ଲୁହା ସାମଗ୍ରୀ ଚୋରି କରି ୨ ଗିରଫ

ବଡ଼ବିଲ,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଷ୍ଟେଶନ ରୋଡ୍‌ସ୍ଥିତ ଇଣ୍ଡଷ୍ଟ୍ରିଆଲ ଏରିଆର ଏକ ଓ୍ବାର୍କଶପ୍‌ରୁ ବିଭିନ୍ନ ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ ଲକ୍ଷ୍ମୀନଗର ଅଞ୍ଚଳର ସୁନୀଲ ପାତ୍ର ଏବଂ ଇନ୍ଦିରା କଲୋନୀ ଅଞ୍ଚଳର ରଘୁନାଥ ଗୋପ।
ସୂଚାନୁଯାୟୀ, ବଡ଼ବିଲ ଇଣ୍ଡଷ୍ଟ୍ରିଆଲ ଏରିଆସ୍ଥିତ ବଡ଼ବିଲ ଷ୍ଟିଲ୍‌ ଫେବ୍ରିକେଶନ ଓ୍ବାର୍କଶପରୁ ଗତ ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବିଭିନ୍ନ ଲୁହା ସାମଗ୍ରୀ ଚୋରି କରିଥିବା ନେଇ ମଙ୍ଗଳବାର ଅଭିଯୋଗ କରିଥିଲେ। ତେବେ ପୋଲିସ ବଡ଼ବିଲ ଥାନା କେସ ନଂ. ୮୯/୨୨ରେ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ବୁଧବାର ପୋଲିସ ଉକ୍ତ ଚୋରିରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ଯାଇଥିବା ସାମଗ୍ରୀଗୁଡ଼ିକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ବୁଧବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜଙ୍ଗଲରୁ ଅବାଧ କାଠ ଚାଲାଣ

ବଇଣ୍ଡା,୧୬।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ବିପ୍ରଡିହ, ମଇମୁରା, କେଞ୍ଚୁଆନାଳି ଜଙ୍ଗଲରୁ କିଛିଦିନ ହେବ ଅବାଧ କାଠଚାଲାଣ ହେଉଥିବା ନେଇ କେଞ୍ଚୁଆନାଳି ଗ୍ରାମବାସୀ ଶନିବାର...

ବାର୍‌ହା ଆକ୍ରମଣରେ ଦମ୍ପତି ଆହତ

ଭଞ୍ଜନଗର,୭।୩(ଡି.ଏନ.ଏ.): ମୁଜାଗଡ଼ ରେଞ୍ଜ କୁରୁମପଢ଼ାଳରେ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ବାର୍‌ହା ଆକ୍ରମଣରେ ଜଣେ ଦମ୍ପତ୍ତି ଆହତ ହୋଇଛନ୍ତି। ସେମାନେ ହେଲେ କୁନି ସେଠୀ...

ବଜ୍ରପାତରେ ଗାଈଆଳଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲାରେ ବୁଧବାର ପୂର୍ବାହ୍ନରେ ବଜ୍ରପାତ ଘଟି ଜଣେ ଗାଈଆଳଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲିଙ୍ଗରାଜ ବେହେରା। ତାଙ୍କ ଘର...

୩ ମାସ ଧରି ଘରେ ଅଛି କାର୍‌, ଅନ୍‌ଲାଇନ୍‌ରେ ଫାଇନ୍‌ ଆସିଛି ୩୦୦୦ ଟଙ୍କା

ଭଦ୍ରକ ଅଫିସ,୪ା୭: ଆରଟିଓ ଏବଂ ପୋଲିସ ବିଭାଗର ଅଜବ ନିୟମ। ଦୀର୍ଘ ତିନି ମାସ ଧରି ଘରେ ଥିବା ଏକ କାର୍‌ ଉପରେ ଲାଗିଛି ୩...

ପୂଜା, ଭସାଣିରେ ନିଶା ସେବନ ମନା

ଭଦ୍ରକ ଅଫିସ,୨୬।୯: ଶାରଦୀୟ ପର୍ବ ପାଳନ ଅବସରରେ ଡିଜେ ବ୍ୟବହାର ନିଷେଧ। ପୂଜା ଅବଧି କିମ୍ବା ଭସାଣି ସମୟରେ କମିଟି ସଦସ୍ୟ ନିଶା ସେବନରୁ ବିରତ...

କବିତାରେ କରୋନା

ଢେଙ୍କାନାଳ ଅଫିସ, ୧୫।୪ – ବିଶ୍ୱକୁ ଘରେ ଭିତରେ ବନ୍ଦୀ କରି ରଖିଛି କରୋନା। ଘରୁ ବାହାରିଲେ ଘାରୁଛି ସଂକ୍ରମଣ ଭୟ। ସଂକ୍ରମଣ କମାଇବାକୁ ଜାରି...

‘ମଙ୍କିପକ୍ସ’ ପାଇଁ ଏସ୍‌ସିବିରେ ସ୍ବତନ୍ତ୍ର ବ୍ୟବସ୍ଥା

କଟକ ଅଫିସ,୨୯।୭: ଦେଶରେ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହେବା ପରେ ଆହୁରି ଚିନ୍ତା ବଢାଇଦେଇଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିବା...

ଟୋକନକୁ ଚାହିଁ ବସିଛି ଚାଷୀ

ଖଇରା, ୪।୩ – ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରେ ଏବେ ଧାନ କିଣା ବନ୍ଦ ରହିଛି। ଫଳରେ ଧାନ...

Advertisement
Archives

Model This Week