Posted inଜାତୀୟ

୧୦ ହଜାର ଶିକ୍ଷକଙ୍କୁ ପିଅନ, ମାଳି କରାଇବାକୁ ଚାହୁଁଛନ୍ତି ଏହି ରାଜ୍ୟ ସରକାର

ଅଗରତାଲା,୨୯।୭: ତ୍ରିପୁରା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିଶନରେ ୧୦ ହଜାରର ପୋଷ୍ଟ ଗ୍ରାଜୁଏଟ, ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ୍‌ ଶିକ୍ଷକଙ୍କୁ ପୁନଃନିଯୁକ୍ତି ମାଗିଛନ୍ତି। ଏହି ୧୦, ୦୦୦ ଶିକ୍ଷକଙ୍କୁ ନିଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରୋଚକ କଥା ହେଉଛି ଏହି ପୁନଃନିଯୁକ୍ତି ଶିକ୍ଷକ ପଦ ପାଇଁ ନୁହେଁ ବରଂ ପିଅନ, ମାଳି, ରୋଷେୟା ଏବଂ ଜୁନିୟର କିରାଣୀ ପଦ ପାଇଁ ରହିଛି। ୨୦୧୦ ଏବଂ ୨୦୧୪ରେ ତ୍ରିପୁରା ସରକାର ୧,୦୩୫ ପିଜିଟି, ୪,୬୬୬ ଟିଜିଟି ଏବଂ ୪,୬୧୬ ୟୁଜିଟି ଶିକ୍ଷକ ନିଯୁକ୍ତ କରିଥିଲେ। ୨୦୦୩ର ସଂଶୋଧିତ ନିଯୁକ୍ତି ନୀତି ଅନୁଯାୟୀ ଏହି ନିଯୁକ୍ତି ମୌଖିକ ସାକ୍ଷାତକାର ମାଧ୍ୟମରେ କରାଯାଇଥିଲା। ୨୦୧୪ ମେ ୭ ରେ, ସଂଶୋଧିତ ନିଯୁକ୍ତି ନୀତି ଅନୁଯାୟୀ ହାଇକୋର୍ଟ ସମସ୍ତ ଶିକ୍ଷକ ନିଯୁକ୍ତିକୁ ବନ୍ଦ କରିଦେଇଥିଲେ। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୨୯ ମାର୍ଚ୍ଚ ୨୦୧୭ରେ ସୁପ୍ରିମକୋର୍ଟ ତ୍ରିପୁରା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଡିସେମ୍ବର ୩୧, ୨୦୧୭ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଏକ ନୂତନ ନୀତି ପ୍ରସ୍ତୁତ କରି ନୂତନ ନିଯୁକ୍ତି ଦିଆଯାଉ।
ତ୍ରିପୁରା ସରକାର ୨୦୧୭ରେ ଏକ ନୂତନ ନୀତି ପ୍ରଣୟନ କରିଥିଲେ। ନୂତନ ନିଯୁକ୍ତି ପାଇଁ ବିଜ୍ଞାପନ ଏବଂ ପରୀକ୍ଷା ପ୍ରକ୍ରିୟା ଜାରି ରହିଲା। ୧ନଭେମ୍ବର ୨୦୧୮ରେ, ସୁପ୍ରିମକୋର୍ଟ ବରଖାସ୍ତ ହୋଇଥିବା ଶିକ୍ଷକମାନଙ୍କୁ ଆଡହକ ବେସରେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରଖିବାକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତ୍ରିପୁରା ସରକାର ବରଖାସ୍ତ ହୋଇଥିବା ଶିକ୍ଷକମାନଙ୍କୁ ଅନ୍ୟ ପଦବୀରେ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ଭାରତରେ ୩.୧୮ ଲକ୍ଷ କୋଟି ନିବେଶ ପାଇଁ ଜାପାନର ପ୍ରସ୍ତାବ…

ନୂଆଦିଲ୍ଲୀ/ଟୋକିଓ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଶିଖର...

ଘର ଖାଲି କରିବାକୁ ଚନ୍ଦ୍ରାବାବୁଙ୍କୁ ଦିଆଗଲା ନୋଟିସ୍‌

ହାଇଦ୍ରାବାଦ,୧୭।୮: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି। ତାଡେପାଲି ଗାଁର ଡେପୁଟି ତହସିଲଦାର ଏହି ନୋଟିସ ଦେଇଛନ୍ତି। ତେବେ...

ଭିଡ ହିଂସାକୁ ନେଇ ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋଦିଙ୍କୁ ଚିଠି: ଉଠିଲା ବିବାଦ, ମଣିରତ୍ନମଙ୍କ ଦସ୍ତଖତ ଜାଲ୍‌

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଭିଡ଼ ହିଂସାକୁ ନେଇ ଚଳଚ୍ଚିତ୍ର ଜଗତରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ରୋକିବା ଲାଗି ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତି ପ୍ରଧାନମନ୍ତ୍ରୀ...

ଦେଶର ନାମ ବଦଳିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଲା…

ନୂଆଦିଲ୍ଲୀ,୫।୯ : ଦେଶର ନାମ ବଦଳିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ସୋସିଆଲ ମିଡିଆରେ...

ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...

ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍‌ଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୧।୨: ଧୀରେ ଧୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରତି ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଯୋଗୁ ରାଜନୈତିକ...

ଲଦାଖ ଏଲ୍‌ଏସିରେ ଗର୍ଜିଲା ଭାରତର ଯୁଦ୍ଧ ବିମାନ

ଲେହ,୨୬।୬: ଚାଇନା ସହ ଉତ୍ତେଜନା ମଧ୍ୟରେ ଶୁକ୍ରବାର ଲଦାଖର ଲେହରେ ଭାରତୀୟ ସେନା ଓ ବାୟୁସେନା ମିଳିତ ଭାବେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଯୁଦ୍ଧାଭ୍ୟାସରେ ଯୁଦ୍ଧ...

ଥମୁନି ଦାଦନ ଯାତନା

ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ...

Advertisement
Archives

Model This Week