ହ୍ରାସ ହୋଇପାରେ ତୈଳ ଦର

ନୂଆଦିଲ୍ଲୀ,୧୬।୨: ବିଗତ ୯ ମାସରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ଏପରିକି ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ତେଲ ଦର କମିଥିବା ବେଳେ ଭାରତ ବଜାରରେ ତୈଳ ଦର ସ୍ଥିର ରହିବାକୁ ନେଇ ଉଭୟ ବିରୋଧୀ ଓ ଖାଉଟି ସରକାରଙ୍କୁ ବିଭିନ୍ନ ସମୟରେ ଆକ୍ଷେପ କରୁଛନ୍ତି। ହେଲେ ଖୁବ୍‌ଶୀଘ୍ର ଭାରତ ବଜାରରେ ତେଲ ଦର (ପେଟ୍ରୋଲ-ଡିଜେଲ) ହ୍ରାସ ପାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶେଷକରି ତେଲକୁ ଜିଏସ୍‌ଟି ପରିସରକୁ ଆଣିବା ନେଇ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏପରିକି ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ଜିଏସ୍‌ଟି କାଉନସିଲ ବୈଠକରେ କେନ୍ଦ୍ର ସରକାର କିଛି ଉତ୍ପାଦ ଉପରୁ ଟିକସ ହ୍ରାସ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ସେହିଭଳି ପେଟ୍ରୋଲ, ଡିଜେଲ ଉପରୁ ମଧ୍ୟ ଟିକସ ହ୍ରାସ ହୋଇପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି। କାରଣ ଅଶୋଧିତ ତୈଳର ବୈଶ୍ୱିକ ମୂଲ୍ୟରେ ବ୍ୟାପକ ହ୍ରାସ ଘଟିଛି। ଏପରିକି ବର୍ତ୍ତମାନ ସମୟରେ ଅଶୋଧିତ ତୈଳର ମୂଲ୍ୟ ସ୍ଥିର ହୋଇ ରହିଛି।

ବ୍ରେଣ୍ଟ ଅଏଲ ଫ୍ୟୁଚର୍ସ ହ୍ରାସ ସହ ବୁଧବାର ୮୪.୩୨ ଡଲାର ପ୍ରତି ବ୍ୟାରେଲ ପିଛା ବ୍ୟବସାୟ କରୁଥିଲା। ଏପରିକି ତୈଳ କମ୍ପାନୀଗୁଡିକ ମଧ୍ୟ ଏହାର ଲାଭ ବର୍ତ୍ତମାନ ସୁଦ୍ଧା ଗ୍ରାହକଙ୍କୁ ଦେଇନାହାନ୍ତି। ସେହିପରି କମ୍ପାନୀଗୁଡିକ ପୂର୍ବ କ୍ଷତିକୁ ଭରଣା କରିବାରେ ଲାଗିଛନ୍ତି ବୋଲି କହୁଥିବା ବେଳେ ପ୍ରକୃତ କଥା କାହାକୁ ଜଣାନାହିଁ। ଅପରପକ୍ଷରେ ଭାରତ ନିଜ ଆବଶ୍ୟକତାର ଦୁଇତୃତୀୟାଂଶରୁ ଅଧିକ ତେଲ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ କରିଥାଏ। ବିଶେଷକରି ଖୁଚୁରା ମୁଦ୍ରାସ୍ଫୀତିକୁ କମ୍‌ କରିବା ପାଇଁ ଆର୍‌ବିଆଇ ଦ୍ୱାରା କରାଯାଇଥିବା ସୁପାରିସ ଉପରେ ମଧ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷରେ ସରକାର ମକା ଏବଂ ତୈଳ ଉପରୁ ଟିକସ ହ୍ରାସ କରିପାରନ୍ତି ବୋଲି ଆକଳନ କରାଯାଉଛି ବୋଲି ନ୍ୟୁଜ୍‌ ଏଜେନ୍ସି ରଏଟର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଥିବା ଜଣାପଡିଛି। ତେବେ ୨୦୨୩ ଫେବୃୟାରୀର ଦରବୃଦ୍ଧି ହାରକୁ ହ୍ରାସ କରିବା ପରେ ହିଁ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏପରିକି ୨୦୨୩ ଜାନୁୟାରୀରେ ଭାରତର ମୁଦ୍ରାସ୍ଫୀତି ହାର ୬.୫୨% ରହିଥିଲା, ଯାହା ୨୦୨୨ ଡିସେମ୍ବରରେ ୫.୭୨% ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri