ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର ଯୁଦ୍ଧପୋତକୁ ଫେରାଇ ଆଣିଛନ୍ତି। ଏହା ଏସିଆ-ପ୍ରଶାନ୍ତ କ୍ଷେତ୍ରରେ ମୁତୟନ ଥିବା ଶେଷ ଆମେରିକୀୟ ଯୁଦ୍ଧପୋତ ଥିଲା। ଏହି ଯୁଦ୍ଧପୋତ ମଧ୍ୟପ୍ରାଚ୍ୟରେ ମୁତୟନ ଥିବା USS ଆବ୍ରାହମ ଲିଙ୍କନର ସ୍ଥାନ ନେବ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ଚୀନ ଖୁସି ହୋଇଯାଇଛି ଏବଂ ଆମେରିକାର ସହଯୋଗୀ ଏସୀୟ ଦେଶ ଜାପାନ ଓ ତାପୱାନର ଚିନ୍ତା ବଢ଼ିଯାଇଛି। ଇଣ୍ଡୋ-ପ୍ରଶାନ୍ତ (ହିନ୍ଦ-ପ୍ରଶାନ୍ତ) କ୍ଷେତ୍ରରୁ ଆମେରିକାର ପ୍ରତ୍ୟାହାରର ପୂରା ଫାଇଦା ଚୀନ ଉଠାଇପାରେ, ଏବଂ ତାୱାନ ଓ ଜାପାନ ଉପରେ ଆକ୍ରମଣ କରିପାରେ।

ଆମେରିକା କାହିଁକି ହଟାଇଲା ଶେଷ ଯୁଦ୍ଧପୋତ?

ସୂଚନାଯୋଗ୍ୟ ଯେ, USS ଜର୍ଜ ୱାଶିଂଟନ ଫେରିଆସିବା ପରେ ଏବେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକାର କୌଣସି ଯୁଦ୍ଧପୋତ ମୁତୟନ ନାହାଁନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏହି ଯୁଦ୍ଧପୋତକୁ ମଧ୍ୟପ୍ରାଚ୍ୟରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି, କାରଣ USS ଆବ୍ରାହମ ଲିଙ୍କନ ସେଠାରେ ମୁତୟନ ହେବାର ୮ ମାସ ବିତିଗଲାଣି ଏବଂ ଏବେ ତାହା ଉପରେ ଚାପ ବଢ଼ିବାରେ ଲାଗିଛି। ପରିବାରଠାରୁ ଦୂରରେ ରହି ଏତେ ଦୀର୍ଘ ସମୟ ଧରି ଯୁଦ୍ଧକ୍ଷେତ୍ରରେ ମୁତୟନ ରହିବା ହେତୁ ଯୁଦ୍ଧପୋତରେ ଥିବା ୫୦୦୦ ସୈନିକଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାକୁ ଲାଗିଛି। ତେଣୁ ସେମାନଙ୍କୁ ବିଶ୍ରାମ ଦେବା ପାଇଁ ଯୁଦ୍ଧପୋତକୁ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରୁ ହଟାଯାଇଛି, ଯାହାର ଫାଇଦା ଚୀନ ଉଠାଇପାରେ।

ଚୀନ କିପରି ଉଠାଇବ ବର୍ତ୍ତମାନ ପରିସ୍ଥିତିର ଫାଇଦା?

ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରୁ ଜର୍ଜ ୱାଶିଂଟନ ହଟିବା ପରେ ଚୀନ ଖୁସି ପ୍ରକାଶ କରିବା ସହ ଏସୀୟ ଦେଶଗୁଡ଼ିକୁ ଉପହାସ କରି କହିଛି ଯେ ଆମେରିକା ଧୋକା ଦେଇଦେଲା, ସେ ଏକ ଧୋକେବାଜ। ବିଶେଷଜ୍ଞମାନଙ୍କ କହିବାନୁସାରେ, ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକାର ଅନୁପସ୍ଥିତିର ପୂରା ଫାଇଦା ଚୀନ ଉଠାଇପାରେ। ଚୀନ ନିକଟରେ ଜାପାନ ନିକଟସ୍ଥ ସମୁଦ୍ରରେ ସାମରିକ ଅଭ୍ୟାସ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ତାୱାନକୁ ଚୀନ ପୂର୍ବରୁ ଘେରାଉ କରି ରଖିଛି। ଚୀନ ଏବେ ତାୱାନ, ଜାପାନ, ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆକୁ ଏହା କହି ଉସକାଉଛି ଯେ ଆମେରିକା ଆଉ ସେମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦେବା ସ୍ଥିତିରେ ନାହିଁ। ଏହି କ୍ଷେତ୍ରର ସବୁଠାରୁ ବଡ଼ ସାମରିକ ଶକ୍ତି ହେଉଛି ଚୀନ, ଏବଂ ଏସୀୟ ଦେଶଗୁଡ଼ିକ ଚାହିଁଲେ ସମସ୍ତେ ମିଶି ଏକ ବଡ଼ ଶକ୍ତି ପାଲଟିପାରିବେ।
ଅନ୍ୟପଟେ, ଆମେରିକା ନିଜର ସହଯୋଗୀ ଏସୀୟ ଦେଶଗୁଡ଼ିକୁ ଚିନ୍ତା ନକରିବାକୁ କହିବା ସହ ଶୀଘ୍ର ଆମେରିକାର ଅନ୍ୟ ଏକ ଯୁଦ୍ଧପୋତ ମୁତୟନ ହେବ ବୋଲି ଆଶ୍ୱାସନା ଦେଇଛି। ଆମେରିକା ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଆମେରିକୀୟ ସ୍ପେଶାଲ ଅପରେସନ କମାଣ୍ଡର ପ୍ରମୁଖ ଆଡମିରାଲ ଫ୍ରାଙ୍କ ବ୍ରାଡଲି ଫିଲିପାଇନ୍ସରେ ପହଞ୍ଚି କହିଛନ୍ତି ଯେ ଯୁଦ୍ଧପୋତ ହଟାଇବାର ଅର୍ଥ ଅଞ୍ଚଳ ଛାଡ଼ିବା ନୁହେଁ। ସେ ଦେଶଗୁଡ଼ିକୁ ରକ୍ଷା ଓ ସୁରକ୍ଷାର ଭରସା ଦେଇଛନ୍ତି ଏବଂ ଏବେ ସେ ଜାପାନ ଯାଇପାରନ୍ତି, ଯେଉଁଠାରେ ସେ ଆମେରିକା ପକ୍ଷରୁ ସୁରକ୍ଷା ଗ୍ୟାରେଣ୍ଟି ନିଶ୍ଚିତ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?