ତୁର୍କି କୋଇଲା ଖଣିରେ ବିସ୍ଫୋରଣ, ୧୪ ମୃତ ୨୮ରୁ ଅଧିକ ଆହତ, ଫସି ରହିଛନ୍ତି ୫୦, ଯାତ୍ରା ରଦ୍ଦ କଲେ ରାଷ୍ଟ୍ରପତି

ଅଂକାରା,୧୫ ।୧୦: ତୁର୍କିର ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୨୮ରୁ ଅଧିକ ଆହତ ହୋଇଛନ୍ତି । ଦେଶର ଗୃହ ମନ୍ତ୍ରୀ ସୁଲେମାନ ସୋୟଲୁ ସୂଚନା ଦେଇ କହିଛନ୍ତି ଏବେବି ୫୦ଜଣ ଖଣି ମଧ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ବାହାରକୁ ବାହାର କରିବାର ପ୍ରକ୍ରିୟା ଜାରି ରହିଛି । ଏମାନେ ଅତି ବିପଦପୂର୍ଣ୍ଣ ସ୍ଥାନରେ ଫସି ରହିଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଏହି ବିସ୍ଫୋରଣ ବ୍ଲାକ ସି ଉପକୂଳରେ ବାର୍ଟିନର ଅମାସର ସହରରେ ସରକାରୀ ଟିଟିକେ ଅମାସରା ମୁସେସେ ମୃଦୁର୍ଲୁଗୁ ଖଣିରେ ହୋଇଛି । ଶକ୍ତି ମନ୍ତ୍ରୀ ଫାତିଜ ଡୋନମେଜ କହିଛନ୍ତି ବିସ୍ଫୋରଣ ସମ୍ଭବତଃ କୋଇଲା ଖଣିରେ ମିଳୁଥିବା ଜ୍ୱଳନଶୀଳ ଗ୍ୟାସ କାରଣରୁ ହୋଇଥାଇପାରେ ।
ଗୃହମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣ ସମୟରେ ଖଣିରେ ପ୍ରାୟ ୧୧୦ ଜଣ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାରକୁ ଚାଲିଆସିବାରେ ସକ୍ଷମ ହୋଇଥିଲା ବେଳେ ଏବେବି ୫୦ ଜଣ ଖଣି ଭିତରେ ଫସି ରହିଥିବା ଜଣାପଡିଛି । ଏହି ଘଟଣା ପରେ ରାଷ୍ଟ୍ରପତି ରେସେପ ତଇପ ଏର୍ଦେଗନ ଦକ୍ଷିଣ-ପୂର୍ବ ତୁର୍କି ଗସ୍ତକୁ ରଦ୍ଦ କରି ଅମାସରା ଗସ୍ତ କରିବେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?