Posted inଖେଳ

ଶାର୍ଦ୍ଦୁଳଙ୍କୁ ନୂଆ ନାମ ଦେଲେ ପ୍ରଶଂସକ

ଲଣ୍ଡନ,୬।୯: ଚଳିତ ଓଭାଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର। ପ୍ରଥମ ଇନିଂସରେ ବିସ୍ଫୋରକ ୫୭ ରନ୍‌ର ପାଳି ଖେଳିଥିବା ମୁମ୍ବାଇ ଖେଳାଳି ଦ୍ୱିତୀୟ ୬୦ ରନ୍‌ର ଇନିଂସ ଖେଳିଥିଲେ। ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଯୋଗୁ ୨୯ ବର୍ଷୀୟ ଅଲରାଉଣ୍ଡରଙ୍କ ନୂଆ ନାମ ଦେଇଛନ୍ତି ପ୍ରଶଂସକ, ଯାହା ଏବେ ଟୁଇଟରରେ ଟ୍ରେଣ୍ଡିଂ ପାଲଟିଛି। ଏପରି କି ପୂର୍ବତନ କ୍ରିକେଟରମାନେ ମଧ୍ୟ ଶାର୍ଦ୍ଦୁଳଙ୍କୁ ନୂଆ ନାମକୁ ଉଲ୍ଲେଖ କରି ପ୍ରଶଂସା କରିଛନ୍ତି।

ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ ଲେଖିଛନ୍ତି, ମଧ୍ୟକ୍ରମର ବ୍ୟାଟ୍ସମାନଙ୍କୁ କେଉଁ ଭଳି ଖେଳିବାକୁ ହୁଏ, ତାହା ଦେଖାଉଛନ୍ତି ଲର୍ଡ ଶାର୍ଦ୍ଦୁଳ। ୬୦ ରନ୍‌ର ପାଳି ଚମତ୍କାର ଥିଲା। ଗୁରୁଦିବସରେ ଏହା ଠୁ ବଡ଼ ଉପହାର ଆଉ କ’ଣ ହେବ। ସେହିଭଳି ଲର୍ଡ ଶାର୍ଦ୍ଦୁଳ ଯେତେବେଳେ ବି ଆସନ୍ତି, ମ୍ୟାଚ୍‌କୁ ବଦଳି ରଖି ଦିଅନ୍ତି ବୋଲି ଟୁଇଟ୍‌ କରିଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର। ଉଲ୍ଲେଖଯୋଗ୍ୟ, ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଶାର୍ଦ୍ଦୁଳ ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସବୁଠୁ ଅଧିକ ରନ୍‌ କରିଥିବା ଓଲି ପୋପଙ୍କୁ ଆଉଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ରେକର୍ଡ ବର୍ଷା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ସ୍କୋର କରିଥିଲା। ଏହାପୂର୍ବରୁ ଏହି ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାମରେ ଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri