ଶର୍ଟସର୍କିଟରୁ ଜଳିଗଲା ୨୧ ବଖରା

ଖଲ୍ଲିକୋଟ,୨ା୭: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ନାଇକାଣିପଲି ଗ୍ରାମରେ ଶୁକ୍ରବାର ଶର୍ଟସର୍କିଟରୁ ନିଆଁ ଲାଗି ୧୨ ପରିବାରର ୨୧ ବଖରା ଜଳିଯାଇଛି। ଅଗ୍ନିକାଣ୍ଡରେ ନାଇକାଣିପଲି ଗ୍ରାମ ମଝି ସାହିରେ ରହୁଥିବା ମଞ୍ଜୁ ଖୁଣ୍ଟିଆ, ରାଜନ ଖୁଣ୍ଟିଆ, ଲକ୍ଷ୍ମଣ ଗୌଡ଼, ଛାୟା ଗୌଡ଼, ଜୟ ଖୁଣ୍ଟିଆ, ମେଳିଆ ଗୌଡ଼, ସନ୍ତୋଷ ସ୍ବାଇଁ, ପୁରୁଷୋତ୍ତମ ସ୍ବାଇଁ, ହଜାରି ସ୍ବାଇଁ, ମହେଶ୍ୱର ସ୍ବାଇଁ, ତ୍ରିନାଥ ଗୌଡ଼, ବସନ୍ତ ରାଉତଙ୍କ ସମସ୍ତ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ପୋଡ଼ିଯାଇଛି। ଖବର ପାଇ କୋଦଳା ଦମକଳ ଓ ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଖଲ୍ଲିକୋଟ ଫାୟାର ଅଫିସର ଜମୁନା ପ୍ରସଦା ମହନ୍ତ କହିଛନ୍ତି। ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାସ, ରେଭେନ୍ୟୁ ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ ପହଞ୍ଚତ୍ କ୍ଷତିଗ୍ରସ୍ତଙ୍କୁ ପାଲ ଯୋଗାଇ ଦେଇଥିଲେ। ଏବଂ ଆବଶ୍ୟକ ସହଯୋଗ ପାଇଁ ନାଇକାଣିପଲି ସରପଞ୍ଚଙ୍କୁ କହିଥିଲେ। ଅଗ୍ନିବିପ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର(ବ୍ୟୁରୋ)/ରାଉରକେଲା ଅଫିସ୍‌,୧୯।୮: ରାଉରକେଲା ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ୨୦୨୨ ଜୁଲାଇ ସୁଦ୍ଧା ଶେଷ ହେବ।...

ଏମ୍‌କେସିଜିରେ ୫ ଅପମୃତ୍ୟୁ ମାମଲା

ବ୍ରହ୍ମପୁର ଅଫିସ,୧ା୯-ଏମ୍‌କେସିଜି ମେଡିକାଲରେ ଦିନକରେ ୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ବିଦ୍ୟୁତ୍‌ ଆଘାତ,...

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେବା ପାଇଁ ବିଧାୟକଙ୍କୁ ତାଲିମ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରୁଛନ୍ତି। ଏ ନେଇ ସେ ଦଳୀୟ ଏମ୍‌ଙ୍କୁ ସମର୍ଥନ କରିବା ପାଇଁ...

ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରରେ ଡ୍ରେନେଜ ବ୍ୟବସ୍ଥା ବ୍ୟବସ୍ଥିତ କରିବାକୁ ବୁଧବାର ଚିଠି ଲେଖି ସେ ଅନୁରୋଧ...

କେନ୍ଦୁଝର ଗସ୍ତରେ ଡିଆରଏମ: ରେଳ ଚଳାଚଳ ନେଇ ଦାବିପତ୍ର

କେନ୍ଦୁଝର,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଗ୍ରସ୍ତରେ ଆସିଥିବା ଡିଆର୍‌ଏମ୍‌ (ଡିଭିଜନାଲ ରେଲଓ୍ବେ ମ୍ୟାନେଜର) ଖୋର୍ଦ୍ଧା ଡିଭିଜନଙ୍କୁ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି। ବରଦା...

ଭଦ୍ରକରେ ବୁଲ୍‌ବୁଲ ପ୍ରଭାବ: ଲାଗିରହିଛି ବର୍ଷା, ପବନ; ଦୋକାନବଜାର ବନ୍ଦ

ଭଦ୍ରକ ଅଫିସ,୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଭଦ୍ରକ ଜିଲା ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।...

ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀ

କଟକ ଅଫିସ, ୨ା୩:ପୋଲିସ ବିଭାଗରେ କାମ କରୁଛନ୍ତି। ନା ମିଳୁଛି ଦରମା ନା ମିଳୁଛି ଛୁଟି। ଦୂରରେ ଥିବା ସ୍ବାମୀଙ୍କ ବିନା ଏକୁଟିଆ ସଂସାର ଜାଲରେ...

ଓ୍ବାର୍ଡ ରାସ୍ତାରେ ଆବର୍ଜନା ପାଣି

ଭୁବନ,୧୫ା୧୦ (ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୯ ଓ ୧୦ ନମ୍ବର ୱାର୍ଡ ମଧ୍ୟରେ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଆବର୍ଜନା ପାଣି ମାଡୁଛି।...

Advertisement
Archives

Model This Week