ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ/ କାଲିପଦ ରାୟ): ବାସୁଦେବପୁର ଧାମରା ରାସ୍ତାର ମାତାଜୀ ମଠ ଛକରେ ରାସ୍ତାରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ବସ୍କୁ ଏକ ଟ୍ରକ୍ ଧକ୍କା ଦେଇଛି । ମଙ୍ଗଳବାର ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ୍ଟିକୁ ସଜାଡୁ ଥିବା ସେକ ଜାହିର ନାମକ ମିସ୍ତ୍ରୀଙ୍କ ଉପରେ ଏହି ଟ୍ରକ୍ଟି ମାଡି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି। ସେହିପରି ହେଲପର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ଡାକ୍ତରଖାନା ପଠାଯାଇଛି। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ମାତାଜୀ ମଠ ଠାରେ ରାସ୍ତାରୋକୋ କରିଛନ୍ତି l ଟ୍ରକ ଡ୍ରାଇଭର୍ ଥାନାରେ ଅଟକ ଥିବା ଜଣାପଡିଛି। ସେପଟେ ସଦର ଏସଡିପିଓ ବିଚିତ୍ରା ନନ୍ଦ ସେଠି, ତହସିଲଦାର ପ୍ରିୟ ବ୍ରତ ଦାସ, ଥାନାଧିକାରୀ ନିରୋଜ କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

