ତ୍ରିଫଳା ରସାୟନ

ପଣ୍ଡିତ ହରିଶରଣ ମହାରାଜ

 

ଆୟୁର୍ବେଦର ଭୀଷ୍ମ ପିତାମହ ଧରୋବର ଚିରସ୍ମରଣୀୟ ବରେଣ୍ୟ ‘ବାଗଦ୍ଭଟ’ ଏହି ସଂସାରରେ ତ୍ରିଦୋଷ ନାଶକ(ବାତ, ପିତ୍ତ, କଫ) ଦ୍ରବ୍ୟ ଭିତରେ ସର୍ବୋତ୍ତମ ହରିଡ଼ା, ବାହାଡ଼ା, ଅଁଳାକୁ ମାନ୍ୟତା ଦେଇଛନ୍ତି। ଏହି ତ୍ରିଦୋଷନାଶକ ତ୍ରିଫଳାର ପ୍ରଭାବୀକରଣ ମାନବଜାତି ପ୍ରତି ଅମୃତ ସଦୃଶ। ତ୍ରିଫଳା ରସାୟନ ସମ୍ବନ୍ଧେ ‘ବାଗଦ୍ଭଟ’ ଲିଖିତ ”ଅଷ୍ଟାଙ୍ଗ ହୃଦୟ“ ଏବଂ ”ଅଷ୍ଟାଙ୍ଗ ସଂଗ୍ରହ“ରେ ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ସୂତ୍ର ପ୍ରତିପାଦିତ କରିଛନ୍ତି, ଯାହା ଚନ୍ଦ୍ରାର୍କ ଯାବତ୍‌ ଚିର ଭାସ୍ବର ରହିବ। ଅମୃତତୁଲ୍ୟ ତ୍ରିଫଳା ରସାୟନ ବ୍ୟବହାର କରୁଥିବା ବହୁ ଲୋକ ଉପଯୁକ୍ତ ଅନୁପାନ ଓ ମାତ୍ରା ବିଧିରହିତ ବ୍ୟବହାର ଯୋଗୁ ଉପଯୁକ୍ତ ପରିଣାମ ପ୍ରାପ୍ତିରୁ ବଞ୍ଚିତ ଅଟନ୍ତି। ଉତ୍କୃଷ୍ଟ ଚିରସ୍ଥାୟୀ, ଚିରଯୌବନ ଏବଂ ଚିରାୟୁ ଲାଭାର୍ଥେ ହରିଡ଼ା, ବାହାଡ଼ା, ଅଁଳାକୁ ଏକ:ଦୁଇ:ତିନି ଭାଗ ଅନୁପାତରେ ଚୂର୍ଣ୍ଣ ରସାୟନ ପ୍ରସ୍ତୁତପୂର୍ବକ ସମୟ ଅନୁପାନଯୁକ୍ତ ବ୍ୟବହାରଲବ୍ଧ ଫଳ ବର୍ଣ୍ଣନାନୀତ, ଯାହା ଚ୍ୟବନପ୍ରାସଠାରୁ ବହୁଗୁଣ ବିମଣ୍ଡିତ। ବାତ, ପିତ୍ତ, କଫ ଗ୍ରସିତ ବ୍ୟକ୍ତିମାନେ ତ୍ରିଫଳା ଚୂର୍ଣ୍ଣକୁ ରାତ୍ର ଶୟନ ପୂର୍ବାନ୍ତ ଉଷ୍ମ କ୍ଷୀର/ଜଳ ସହିତ ସେବନ ଦ୍ୱାରା ଶରୀରର ଅନ୍ତଃସ୍ଥ ବିଜାତୀୟ ତ୍ରିଦୋଷ ନାଶ ସହିତ ମଳମୂତ୍ର, ସ୍ବେଦ ଶୋଣିତ, ଲସା ଆଦି ମାଧ୍ୟମରେ ନିଷ୍କାସିତ ହୋଇ ସବୁରୋଗର ମୂଳ କାରଣ କୋଷ୍ଠକାଠିନ୍ୟ, ରେତନ କ୍ରିୟା ଦ୍ୱାରା ଦୂରାରୋଗ୍ୟ ବ୍ୟାଧି ସମୂହ ପ୍ରଶମିତ ହୋଇଥାଏ। ଅପରନ୍ତୁ ସୁସ୍ଥ ଏବଂ ପୋଷକତତ୍ତ୍ୱ ଲାଭାର୍ଥେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାତଃକାଳୀନ ତ୍ରିଫଳା(୨-୫ ଗ୍ରାମ୍‌) ଗୁଡ଼/ମହୁ ସହିତ ସେବନାନ୍ତେ ଶରୀରର ପୋଷକତତ୍ତ୍ୱ ଏବଂ ଭିଟାମିନ୍‌ A, C, D, K, ମାଇକ୍ରୋନ୍ୟୁଟ୍ରିଏଣ୍ଟ୍‌ସ, କ୍ୟାଲ୍‌ସିୟମ, ଆଇରନ, ଜିଙ୍କ୍‌ ଆଦି ଖଣିଜ ଲବଣ ଶରୀରକୁ ପ୍ରଦାନ କରି ଅଫୁରନ୍ତ ଶକ୍ତି, ଚିରଯୌବନ ଏବଂ ଚିର ଆୟୁ ପ୍ରଦାନ କରିଥାଏ। ତ୍ରିଫଳାର ଶିରୋମଣି ଅଁଳା ଜୀବନବ୍ୟାପୀ ବ୍ୟବହାରକୁ ବାଗଦ୍ଭଟ ଦୃଢ଼ଭାବରେ ସ୍ବାଗତ କରିବା ସହିତ ତ୍ରିଫଳା ଚୂର୍ଣ୍ଣ ପ୍ରତି ତିନିମାସ ଅନ୍ତରରେ ୧୫ ଦିନ ବିଶ୍ରାମ ଦେବାର ବିଧିବ୍ୟବସ୍ଥା କରିଛନ୍ତି। ଅଁଳା ବ୍ୟବହାର ଶରୀରର ଅକ୍ସିଡେସନ ପ୍ରକ୍ରିୟାକୁ ବାଧାଦେଇ ବିବିଧ ଅଙ୍ଗକ୍ଷୟ ରୋକିବା କାର୍ଯ୍ୟ କରିଥାଏ। ଏହାଦ୍ୱାରା ଚିର ଯୌବନର ଫଳ ମିଳିଥାଏ। ସାମ୍ପ୍ରତିକ ମେଦବହୁଳତା (ଓବେସିଟି)ଦୂର କରିବାର ଶ୍ରେଷ୍ଠ ଉପାଦାନ ଅଁଳା। ସମଗ୍ର ବିଶ୍ୱରେ ଛଅଗୋଟି ଋତୁ ଅନୁଭୂତ ହେଉଥିବା ଆର୍ଯ୍ୟଭୂମି ରାଷ୍ଟ୍ର ଭାରତ ବର୍ଷରେ ଋତୁ ଅନୁକୂଳ ଛଅ ଅନୁପାନ ସହିତ କେବଳ ହରିଡ଼ା ଚୂର୍ଣ୍ଣ ବ୍ୟବହାର ପ୍ରତି ମଣିଷକୁ ଚିର ଯୌବନ, ଆୟୁ ପ୍ରଦାନ କରିଥାଏ, ଯାହା ବୈଜ୍ଞାନିକ ପ୍ରାମାଣିକସିଦ୍ଧ ମାତ୍ର। ଆମର ସୌଭାଗ୍ୟ ଯେ, ବିବିଧ ବନରାଜି, ଜୈବବିବିଧତା ଏବଂ ଆଠଗୋଟି କ୍ଲାଇମେଟିକ୍‌ ଜୋନ୍‌ରେ ସମୃଦ୍ଧ ଭାରତରେ ପ୍ରକୃତି ଆମକୁ ଯେଉଁ ବୃକ୍ଷରାଜି ପ୍ରବଳମାତ୍ରାରେ ଦେଇଅଛି, ତାହାର ଫଳ ସେତିକି ମାତ୍ରାରେ ଆମକୁ ମିଳିପାରିଥାଏ। (ଶାସ୍ତ୍ରୀୟ ସମ୍ମତ)
