ଶାଳ ମଞ୍ଜି ନେଇ ଯାଉଥିବା ବେଳେ ଓଲଟିଲା ଟ୍ରକ

ବାଲିଗୁଡ଼ା,୧୪।୬:(ଡି.ଏନ୍‌.ଏ.): ଭାରସାମ୍ୟ ହରାଇ ଓଲଟିଲା ଶାଳମଞ୍ଜି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ଗଦ୍ରିଙ୍ଗିଆ ଘାଟି ନିକଟରେ।

ମିଳିଥିବା ସୂଚନା ମୁତାବକ, ବୁଧବାର ବାଲିଗୁଡ଼ା ଥାନା ବାରଖମା ଗ୍ରାମରୁ ଏକ ୧୪ ଚକିଆ ଟ୍ରକ (ନଂ. ଏମ୍‌ଏଚ୍‌୪୦ସିଏମ୍‌-୬୧୨୮) ଶାଳ ମଞ୍ଜି ବୋଝେଇ କରି ବାଲିଗୁଡ଼ା ୫୯ ନମ୍ବର ଜାତୀୟ ରାଜପଥ ଦେଇ ରାୟପୁର ଯାଉଥିଲା। ହେଲେ ବାଲିଗୁଡ଼ାରୁ ପ୍ରାୟ ୧୮ କିଲୋମିଟର ଯିବା ପରେ ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ବୁଲାଣି ରାସ୍ତାରେ ଏକ ଗାଈ ରାସ୍ତା ଉପରକୁ ଚାଲି ଆସିବାରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ହେଲେ ଡ୍ରାଇଭର ଏବଂ ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଫେରି ଆସିଥିବା ଜଣାପଡିଛି। ବାରମ୍ବାର ସମ୍ପୃକ୍ତ ଅଞ୍ଚଳରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି । ଏଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ସ୍ଥାନରେ ସାଇନ ବୋର୍ଡ଼ ଲଗାଇବା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଯାତ୍ରା କରିବେ ନୀତିନ ଗଡକରୀ, ମୋଦିଙ୍କ ଅପିଲ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ଼୍ବାନ ପରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଇନ୍ଧନ ସଂରକ୍ଷଣ ପାଇଁ, ଗଡକରୀ ତାଙ୍କର ସରକାରୀ…

ରାଜଧାନୀରେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ରୁମକୁ ଡାକି ପୁରୁଷ ବନ୍ଧୁ…..

ଭୁବନେଶ୍ବର,୧୩ା୫ : ରାଜଧାନୀ ଭୁବନେଶ୍ବରରୁ ପୁଣି ଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଘରୋଇ ଇଞ୍ଜେନିୟରିଂ କଲେଜ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ…

ସରକାରୀ ଓଜନ କଣ୍ଟାରେ ଲାଗିଲା ନିଆଁ: ଜଳିଗଲା ଗୁରୁତ୍ୱପୂର୍ଣ୍ଣ ନଥିପତ୍ର

କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟିତଠାରେ ଥିବା ସରକାରୀ ଓଜନ କଣ୍ଟାରେ ବୁଧବାର ନିଆଁ ଲାଗିଯିବାରୁ ଏହା ଭିତରେ ଥିବା ବହୁ କାଗଜପତ୍ର ଓ…

ଭାରତର କେଉଁ ରାଜ୍ୟରେ ବେଶୀ ଖର୍ଚ୍ଚ ହୁଏ ପେଟ୍ରୋଲ? ଲିଷ୍ଟରେ ଓଡ଼ିଶାର ନାଁ ଜାଣିଲେ ହୋଇଯିବେ ତାଜୁବ!

ନୂଆଦିଲ୍ଲୀ,୧୩।୫: ବିଶ୍ୱ ସ୍ତରରେ ଚାଲିଥିବା ଦ୍ୱନ୍ଦ୍ୱ ଏବଂ ଯୋଗାଣ ଶୃଙ୍ଖଳରେ ବାଧା ମଧ୍ୟରେ, ଭାରତରେ ଏକ ସମ୍ଭାବ୍ୟ ଇନ୍ଧନ ସଙ୍କଟ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ…

ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଛାତି ବିନ୍ଧୁଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ

କେନ୍ଦ୍ରାପଡ଼ା,୧୩ା୫(ଜଗନ୍ନାଥ ଧଳ): କୁକୁର କାମୁଡା ରୋଗୀ ବଦଳରେ ଅନ୍ୟଜଣେ ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା…

ବୃଦ୍ଧ କାଳେ ଯୌନ ପୀପାସୁ ହେଲା କାଳ, ନାବାଳିକାଙ୍କୁ ବଳାତ୍କାର କରି…

କଟକ,୧୩ା୫(ପ୍ରଭୁକଲ୍ୟାଣ ପାଲ୍‌): ବୃଦ୍ଧ କାଳେ ଯୌନ ପୀପାସୁ ହେବା କାଳ। ଚକୋଲେଟ୍‌ ଦେଇ କରିଥିଲେ ନୃଶଂସତା। ନାବାଳିକାଙ୍କୁ ବଳାତ୍କାର ମାମଲାରେ ୬୧ ବର୍ଷୀୟ ଆସମୀକୁ ସଜା ଶୁଣାଇଲେ…

ଭୁବନେଶ୍ୱରରେ ଶେଷ ହେଉଛି ପେଟ୍ରୋଲ! ମନ୍ତ୍ରୀ କହିଲେ କାଲିଠୁ…

ଭୁବନେଶ୍ୱର,୧୩।୫: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଏହା ପ୍ରଭାବରେ ଭାରତରେ ତେଲ ସଂକଟ ଦେଖାଦେଲାଣି । ଓଡ଼ିଶାର…

ଆରଡି ଛକରୁ ହଟିଲା ଜବରଦଖଲ: ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ…

ଭଦ୍ରକ, ୧୩।୫(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ସର୍ଭିସ ରୋଡ଼ର ଭଦ୍ରକ ଆରଡ଼ି ଛକରୁ ହଟିଲା ଜବରଦଖଲ। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri