ତ୍ରିଫଳା ରସାୟନ

ପଣ୍ଡିତ ହରିଶରଣ ମହାରାଜ

 

ଆୟୁର୍ବେଦର ଭୀଷ୍ମ ପିତାମହ ଧରୋବର ଚିରସ୍ମରଣୀୟ ବରେଣ୍ୟ ‘ବାଗଦ୍ଭଟ’ ଏହି ସଂସାରରେ ତ୍ରିଦୋଷ ନାଶକ(ବାତ, ପିତ୍ତ, କଫ) ଦ୍ରବ୍ୟ ଭିତରେ ସର୍ବୋତ୍ତମ ହରିଡ଼ା, ବାହାଡ଼ା, ଅଁଳାକୁ ମାନ୍ୟତା ଦେଇଛନ୍ତି। ଏହି ତ୍ରିଦୋଷନାଶକ ତ୍ରିଫଳାର ପ୍ରଭାବୀକରଣ ମାନବଜାତି ପ୍ରତି ଅମୃତ ସଦୃଶ। ତ୍ରିଫଳା ରସାୟନ ସମ୍ବନ୍ଧେ ‘ବାଗଦ୍ଭଟ’ ଲିଖିତ ”ଅଷ୍ଟାଙ୍ଗ ହୃଦୟ“ ଏବଂ ”ଅଷ୍ଟାଙ୍ଗ ସଂଗ୍ରହ“ରେ ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ସୂତ୍ର ପ୍ରତିପାଦିତ କରିଛନ୍ତି, ଯାହା ଚନ୍ଦ୍ରାର୍କ ଯାବତ୍‌ ଚିର ଭାସ୍ବର ରହିବ। ଅମୃତତୁଲ୍ୟ ତ୍ରିଫଳା ରସାୟନ ବ୍ୟବହାର କରୁଥିବା ବହୁ ଲୋକ ଉପଯୁକ୍ତ ଅନୁପାନ ଓ ମାତ୍ରା ବିଧିରହିତ ବ୍ୟବହାର ଯୋଗୁ ଉପଯୁକ୍ତ ପରିଣାମ ପ୍ରାପ୍ତିରୁ ବଞ୍ଚିତ ଅଟନ୍ତି। ଉତ୍କୃଷ୍ଟ ଚିରସ୍ଥାୟୀ, ଚିରଯୌବନ ଏବଂ ଚିରାୟୁ ଲାଭାର୍ଥେ ହରିଡ଼ା, ବାହାଡ଼ା, ଅଁଳାକୁ ଏକ:ଦୁଇ:ତିନି ଭାଗ ଅନୁପାତରେ ଚୂର୍ଣ୍ଣ ରସାୟନ ପ୍ରସ୍ତୁତପୂର୍ବକ ସମୟ ଅନୁପାନଯୁକ୍ତ ବ୍ୟବହାରଲବ୍ଧ ଫଳ ବର୍ଣ୍ଣନାନୀତ, ଯାହା ଚ୍ୟବନପ୍ରାସଠାରୁ ବହୁଗୁଣ ବିମଣ୍ଡିତ। ବାତ, ପିତ୍ତ, କଫ ଗ୍ରସିତ ବ୍ୟକ୍ତିମାନେ ତ୍ରିଫଳା ଚୂର୍ଣ୍ଣକୁ ରାତ୍ର ଶୟନ ପୂର୍ବାନ୍ତ ଉଷ୍ମ କ୍ଷୀର/ଜଳ ସହିତ ସେବନ ଦ୍ୱାରା ଶରୀରର ଅନ୍ତଃସ୍ଥ ବିଜାତୀୟ ତ୍ରିଦୋଷ ନାଶ ସହିତ ମଳମୂତ୍ର, ସ୍ବେଦ ଶୋଣିତ, ଲସା ଆଦି ମାଧ୍ୟମରେ ନିଷ୍କାସିତ ହୋଇ ସବୁରୋଗର ମୂଳ କାରଣ କୋଷ୍ଠକାଠିନ୍ୟ, ରେତନ କ୍ରିୟା ଦ୍ୱାରା ଦୂରାରୋଗ୍ୟ ବ୍ୟାଧି ସମୂହ ପ୍ରଶମିତ ହୋଇଥାଏ। ଅପରନ୍ତୁ ସୁସ୍ଥ ଏବଂ ପୋଷକତତ୍ତ୍ୱ ଲାଭାର୍ଥେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାତଃକାଳୀନ ତ୍ରିଫଳା(୨-୫ ଗ୍ରାମ୍‌) ଗୁଡ଼/ମହୁ ସହିତ ସେବନାନ୍ତେ ଶରୀରର ପୋଷକତତ୍ତ୍ୱ ଏବଂ ଭିଟାମିନ୍‌ A, C, D, K, ମାଇକ୍ରୋନ୍ୟୁଟ୍ରିଏଣ୍ଟ୍‌ସ, କ୍ୟାଲ୍‌ସିୟମ, ଆଇରନ, ଜିଙ୍କ୍‌ ଆଦି ଖଣିଜ ଲବଣ ଶରୀରକୁ ପ୍ରଦାନ କରି ଅଫୁରନ୍ତ ଶକ୍ତି, ଚିରଯୌବନ ଏବଂ ଚିର ଆୟୁ ପ୍ରଦାନ କରିଥାଏ। ତ୍ରିଫଳାର ଶିରୋମଣି ଅଁଳା ଜୀବନବ୍ୟାପୀ ବ୍ୟବହାରକୁ ବାଗଦ୍ଭଟ ଦୃଢ଼ଭାବରେ ସ୍ବାଗତ କରିବା ସହିତ ତ୍ରିଫଳା ଚୂର୍ଣ୍ଣ ପ୍ରତି ତିନିମାସ ଅନ୍ତରରେ ୧୫ ଦିନ ବିଶ୍ରାମ ଦେବାର ବିଧିବ୍ୟବସ୍ଥା କରିଛନ୍ତି। ଅଁଳା ବ୍ୟବହାର ଶରୀରର ଅକ୍ସିଡେସନ ପ୍ରକ୍ରିୟାକୁ ବାଧାଦେଇ ବିବିଧ ଅଙ୍ଗକ୍ଷୟ ରୋକିବା କାର୍ଯ୍ୟ କରିଥାଏ। ଏହାଦ୍ୱାରା ଚିର ଯୌବନର ଫଳ ମିଳିଥାଏ। ସାମ୍ପ୍ରତିକ ମେଦବହୁଳତା (ଓବେସିଟି)ଦୂର କରିବାର ଶ୍ରେଷ୍ଠ ଉପାଦାନ ଅଁଳା। ସମଗ୍ର ବିଶ୍ୱରେ ଛଅଗୋଟି ଋତୁ ଅନୁଭୂତ ହେଉଥିବା ଆର୍ଯ୍ୟଭୂମି ରାଷ୍ଟ୍ର ଭାରତ ବର୍ଷରେ ଋତୁ ଅନୁକୂଳ ଛଅ ଅନୁପାନ ସହିତ କେବଳ ହରିଡ଼ା ଚୂର୍ଣ୍ଣ ବ୍ୟବହାର ପ୍ରତି ମଣିଷକୁ ଚିର ଯୌବନ, ଆୟୁ ପ୍ରଦାନ କରିଥାଏ, ଯାହା ବୈଜ୍ଞାନିକ ପ୍ରାମାଣିକସିଦ୍ଧ ମାତ୍ର। ଆମର ସୌଭାଗ୍ୟ ଯେ, ବିବିଧ ବନରାଜି, ଜୈବବିବିଧତା ଏବଂ ଆଠଗୋଟି କ୍ଲାଇମେଟିକ୍‌ ଜୋନ୍‌ରେ ସମୃଦ୍ଧ ଭାରତରେ ପ୍ରକୃତି ଆମକୁ ଯେଉଁ ବୃକ୍ଷରାଜି ପ୍ରବଳମାତ୍ରାରେ ଦେଇଅଛି, ତାହାର ଫଳ ସେତିକି ମାତ୍ରାରେ ଆମକୁ ମିଳିପାରିଥାଏ। (ଶାସ୍ତ୍ରୀୟ ସମ୍ମତ)