କିନ୍ତୁ ସଂସ୍କାରବିହୀନ ପ୍ରଗତିର ମିଛ ସ୍ବପ୍ନ ବିଭୋରରେ ସରକାର ପ୍ରକୃତିସର୍ବସ୍ବ ବନରାଜି ଧ୍ୱଂସକରି ଶିଳ୍ପ ପ୍ରତିଷ୍ଠା କେବଳ ଉପହାସ ମାତ୍ର। ବର୍ତ୍ତମାନର ପର୍ଯ୍ୟାବରଣ ଦ୍ରୁତ ଅବକ୍ଷୟର ଫଳସ୍ବରୂପ ଦେବଭୂମି ଉତ୍ତରାଖଣ୍ଡର ଜ୍ୟୋତିପୀଠ ଧ୍ୱଂସ ଅବସ୍ଥା ଅନୁମେୟ। ଅନ୍ଧାନୁକରଣ ସରକାର ମହାଦ୍ରୁମ ମହୀରୂହ ବୃକ୍ଷମାନ କାଟିକରି ଆକାଶିଆ, ପଟାସ ଗଛ ଲଗାଇବା କେତେଦୂର ଯୁକ୍ତିଯୁକ୍ତ ତାହା ଅନୁମେୟ। ତେବେ ତ୍ରିଫଳାର ସମପରିମାଣ କୃତ ବ୍ୟବହାର କେବଳ ଗୋଟିଏ ବା ଦୁଇଟି ରୋଗରେ ସ୍ଥିରୀକୃତ। ଯଥା ରେଡିଏଶନଜନିତ ସାଂଘାତିକ ଚର୍ମରୋଗ ଏବଂ ସୋରିଆସିସ୍‌, ଏକ୍‌ଜିମା ବ୍ୟାଧିରେ ସମପରିମାଣ ତ୍ରିଫଳା ଚୂର୍ଣ୍ଣ ବ୍ୟବହାର ଆଶାତୀତ ଫଳ ଦେଇଥାଏ। ଉତ୍ତରପ୍ରଦେଶ ସରକାରଙ୍କ ପ୍ରଣୀତ ‘ପଞ୍ଚବଟ’ ଯୋଜନା ସ୍ବରୂପ ଆସନ୍ତୁ ସମସ୍ତେ ବାଡ଼ି ବଗିଚାରେ ନିଶ୍ଚିତରୂପେ ହରିଡ଼ା, ବାହାଡ଼ା, ଅଁଳା, ବେଲ, ଦମ୍‌ବେଲ, ରୁଦ୍ରଜଟା, ଅମରବେଲ, ଲୋଧ, ଚିତାପାରୁ ଆଦି ଗୁଳ୍ମ ଲତାର ସଂରକ୍ଷଣ ଏବଂ ରୋପଣ ଦ୍ୱାରା ମାନବ ଜାତିର ଅଫୁରନ୍ତ କଲ୍ୟାଣ ଅପରିହାର୍ଯ୍ୟ।
କାରଣ -ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ବହନ୍ତି ନଦ୍ୟାଃ/-ପରୋପକାରାୟ ଦୁହ୍ୟନ୍ତି ଗାବଃ, ପରୋପକାରାୟ ଇଦଂ ଶରୀରମ୍‌।
ହରିଡ଼ା ଘଟିତ ଗୋମୂତ୍ର ହରିତକୀ, ବ୍ୟାଘ୍ର ହରିତକୀ, ବିଲ୍ବାଦି ହରିତକୀ, ଚିତ୍ରାକାଦି ହରିତକୀ ଶ୍ୱାସ, କାଶ, ଦମା ହୃଦୟାଦି ରୋଗରେ ରାମବାଣ ଔଷଧ। ସେଥିପାଇଁ ଧାତ୍ରୀ(ଅଁଳା) ସାଦୃଶ୍ୟ ହରିଡ଼ାକୁ ଶାସ୍ତ୍ରରେ କୁପୁତ୍ର ଜାୟତେ କୋଚିଦଽପି କୁମାତା ନ ଭବତି ରୂପେ ବର୍ଣ୍ଣନା କରାଯାଇଛି। ହରିଡ଼ା, ଅଁଳା ମାତୃସଦୃଶା ବନ୍ଦନୀୟ।
ଆୟୁର୍ବେଦାଚାର୍ଯ୍ୟ, ବ୍ରହ୍ମେଶ୍ୱର
ଆଶ୍ରମ, ନୟାଗଡ଼
ମୋ: ୯୬୫୮୦୧୮୨୭୭


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri