କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ଲୋକଙ୍କୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ ଟୀକାର ଶେଷ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ଆଉ ୧୫ ଦିନ ମଧ୍ୟରେ ଏହାର ବ୍ୟବହାର କରାଯିବ ବୋଲି କୁହାଯାଉଛି। ପ୍ରଥମେ ଏହି ଟୀକା ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କରଙ୍କୁ ଦିଆଯିବ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟକର୍ମୀ,ଡାକ୍ତର ଏବଂ ନର୍ସଙ୍କୁ ଦିଆଯିବ। ସେମାନେ ଆକ୍ରାନ୍ତଙ୍କ ସହିତ କାର୍ଯ୍ୟ କରୁଥିବାରୁ ଏଭଳି କରାଯିବ ବୋଲି କୁହାଯାଉଛି। ରୁଷ୍‌ରେ ଟୀକାକୁ ସୈନ୍ୟ ଏବଂ ସ୍ବୟଂସେବକଙ୍କୁ ଦିଆଯାଇଛି ବୋଲି ଏହି ପରିିଯୋଜନାର ନିର୍ଦ୍ଦେଶକ ଆଲେକ୍ସ୍‌ଜାଣ୍ଡାର୍‌ ଗିନ୍ସ୍‌ବର୍ଗ କହିଛନ୍ତି। ଆମେରିକାରେ ପ୍ରସ୍ତୁତ ମୋଡ଼ର୍ନା କମ୍ପାନୀର କରୋନା ଟୀକା ୩୦ ହଜାର ଲୋକଙ୍କଠାରେ ପରୀକ୍ଷା କରାଯାଇଛି। ଏହାର ରିପୋର୍ଟ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ଭାଗରେ ଆସିବ। ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟୀକା ପରୀକ୍ଷଣର ଶୀର୍ଷରେ ରହିଛି। ଭାରତରେ ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ସହାୟତାରେ ଟୀକାର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଏହି ଟୀକା ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିବ ବୋଲି କୁହାଯାଉଛି। ଭାରତ ବାୟୋଟିକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌ର ପରୀକ୍ଷା ଦିଲ୍ଲୀ ଏମ୍ସ୍‌, ପାଟନା ଏମ୍ସ୍‌, ରୋହତକ ସିଜିଆଇ ସମେତ ଅନ୍ୟ ସଂସ୍ଥାରେ କରାଯାଇଛି। ସେହିପରି ଜାୟଡସ୍‌ କ୍ୟାଡ଼ିଲା ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୀକାର ପରୀକ୍ଷଣ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନନ୍ଦନଙ୍କ ଗେମ୍‌କୁ ‘ବେଷ୍ଟ ଗେମ’ ପାଇଁ ଚୟନ କଲା ଗୁଗଲ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ ବାୟୁ ସେନାର ଭିଡିଓ ଗେମ୍‌ Indian Air Force: A Cut Aboveକୁ ‘ବେଷ୍ଟ ଗେମ-୨୦୧୯’ର ‘ୟୁଜର୍ସ ଚଏସ୍‌ ଗେମ୍‌’ କ୍ୟାଟେଗୋରୀରେ ଚୟନ...

୨୮ କୋଟିର କୋକେନ୍‌ ଚୋରା ଚାଲାଣ: ୨ ମହିଳା ଗିରଫ

ନୂଆଦିଲ୍ଲୀ,୨୮।୫: ଉଗାଣ୍ଡାର ଦୁଇ ମହିଳା ୨୮ କୋଟି ଟଙ୍କାର କୋକେନ୍‌ ଚୋରା ଚାଲାଣ କରୁଥିବାବେଳେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇଛି। ଦୁଇ...

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ ଧର୍ମର ସୁରକ୍ଷା ଲାଗି ନିର୍ମାଣ ହେବ ୩,୦୦୦ ମନ୍ଦିର

ହାଇଦ୍ରାବାଦ,୧।୩: ଆନ୍ଧ୍ରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପ୍ରତିଟି ଜିଲାରେ ମନ୍ଦିର ଥିବା ନିଶ୍ଚିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ରାଜ୍ୟରେ ୩...

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ

ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା...

୨୦୨୪ ନିର୍ବାଚନ ପୂର୍ବରୁ ପାଓ୍ବାରଙ୍କ ଗୋଟିଚାଳନା

ମୁମ୍ବାଇ,୮।୧:ଏନସିପି ମୁଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପୂର୍ବରୁ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏନସିପି, ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ଏବଂ କଂଗ୍ରେସ ୨୦୨୪ରେ...

ଗଞ୍ଜାମ ବ୍ଲକରେ ୪ କେରଳ ଫେରନ୍ତା, ଘରୁ ନ ବାହାରିବାକୁ ବିଡିଓଙ୍କ ପରାମର୍ଶ

ଗଞ୍ଜାମ,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଗୋଖରକୁଦା ଗ୍ରାମର କେତେଜଣ ବ୍ୟକ୍ତି ରୋଜଗାର ପାଇଁ କେରଳ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ନିଜ ଗ୍ରାମକୁ ଫେରିଛନ୍ତି। ଏ ନେଇ...

ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ କେନ୍ଦ୍ର ମନ୍ତ୍ରୀ

କୋଲକାତା,୩୦।୩: ପଶ୍ଚିମବଙ୍ଗର ଟୋଲିଗଞ୍ଜ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବେ ଚର୍ଚ୍ଚାରେ ଅଚନ୍ତି। କୋଲକାତାରେ ଥିବା ପାର୍ଟି କାର୍ଯ୍ୟାଳୟରେ...

ଅପରାହ୍ନରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୮।୧: ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଅପରାହ୍ନ ୩ଟା ୩୦ରେ ଘୋଷଣା କରାଯିବ। ତେବେ ନିର୍ବାଚନ ଆୟୋଗ ତାରିଖ ଘୋଷଣା...

Advertisement
Archives

Model This Week