ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌: ୨୨ ଆହତ

ବାଙ୍ଗିରିପୋଷି,୩।୯: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ସହ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏକ ଯାତ୍ରୀବାହୀ ଘରୋଇ ବସ୍‌ ଘାଟି ଉପରକୁ ଚଢୁଥିଲା। ସେତିକିବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ବସକୁ ଧକ୍କା ଦେଇ ଓଲଟି ପଡିଥିଲା।

ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ତଳେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢିପସାହିରେ ବଢ଼ୁଛି ଭାଇଚାରା: ଯୁବପିଢ଼ିଙ୍କୁ ଏକାଠି କରିଛି ସଂକୀର୍ତ୍ତନ

ବନ୍ତଳା,୨୦ା୫ (ଦୀନେଶ ଦେହୁରୀ) ରାଜନୀତି ପାଇଁ ଗାଁ ଗାଁ ଆଜି କଳୁଷିତ। ଘର-ଘର, ସାହି-ସାହିରେ ମନ ଫଟାଫଟି। ଗୋଷ୍ଠୀ, ଦଳକୁ ନେଇ କନ୍ଦଳ ପ୍ରାୟ ସବୁଠି। ହେଲେ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଘରୋଇ ସେବା ଅଭିଯୋଗ : ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ...

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ:କ୍ଷତିପୂରଣ ଦାବିରେ ରାସ୍ତାରୋକୋ,ପ୍ରଶାସନ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକୋ

ରାୟଗଡ଼ା ଅଫିସ, ୨।୯: ରାୟଗଡ଼ା ଜିଲା କୋଲନରା ବ୍ଲକ ଭୂଜବଳ ଗ୍ରାମ ସୀତାକଟା ବ୍ରିଜ ନିକଟରେ ସୋମବାର ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି...

ଋଣ ଦେବା ନାଁରେ ଅର୍ଥ ହଡ଼ପ ଅଭିଯୋଗ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ହାତିଆଡ଼ିହା ଗ୍ରାମବାସୀଙ୍କୁ ଋଣ ଯୋଗାଇ ଦେବା ନାଁରେ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ ସଂସ୍ଥା ଅର୍ଥ ହଡପ...

ଜନ ପ୍ରତିନିଧିଙ୍କ ନାଁ ନ ଥିବାରୁ ଫଳକ ଗାଏବ

ବାଳକାଟୀ/ବାଲିପାଟଣା,୨୦୯।୪(ଡି.ଏନ୍‌.ଏ.): ପୂର୍ତ୍ତ ବିଭାଗ ଡିଭିଜନ ୨ ପକ୍ଷରୁ ଉତ୍ତରାଠାରୁ ନିମାପଡ଼ା ରାସ୍ତାର ଚାରିଥାକିଆ ରାସ୍ତାର ବୁଧବାର ବାଳକାଟୀରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ହେଲେ କାର୍ଯ୍ୟକ୍ରମର...

ନନ୍ଦନକାନନକୁ ଆସିଲା ତାମରିନ, ଗୁଣ୍ଡୁଚି ମାଙ୍କଡ଼

ବାରଙ୍ଗ,୧ା୯(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଗୁରୁବାର ହାଇଦ୍ରାବାଦରୁ ହଳେ ଗୋଲଡେନ ହ୍ୟାଣ୍ଡ ତାମରିନ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତ୍ତୃପକ୍ଷ ଆଣିଛନ୍ତି।...

କାରଖାନା ପରିସରରେ ମହିଳା ଶ୍ରମିକଙ୍କୁ ହତ୍ୟା

ଓଡାପଡା,୬ା୭(ଡି.ଏନ.ଏ)- ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଟାଟାଷ୍ଟିଲ ବିଏସ୍‌ଏଲ୍‌ କାରଖାନା ପରିସରରେ ମହିଳା ଠିକା ଶ୍ରମିକ ଜଲି ସାହୁ(୩୦)ଙ୍କୁ ସୋମବାର ହତ୍ୟା କରାଯାଇଛି। ଜଲିଙ୍କ ସହ...

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ରୂପ୍‌ସା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଗୁରୁବାର ସିଂଲା ଥାନାରେ...

Advertisement
Archives

Model This Week