AI ଭିଡ଼ିଓ ଶେୟାର କରି ସବୁ ସୀମା ଟପିଲେ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତିଙ୍କୁ ହାତକଡ଼ି ପିନ୍ଧାଇ ତଳେ ପକାଇଦେଲେ!

ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ତାଙ୍କ ନିଷ୍ପତ୍ତି ପାଇଁ ନୁହେଁ ବରଂ ତାଙ୍କ ବୟାନ ପାଇଁ ମଧ୍ୟ ଖବରରେ ଅଛନ୍ତି। ପୂର୍ବରୁ ଟେସଲା ମାଲିକ ଏଲୋନ ମସ୍କଙ୍କ ସହ ତାଙ୍କର ଖୁବ ଯୁକ୍ତିତର୍କ ହୋଇଥିଲା। ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ପ୍ରବଳ ବିତର୍କ ହୋଇଥିଲା। ଏବେ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ ଓବାମାଙ୍କୁ ନେଇ ଏକ AI ଭିଡିଓ ଶେୟାର କରିଛନ୍ତି। ଏଥିରେ ଓବାମାଙ୍କୁ ହାତକଡି ପିନ୍ଧାଇ ତଳେ ଫିଙ୍ଗି ଦିଆଯାଇଥିବା ଦେଖାଯାଇଛି।
ପ୍ରକୃତରେ, ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ରୁଥରେ AI ଉପରେ ନିର୍ମିତ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଓବାମାଙ୍କୁ ଓଭାଲ ଅଫିସ ଭିତରେ ଗିରଫ କରାଯାଇଥିବା ଦେଖାଯାଇଛି। ଏଫବିଆଇ ଏଜେଣ୍ଟମାନେ ଓବାମାଙ୍କୁ ହାତକଡି ପିନ୍ଧାଇ ତଳେ ଫିଙ୍ଗି ଦେଉଥିବା ଦେଖାଯାଇଛି। ଭିଡିଓରେ ଓବାମାଙ୍କୁ ମଧ୍ୟ କଲର ଧରିଥିବା ଦେଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭିଡ଼ିଓ ବିଷୟରେ କୌଣସି ଡିସକ୍ଲାମେର ଦିଆଯାଇ ନାହିଁ ଯେ ଏହା AI ଉପରେ ତିଆରି ଏକ ଭିଡିଓ।
ଭିଡିଓ ଦେଖି ଅନୁମାନ କରାଯାଇପାରେ ଯେ ଏଥିପାଇଁ ଡିପଫେକ ବ୍ୟବହାର କରାଯାଇଥିବ। ଏହା ଏକ କୌଶଳ ଯାହା ଏଆଇ ଉପରେ ତିଆରି ଏକ ଭିଡିଓକୁ ପ୍ରକୃତ ଦେଖାଏ। ଏପର୍ଯ୍ୟନ୍ତ ଅନେକ ସେଲିବ୍ରିଟିଙ୍କ ଡିପଫେକ ଭିଡିଓ ତିଆରି ଏବଂ ଭାଇରାଲ କରାଯାଇଛି।

ଟ୍ରମ୍ଫ ସରକାର ‘ୱାନ ବିଗ ବିୟୁଟିଫୁଲ ବିଲ’ ନାମକ ଏକ ବିଲ ପାସ କରିଥିଲା। ଏଥିରେ ଟିକସ କାଟ, ମେଡିକେଡରେ କାଟ ଏବଂ ଖାଦ୍ୟ ସହାୟତା ସହିତ ଜଡିତ ଅନେକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିଲା। ଏଲୋନ ମସ୍କ ଏହି ବିଲ୍‌କୁ ପାଗଳ ବୋଲି କହିଥିଲେ। ଏହାକୁ ନେଇ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ବହୁତ ବିତର୍କ ହୋଇଥିଲା। ଟ୍ରମ୍ପ ଏହି ବଲ୍‌କୁ ତାଙ୍କ ନୀତିର ବିଜୟ ବୋଲି କହିଥିବାବେଳେ ମସ୍କ ଏହାକୁ ସରକାରୀ ଖର୍ଚ୍ଚ ଏବଂ ଦୁର୍ନୀତିର ପ୍ରତୀକ ବୋଲି କହିଥିଲେ। ଏହା ପରେ ମସ୍କ ତାଙ୍କର ନୂତନ ରାଜନୈତିକ ଦଳ ମଧ୍ୟ ଘୋଷଣା କରିଥିଲେ। ପୂର୍ବରୁ ଏଲୋନ ମସ୍କ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗଭୀର ବନ୍ଧୁତା ଥିଲା, କିନ୍ତୁ ଏବେ ବିବାଦର ପରିସ୍ଥିତି ସୃଷ୍ଟି ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ ମହିଳା ଗୁରୁତର ହୋଇଛି। ଗୁରୁତର ମହିଳା ହେଲେ…

ପୁଣି ଅଧିନାୟକ ହେଲେ ସୂର୍ଯ୍ୟକୁମାର, ହାର୍ଦ୍ଦିକଙ୍କୁ ବି ମିଳିଲା ସୁଯୋଗ: ଧୁରନ୍ଧର ଖେଳାଳିଙ୍କୁ ନେଇ ଘୋଷଣା ହେଲା ଦଳ

ନୂଆଦିଲ୍ଲୀ, ୯।୧୧: ଟିମ ଇଣ୍ଡିଆକୁ T20 ବିଶ୍ୱକପ ୨୦୨୬ରେ ବିଶ୍ୱବିଜେତା କରାଇଥିବା ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏସନ…

ସରକାରଙ୍କ ବଡ଼ ଘୋଷଣା: ସରକାରୀ କାମରେ ବିଳମ୍ବ କଲେ ଗଣିବେ ଜରିମାନା

ନୂଆଦିଲ୍ଲୀ, ୯।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ବଢ଼ାଇବା ଏବଂ ସାଧାରଣ ଲୋକଙ୍କୁ ସରକାରୀ ସେବା…

ଫୋନରେ କଥା ହେଲେ ଜେଲେନସ୍କି-ମୋଦି: ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯୁଦ୍ଧ ଶେଷ ପାଇଁ …

ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନରେ ଜାରି…

ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା

ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର

ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?