୪୭ କୁଇଣ୍ଟାଲ ଧାନ ସହ ଧରାପଡ଼ିଲା ଟ୍ରକ

ଗୁଡଭେଲା,୨୧ା୧(ମନୋଜ କୁମାର ଜୈନ): ଧାନ ବିକ୍ରିରେ କଟ୍‌ନୀକୁ ବିରୋଧ କରି ୧୨ଘଣ୍ଟିଆ ତୁଷୁରା ବନ୍ଦ ପାଳନ ବେଳେ ଏକ ଧାନ ବୋଝେଇ ଟ୍ରକକୁ ୟୁଥ ଆକ୍ସନ କମିଟି ସଦସ୍ୟ ଅଟକାଇ ଯୋଗାଣ ବିଭାଗ ଜିମା ଦେଇଥିଲେ। ରବିବାର ବଲାଙ୍ଗୀର ଜିଲା ଯୋଗାଣ ବିଭାଗ ବେଆଇନ ଭାବେ ଚାଲାଣ ହେଉଥିବା ୪୭ କୁଇଣ୍ଟାଲ(୧୦୬ପ୍ୟାକେଟ)ଧାନ ସହ ଟ୍ରକ (ନଂ.ଓଡି୦୩କେ-୭୪୧୯)କୁ ଜବତ କରିଛି। ଜବତ ଧାନକୁ ତୁଷୁରା କେଡିଆ ରାଇସ୍‌ ମିଲ ଜିମାରେ ଦିଆଯାଇଥିବା ବେଳେ ଟ୍ରକକୁ ତୁଷୁରା ଥାନାରେ ରଖାଯାଇଥିବା ଗୁଡଭେଲା ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

୨ଟି ଗ୍ୟାସ କନେକ୍ସନ ନେଇଥିଲେ ଜାଣି ନିଅନ୍ତୁ, ଜୁନ ୩୦ସୁଦ୍ଧା ହୋଇଯିବ ବନ୍ଦ! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ନୂଆ ନିୟମ ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକ ଏବେ LPG ସଂଯୋଗ କିମ୍ୱା PNG ସଂଯୋଗ ରଖିପାରିବେ କିନ୍ତୁ ଉଭୟ ନୁହେଁ। ଯଦି ଆପଣଙ୍କର ବର୍ତ୍ତମାନ ଉଭୟ…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ଛୁଟିଦିନରେ ଏତିକି ହେଲା ତେଲ ଦର; ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର..

ନୂଆଦିଲ୍ଲୀ,୧୭।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ଶୁକ୍ରବାର ଠାରୁ ପେଟ୍ରୋଲ ଡିଜେଲ ପାଇଁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।…

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri