ହ୍ରାସ ହୋଇପାରେ ତୈଳ ଦର

ନୂଆଦିଲ୍ଲୀ,୧୬।୨: ବିଗତ ୯ ମାସରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ଏପରିକି ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ତେଲ ଦର କମିଥିବା ବେଳେ ଭାରତ ବଜାରରେ ତୈଳ ଦର ସ୍ଥିର ରହିବାକୁ ନେଇ ଉଭୟ ବିରୋଧୀ ଓ ଖାଉଟି ସରକାରଙ୍କୁ ବିଭିନ୍ନ ସମୟରେ ଆକ୍ଷେପ କରୁଛନ୍ତି। ହେଲେ ଖୁବ୍‌ଶୀଘ୍ର ଭାରତ ବଜାରରେ ତେଲ ଦର (ପେଟ୍ରୋଲ-ଡିଜେଲ) ହ୍ରାସ ପାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶେଷକରି ତେଲକୁ ଜିଏସ୍‌ଟି ପରିସରକୁ ଆଣିବା ନେଇ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏପରିକି ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ଜିଏସ୍‌ଟି କାଉନସିଲ ବୈଠକରେ କେନ୍ଦ୍ର ସରକାର କିଛି ଉତ୍ପାଦ ଉପରୁ ଟିକସ ହ୍ରାସ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ସେହିଭଳି ପେଟ୍ରୋଲ, ଡିଜେଲ ଉପରୁ ମଧ୍ୟ ଟିକସ ହ୍ରାସ ହୋଇପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି। କାରଣ ଅଶୋଧିତ ତୈଳର ବୈଶ୍ୱିକ ମୂଲ୍ୟରେ ବ୍ୟାପକ ହ୍ରାସ ଘଟିଛି। ଏପରିକି ବର୍ତ୍ତମାନ ସମୟରେ ଅଶୋଧିତ ତୈଳର ମୂଲ୍ୟ ସ୍ଥିର ହୋଇ ରହିଛି।

ବ୍ରେଣ୍ଟ ଅଏଲ ଫ୍ୟୁଚର୍ସ ହ୍ରାସ ସହ ବୁଧବାର ୮୪.୩୨ ଡଲାର ପ୍ରତି ବ୍ୟାରେଲ ପିଛା ବ୍ୟବସାୟ କରୁଥିଲା। ଏପରିକି ତୈଳ କମ୍ପାନୀଗୁଡିକ ମଧ୍ୟ ଏହାର ଲାଭ ବର୍ତ୍ତମାନ ସୁଦ୍ଧା ଗ୍ରାହକଙ୍କୁ ଦେଇନାହାନ୍ତି। ସେହିପରି କମ୍ପାନୀଗୁଡିକ ପୂର୍ବ କ୍ଷତିକୁ ଭରଣା କରିବାରେ ଲାଗିଛନ୍ତି ବୋଲି କହୁଥିବା ବେଳେ ପ୍ରକୃତ କଥା କାହାକୁ ଜଣାନାହିଁ। ଅପରପକ୍ଷରେ ଭାରତ ନିଜ ଆବଶ୍ୟକତାର ଦୁଇତୃତୀୟାଂଶରୁ ଅଧିକ ତେଲ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ କରିଥାଏ। ବିଶେଷକରି ଖୁଚୁରା ମୁଦ୍ରାସ୍ଫୀତିକୁ କମ୍‌ କରିବା ପାଇଁ ଆର୍‌ବିଆଇ ଦ୍ୱାରା କରାଯାଇଥିବା ସୁପାରିସ ଉପରେ ମଧ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷରେ ସରକାର ମକା ଏବଂ ତୈଳ ଉପରୁ ଟିକସ ହ୍ରାସ କରିପାରନ୍ତି ବୋଲି ଆକଳନ କରାଯାଉଛି ବୋଲି ନ୍ୟୁଜ୍‌ ଏଜେନ୍ସି ରଏଟର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଥିବା ଜଣାପଡିଛି। ତେବେ ୨୦୨୩ ଫେବୃୟାରୀର ଦରବୃଦ୍ଧି ହାରକୁ ହ୍ରାସ କରିବା ପରେ ହିଁ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏପରିକି ୨୦୨୩ ଜାନୁୟାରୀରେ ଭାରତର ମୁଦ୍ରାସ୍ଫୀତି ହାର ୬.୫୨% ରହିଥିଲା, ଯାହା ୨୦୨୨ ଡିସେମ୍ବରରେ ୫.୭୨% ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?