ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ: କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଏମପି ପ୍ରଦୀପ ପୁରୋହିତ

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଧାନ ଉଠାଣ ଓ ମିଲର୍ସଙ୍କ ଦ୍ୱାରା କଷ୍ଟମ ମିଲ୍ଡ ରାଇସ୍ (ସିଏମଆର) ଜମାରେ ହେଉଥିବା ବିଳମ୍ବକୁ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ସେ ଏକ ପତ୍ର ଲେଖି ଧାନ ଉଠାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଚାଉଳ ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି। ଏମପି ପୁରୋହିତଙ୍କ ପତ୍ର ଅନୁଯାୟୀ, ଖରିଫ ବିପଣନ ଋତୁ ୨୦୨୫-୨୬ରେ ବରଗଡ଼ ଜିଲାର ଧାନ କ୍ରୟ ଲକ୍ଷ୍ୟ ୫୨ ଲକ୍ଷ ୩୩ ହଜାର ୪୪୨ କ୍ୱିଣ୍ଟାଲ ଥିବାବେଳେ ଅକ୍ଟୋବର ୨୨ ସୁଦ୍ଧା ମାତ୍ର ୨୪ ଲକ୍ଷ ୪୭ ହଜାର ୮୫୮ କ୍ୱିଣ୍ଟାଲ ଚାଉଳ ଜମା ହୋଇଥିଲା। ଧାନ ଉଠାଣ ପାଇଁ ଆହୁରି ୨୬ ଲକ୍ଷ ୩୦ ହଜାର ୪୧୫ କ୍ୱିଣ୍ଟାଲ ଚାଉଳ ବାକି ରହିଥିବା ବେଳେ ସିଏମଆର ଜମାର ହାର ମାତ୍ର ୫୦.୪୨ ପ୍ରତିଶତ ରହିଥିଲା ।‌ସେହିପରି ରାଜ୍ୟସ୍ତରରେ ୧ କୋଟି ୩୫ ଲକ୍ଷ ୧୫ ହଜାର ୭୪୦.୯୦ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବାବେଳେ ୯୧ ଲକ୍ଷ ୮୪ ହଜାର ୯୦୫.୨୫ କ୍ୱିଣ୍ଟାଲ ଚାଉଳ ଜମା ହେବାର ଥିଲା। ଏଥିମଧ୍ୟରୁ ୬୫ ଲକ୍ଷ ୫୧ ହଜାର ୨୩୩.୧୫ କ୍ୱିଣ୍ଟାଲ ସିଏମଆର ଜମା ହେବା ବାକି ରହିଥିବା ପତ୍ରରେ ଉଲ୍ଲେଖ କରାଯାଇଛି । ଗୋଦାମରେ ଚାଉଳ ଅଧିକ ମହଜୁଦ ରହିବା ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓ ରାଇସ୍ ମିଲର୍ସଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ସମସ୍ୟା ଉପୁଜିଥିବା ଏମପି ପୁରୋହିତ ଦର୍ଶାଇଛନ୍ତି । ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରିବାରେ ଅସୁବିଧା ଭୋଗୁଥିବା ସହ ମାନସିକ ଓ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି।ଆଗାମୀ ନଭେମ୍ବର ୧୭ରୁ ନୂତନ ଖରିଫ ଧାନ କ୍ରୟଋତୁ ଆରମ୍ଭ ହେବାକୁ ଥିବାରୁ ତା’ ପୂର୍ବରୁ ବକେୟା ଚାଉଳ ଉଠାଣ ସମ୍ପୂର୍ଣ୍ଣ କରିବା, ଏକ ସପ୍ତାହ ମଧ୍ୟରେ ଏଫସିଆଇ ଦ୍ୱାରା ଚାଉଳ ଉଠାଣ ପ୍ରକ୍ରିୟା ଶେଷ କରିବା ଏବଂ ମିଲର୍ସଙ୍କ ପାଇଁ ପର୍ଯ୍ୟାପ୍ତ ଗୋଦାମ ବ୍ୟବସ୍ଥା କରିବାକୁ ସାଂସଦ ଦାବି କରିଛନ୍ତି। ଏହାଦ୍ୱାରା ଚାଷୀଙ୍କୁ ନୂତନ ଧାନ ବିକ୍ରିରେ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ଏମପି ପୁରୋହିତ ଆଶା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କା ହଡ଼ପ ମାମଲା: କ୍ୟାସିୟର ଶଶିକାନ୍ତ ରଣା ନିଲମ୍ବିତ, ଭିଜିଲାନ୍ସ ତଦନ୍ତ ସହ…

ଡେରାବିଶ,୬।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ବହୁଚର୍ଚ୍ଚିତ ସରକାରୀ ଅର୍ଥ ହଡ଼ପ ମାମଲାରେ କ୍ୟାସିୟର ଶଶିକାନ୍ତ ରଣାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ଆମ୍ବ ବୁରେଇରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୋଲିସ୍

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ୍ ଶୁକ୍ରବାର ସ୍ଥାନୀୟ ଚୋରଗ୍ରିଣ୍ଡୋଲା ଗାଁ ଶେଷରେ ଆମ୍ବବୁରେଇଠାରେ ଚଢ଼ାଉ କରି ୫୨ କେଜି ୨୦୦ ଗ୍ରାମ ଗଞ୍ଜେଇ…

୧.୧୫ ଲକ୍ଷ ଲାଞ୍ଚ ମାଗି ଫସିଗଲେ ବଲାଙ୍ଗିର ସରକାରୀ ITI ପ୍ରିନ୍ସିପାଲ୍: ରେଡ୍‌ହାଣ୍ଡେଡ୍ ଧରାପଡ଼ିଲେ, ୩ ସ୍ଥାନରେ ଭିଜିଲାନ୍ସର…

ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇ (ITI) ପ୍ରିନ୍ସିପାଲ୍ ସୁରେଶ କୁମାର…

ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ: ଭକ୍ତ ଦାସ,ଗିଡିପାବାଲି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି

ଭଞ୍ଜନଗର, ୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାରେ ଭୟାବହ ବନ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଲୋକେ ଏବେ ବି ନାନା ଦୁର୍ଦ୍ଦଶାର ସମ୍ମୁଖୀନ…

ଭିସି ମାଧ୍ୟମରେ ୭ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ପାଟଣା ବ୍ଲକ୍‌ର ୪ ଓ ସାହାରପଡ଼ା ବ୍ଲକ୍‌ର ୩ ବିଦ୍ୟାଳୟ ସାମିଲ

ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସଠାରେ ଭିଡିଓ କନ୍‌ଫରେନ୍ସିଂ…

୪ ଜେଲ୍‌ର ଜେଲରଙ୍କୁ ବଦଳି କଲେ ରାଜ୍ୟ ସରକାର: କଟକ ସର୍କଲ ଜେଲକୁ ଗଲେ ଲଲାଟେନ୍ଦୁ, ପୁରୀ ବଦଳି ହେଲେ…

ଭୁବନେଶ୍ୱର,୬।୧୧: ରାଜ୍ୟ ପ୍ରଶାସନିକ ସେବାରେ ଅଦଳବଦଳ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ କାରାଗାର ଓ ସଂଶୋଧନାତ୍ମକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ୪ ଜଣ ଜେଲରଙ୍କର ବଦଳି କରାଯାଇଛି। ପ୍ରଶାସନିକ…

ଫେବୃଆରୀ ୧୬ରୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା; ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା…

ନୂଆଦିଲ୍ଲୀ,୬।୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ପକ୍ଷରୁ ଆଗାମୀ ୨୦୨୭ ମସିହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆନୁଷ୍ଠାନିକ ତାରିଖ ଘୋଷଣା…

ବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ସହାୟତା:୪ ଲକ୍ଷ ୨୯ ହଜାର ୭୮୨ ପରିବାର ପାଇବେ ସହାୟତା

ଛତ୍ରପୁର, ଦିଲ୍ଲୀପ ସାମଲ, ୬/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?