Posted inଜାତୀୟ

ବଞ୍ଚିଥିବା ଶିକ୍ଷକଙ୍କୁ ଡକାଗଲା ତାଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ

ଠାଣେ,୨।୭: ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ ଥିବା ଜଣାଇବା ପାଇଁ ଠାଣେର ମ୍ୟୁନିସିପାଲ କର୍ପୋରେଶନ ଅଫିସରୁ ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କୁ ଆସିଥିଲା ଫୋନ କଲ୍‌। ଶିକ୍ଷକ ଜଣଙ୍କ ଯୁକ୍ତିରେ ଦର୍ଶାଇଥିଲେ ସେ ବଞ୍ଚିଛନ୍ତି। କିନ୍ତୁ କିଛି ଲାଭ ମିଳି ନ ଥିଲା। ଜୀବିତ ଥିବା ଦର୍ଶାଇବା ପାଇଁ ତାଙ୍କୁ ପହଞ୍ଚିବାକୁ ପଡ଼ିଥିଲା ମ୍ୟୁନିସିପାଲ ଅଫିସରେ।

ଚନ୍ଦ୍ରଶେଖର ଦେଶାଇ ମୁମ୍ବାଇ ଘାଟକୋପର ଅଞ୍ଚଳର ଏକ ସ୍କୁଲରେ ଶିକ୍ଷକତା କରନ୍ତି। ଗତ ବର୍ଷ ସେ କରୋନାରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ ମେଡିକାଲରେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ କୋଭିଡ୍‌ ଜଟିଳତାରେ ଦେଶାଇଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇଥିଲା ଠାଣେ ମ୍ୟୁନିସିପାଲ କର୍ପୋରେଶନର ରେକର୍ଡ।

”ମୁଁ କହିଲି ମୁଁ ବଞ୍ଚିଛି। ତୁମେ ଏଭଳି କଥା କାହିଁକି କହୁଛ। ସେମାନେ କହିଲେ, ଆମ ପାଖରେ ରେକର୍ଡ ଅଛି, ଯେଉଁଥିରେ ତୁମକୁ ମୃତ ଘୋଷଣା କରାଯାଇଛି। ଚିନ୍ତା କରନ୍ତୁ, ଯଦି ମୋ ୮୦ ବର୍ଷୀୟା ମା’ କିମ୍ବା ସ୍ତ୍ରୀଙ୍କ ପାଖକୁ ଏହି ଫୋନ କଲ ଯାଇଥାନ୍ତା, ତେବେ କ’ଣ ହୋଇଥାନ୍ତା ବୋଲି ଦେଶାଇ କହିଛନ୍ତି। ତେବେ ନିଜ ଦୋଷ ସ୍ବୀକାର କରିଛନ୍ତି ମ୍ୟୁନିସିପାଲ କର୍ତ୍ତୁପକ୍ଷ। ଆମେ ମୃତକଙ୍କ ତାଲିକା ପ୍ରସ୍ତୁତ କରି ନାହୁଁ। ଯାଞ୍ଚ ବିନା ଆଉ କାହାକୁ କଲ କରାଯିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ମ୍ୟୁନିସିପାଲ କମିଶନର ସନ୍ଦୀପ ମାଲଓ୍ବି।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ରକ୍ଷାବନ୍ଧନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦରରେ ବଡ଼ ହଲଚଲ: ବଢିଲା କି କମିଲା କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୮: ଇରାନ ଉପରେ ଆମେରିକାର ନୂଆ କଠୋର ପ୍ରତିବନ୍ଧକ ଲାଗୁ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଉଛି।…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri