଫିସ, ୧୫।୧୨- ଭଦ୍ରକ ଜିଲାରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ଭଳି ସରକାରୀ ଶିଳ୍ପ ପ୍ରକଳ୍ପ ବିବାଦୀୟ ପରିସ୍ଥିତି ଯୋଗୁ କାର୍ଯ୍ୟକାରୀ ହୋଇପାରୁ ନାହିଁ।...

ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୬୧କୁ ବୃଦ୍ଧି ପାଇଛି।...

ତହସିଲଦାରଙ୍କ କ୍ୱାର୍ଟର୍ସ ପରିସରରୁ ଚନ୍ଦନ ଗଛ ଚୋରି

ବାଲିଗୁଡା,୨୦ା୩(ଡି.ଏନ୍‌.ଏ.) – ବାଲିଗୁଡା ତହସିଲଦାର କ୍ଷୀରାବ୍ଧି ତନୟା ସାହୁଙ୍କ ବାସଭବନ ପରିସରରୁ ଦୁର୍ବୃତ୍ତମାନେ ଗୁରୁବାର ରାତିରେ ଏକ ଚନ୍ଦନ ଗଛ କାଟି ନେଇଛନ୍ତି। ତହସିଲଦାରଙ୍କ ଅଭିଯୋଗ...

ଭଣ୍ଡାରିପୋଖରୀରେ ୭୪ତମ ସ୍ବାଧୀନତା ଦିବସ

ଭଣ୍ଡାରିପୋଖରୀ,୧୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ ତମ ସ୍ବାଧୀନତା ଦିବସ କରୋନା ଯୋଗୁ ନିରାଡମ୍ବର ଭାବରେ ପାଳିତ...

୪ ପୁଅ ଥାଇ ବି ବେସାହାରା

ବାଲେଶ୍ୱର ଅଫିସ,୧୬।୧- ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ରୁଡ଼ିଙ୍ଗିଆ ଗ୍ରାମର ହରେକୃଷ୍ଣ ନାୟକ(୮୭)। ୪ ପୁଅ ଥିବା ସତ୍ତ୍ୱେ ଭରଣପୋଷଣ ପାଇବା ତ...

ଫଟା ପାଇପ୍‌ରେ ପାନୀୟ ଜଳ ଯୋଗାଣ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ପରଜଙ୍ଗ, ୧୦।୧(ଡି.ଏନ.ଏ.)- ‘ଜଳ ହିଁ ଜୀବନ’। ଜଳ ସଂରକ୍ଷଣ ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳରେ ଏହା କେବଳ...

୩୦ ଯାଏ ପାଗ ଶୁଖିଲା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ତେବେ ୩୧ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା,...

Advertisement
Archives

Model This Week