କିନ୍ତୁ ସଂସ୍କାରବିହୀନ ପ୍ରଗତିର ମିଛ ସ୍ବପ୍ନ ବିଭୋରରେ ସରକାର ପ୍ରକୃତିସର୍ବସ୍ବ ବନରାଜି ଧ୍ୱଂସକରି ଶିଳ୍ପ ପ୍ରତିଷ୍ଠା କେବଳ ଉପହାସ ମାତ୍ର। ବର୍ତ୍ତମାନର ପର୍ଯ୍ୟାବରଣ ଦ୍ରୁତ ଅବକ୍ଷୟର ଫଳସ୍ବରୂପ ଦେବଭୂମି ଉତ୍ତରାଖଣ୍ଡର ଜ୍ୟୋତିପୀଠ ଧ୍ୱଂସ ଅବସ୍ଥା ଅନୁମେୟ। ଅନ୍ଧାନୁକରଣ ସରକାର ମହାଦ୍ରୁମ ମହୀରୂହ ବୃକ୍ଷମାନ କାଟିକରି ଆକାଶିଆ, ପଟାସ ଗଛ ଲଗାଇବା କେତେଦୂର ଯୁକ୍ତିଯୁକ୍ତ ତାହା ଅନୁମେୟ। ତେବେ ତ୍ରିଫଳାର ସମପରିମାଣ କୃତ ବ୍ୟବହାର କେବଳ ଗୋଟିଏ ବା ଦୁଇଟି ରୋଗରେ ସ୍ଥିରୀକୃତ। ଯଥା ରେଡିଏଶନଜନିତ ସାଂଘାତିକ ଚର୍ମରୋଗ ଏବଂ ସୋରିଆସିସ୍‌, ଏକ୍‌ଜିମା ବ୍ୟାଧିରେ ସମପରିମାଣ ତ୍ରିଫଳା ଚୂର୍ଣ୍ଣ ବ୍ୟବହାର ଆଶାତୀତ ଫଳ ଦେଇଥାଏ। ଉତ୍ତରପ୍ରଦେଶ ସରକାରଙ୍କ ପ୍ରଣୀତ ‘ପଞ୍ଚବଟ’ ଯୋଜନା ସ୍ବରୂପ ଆସନ୍ତୁ ସମସ୍ତେ ବାଡ଼ି ବଗିଚାରେ ନିଶ୍ଚିତରୂପେ ହରିଡ଼ା, ବାହାଡ଼ା, ଅଁଳା, ବେଲ, ଦମ୍‌ବେଲ, ରୁଦ୍ରଜଟା, ଅମରବେଲ, ଲୋଧ, ଚିତାପାରୁ ଆଦି ଗୁଳ୍ମ ଲତାର ସଂରକ୍ଷଣ ଏବଂ ରୋପଣ ଦ୍ୱାରା ମାନବ ଜାତିର ଅଫୁରନ୍ତ କଲ୍ୟାଣ ଅପରିହାର୍ଯ୍ୟ।
କାରଣ -ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ବହନ୍ତି ନଦ୍ୟାଃ/-ପରୋପକାରାୟ ଦୁହ୍ୟନ୍ତି ଗାବଃ, ପରୋପକାରାୟ ଇଦଂ ଶରୀରମ୍‌।
ହରିଡ଼ା ଘଟିତ ଗୋମୂତ୍ର ହରିତକୀ, ବ୍ୟାଘ୍ର ହରିତକୀ, ବିଲ୍ବାଦି ହରିତକୀ, ଚିତ୍ରାକାଦି ହରିତକୀ ଶ୍ୱାସ, କାଶ, ଦମା ହୃଦୟାଦି ରୋଗରେ ରାମବାଣ ଔଷଧ। ସେଥିପାଇଁ ଧାତ୍ରୀ(ଅଁଳା) ସାଦୃଶ୍ୟ ହରିଡ଼ାକୁ ଶାସ୍ତ୍ରରେ କୁପୁତ୍ର ଜାୟତେ କୋଚିଦଽପି କୁମାତା ନ ଭବତି ରୂପେ ବର୍ଣ୍ଣନା କରାଯାଇଛି। ହରିଡ଼ା, ଅଁଳା ମାତୃସଦୃଶା ବନ୍ଦନୀୟ।
ଆୟୁର୍ବେଦାଚାର୍ଯ୍ୟ, ବ୍ରହ୍ମେଶ୍ୱର
ଆଶ୍ରମ, ନୟାଗଡ଼
ମୋ: ୯୬୫୮୦୧୮୨୭୭


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?