ମୁକ୍ତିର ଶକ୍ତି ଶିବ

ଦେବଦତ୍ତ ପଟ୍ଟନାୟକ

 

ଆମେ ଭଗବାନ୍‌ ଶିବଙ୍କ କାହାଣୀ ପଢ଼ିବା ସମୟରେ ସେ କିଭଳି ବିବାହ କରିବାକୁ ବାଧ୍ୟ ହୋଇଥିଲେ ଏବଂ ଗଣେଶ ଓ କାର୍ତ୍ତିକେୟଙ୍କ ଜନକ ହୋଇଥିଲେ ସେ ସମ୍ପର୍କରେ ଜାଣିବାକୁ ପାଉ। ଶିବ ଯେତେବେଳେ ବିବାହ କରିଥିଲେ ସେହି ସମୟରେ ସେ କୈଳାସ ପର୍ବତର ନିମ୍ନ ଦେଶକୁ ଆସିଥିଲେ। ହିମାଳୟର କୈଳାସ ଅତ୍ୟନ୍ତ ଥଣ୍ଡା ଜାଗା। ସେଠାରେ କୌଣସି ଗଛ ବଞ୍ଚେ ନାହିଁ। ଶିବ କୈଳାସରୁ ଓହ୍ଲାଇ ତାଙ୍କ ସ୍ତ୍ରୀଙ୍କ ସହ କାଶୀ ଅଭିମୁଖେ ଯାତ୍ରା କରିଥିଲେ। କାଶୀ ନଦୀ କୂଳରେ ଥିବାରୁ ତାହା କୈଳାସଠାରୁ ଅପେକ୍ଷାକୃତ ଉଷ୍ମ୍ମସ୍ଥାନ। କାଶୀ ମାଟି ଅତ୍ୟନ୍ତ ଉର୍ବର ଏବଂ ଆର୍ଦ୍ର। ସେଠାରେ ଶ୍ମଶାନସବୁ ରହିଛି, ଆନନ୍ଦଦାୟକ ଉଦ୍ୟାଗୁଡ଼ିକ ଶୋଭା ପାଉଛି ଏବଂ ଉନ୍ନତ ବଜାର ରହିଛି। କାଶୀରେ ଉନ୍ନତ ଜୀବନ ସମ୍ଭବ ହୁଏ, ବାଣିଜ୍ୟ ବ୍ୟବସାୟ ମଧ୍ୟ ଭଲ ଚାଲେ। ଏହି କାହାଣୀ କାହିଁକି ବର୍ଣ୍ଣନା କରାଯାଉଛି? କାହିଁକି ତପସ୍ବୀ ଶିବ ଗୃହସ୍ଥ ଶଙ୍କର ପାଲଟିଛନ୍ତି? ସେ କାହିଁକି ବିବାହ କରିଛନ୍ତି? ସେ କାହିଁକି ପର୍ବତ ଛାଡ଼ି ନିମ୍ନ ଦେଶକୁ ଆସିଛନ୍ତି? ସେ କାହିଁକି ଅନିଚ୍ଛା ସତ୍ତ୍ୱେ ସନ୍ତାନର ଜନକ ହୋଇଛନ୍ତି? ଏହିସବୁ କାହାଣୀ ବାରମ୍ବାର ଦୋହରାଯାଇଛି । କାରଣ ପରମ ତପସ୍ବୀ ଦେବ ଦେବ ମହାଦେବ ଭୋକିଲା ରହୁ ନ ଥିବାବେଳେ ତାଙ୍କ ଚାରି ପାଖରେ ଲୋକେ କ୍ଷୁଧାରେ ରହୁଛନ୍ତି। ସେ କ’ଣ ତାଙ୍କ ଚାରିପାଖରେ ରହୁଥିବା କ୍ଷୁଧାର୍ତ୍ତ ମାନଙ୍କ ଯନତ୍ ନେବା ଉଚିତ ନୁହେଁ। ଆମେ ଜୀବନରେ ଧନ ଦେବୀ ଲକ୍ଷ୍ମୀଙ୍କୁ ଚାହିଁ ନ ପାରୁ, ଶକ୍ତି ଦେବୀ ଦୁର୍ଗାଙ୍କୁ ଲୋଡ଼ି ନ ପାରୁ, ଆମେ ଆୟ କିମ୍ବା ଭରସାର ପାର୍ଥୀ ନ ହୋଇ ପାରୁ; ହେଲେ ଆମ ଚାରିପାଖରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏସବୁ ଚାହାନ୍ତି ଓ ଆମ ଊପରେ ନିର୍ଭର କରନ୍ତି। ଆମେ କ’ଣ ସେମାନଙ୍କ ପ୍ରତି ଯନତ୍ଶୀଳ ହେବା ଉଚିତ ନୁହେଁ। ଅନ୍ୟମାନଙ୍କ ଯନତ୍ ନେବା କ’ଣ ଏକ ନୈତିକ ଦାୟିତ୍ୱ ବା କର୍ତ୍ତବ୍ୟ ଭାବନା ଆଣେ ନାହିଁ। ସେବା କରିବା ଓ ଯନତ୍ ନେବା ଦ୍ୱାରା ସହାନୁଭୂତି ପ୍ରକାଶ ପାଏ। ଆମେ ଅନ୍ୟମାନଙ୍କ ଯନତ୍ ନେବାକୁ ବାଧ୍ୟ ବୋଲି ଯେତେବେଳେ ଅନୁଭବ କରୁ ସେତେବେଳେ ତାହା କର୍ତ୍ତବ୍ୟ ହୋଇଯାଏ ଓ ତାହା କରିବାକୁ ଆମେ ବାଧ୍ୟ ହୋଇଥାଉ।
ଶିବଙ୍କ ବିବାହ ହିଁ ସମବେଦନା ବା ସହାନୁଭୂତିକୁ ପ୍ରତିପାଦିତ କରେ। ଏହା ମଧ୍ୟ ଏକ ସାମାଜିକ ଦାୟିତ୍ୱବୋଧକୁ ପ୍ରକାଶ କରେ। ଶିବ କୈଳାସ ପର୍ବତରୁ ତଳକୁ ଆସିଛନ୍ତି ଓ ସେ ତାଙ୍କ ସନ୍ତାନମାନଙ୍କୁ ଶିକ୍ଷା ଓ କର୍ତ୍ତବ୍ୟ ଭାବନା ଯୋଗାଇଦେବା ଲାଗି ବିଶ୍ୱରୁ ବହୁ କଥା ଅନୁଭବ କରିଛନ୍ତି। ତାଙ୍କର ଦଇ ପୁତ୍ର ଗଣେଶ ଓ କାର୍ତ୍ତିକେୟ କିଭଳି ଭିନ୍ନ ତାହା ବି ଅନୁଧ୍ୟାନ କରନ୍ତୁ। ଯଦି ତୁମେ ଶିବଙ୍କର ଏହି ଦୁଇ ସନ୍ତାନଙ୍କୁ ଦର୍ଶନ କରିବ ତେବେ ସେମାନେ ଆମ ମୌଳିକ ଆବଶ୍ୟକତା ପ୍ରତି ଯତ୍ନଶୀଳ ବୋଲି ଅନୁଭବ କରିପାରିବ। ତେବେ ଆମର ମୌଳିକ ଆବଶ୍ୟକତାଗୁଡ଼ିକ କ’ଣ? ଆମ କ୍ଷୁଧା ନିୟନ୍ତ୍ରଣ କରିବାକୁ ଓ ଭୟ ଦୂରକରିବା ଲାଗି ଗଣେଶ ତାଙ୍କ ଗୋଲ ପେଟ, ଖାଦ୍ୟ, ସମ୍ପନ୍ନତା, ପ୍ରଚୁରତାର ପ୍ରତୀକ ଭାବେ ଦଣ୍ଡାୟମାନ। ତାଙ୍କର ମଧ୍ୟ ଧନଦେବୀ ଲକ୍ଷ୍ମୀଙ୍କ ସହ ସମ୍ପର୍କ ଅଛି। ଏଣୁ ସେ କ୍ଷୁଧା ପ୍ରତି ଯନତ୍ଶୀଳ। ତାଙ୍କ ଅନୁସାରେ ଦୁର୍ଗା ତାଙ୍କ ମା’ ନୁହନ୍ତି, ରୋଷଘର ଦେବୀ ଅନ୍ନପୂର୍ଣ୍ଣା ହିଁ ତାଙ୍କ ମାତା। କାର୍ତ୍ତିକେୟ ବଳିଷ୍ଠ ଶାରୀରିକ ଶକ୍ତି ନେଇ ହସ୍ତରେ ଭାଲା ଧରି ଠିଆ ହୋଇଛନ୍ତି। ସେ ଦେବତାମାନଙ୍କ ଯୁଦ୍ଧ ଦେବ। ଦୁର୍ଗାଙ୍କ ଭଳି ସେ ଆମକୁ ରକ୍ଷା କରନ୍ତି। ଏଣୁ ସେ ହିଁ ଏକାକୀ ଆମକୁ ରକ୍ଷା କରିବାକୁ ସକ୍ଷମ। ଏଣୁ ମୋଟ ଭାବେ ଦେଖିବାକୁ ଗଲେ ଶିବଙ୍କ ସନ୍ତାନମାନେ ମାନବ ଜାତିର ମୌଳିକ ଆବଶ୍ୟକତା ପୂରଣ କରିଥାନ୍ତି। ଏହା ମଧ୍ୟ ସ୍ବାକାରଯୋଗ୍ୟ ଯେ, ଆମ ଜୀବନରେ ଆୟ ଏବଂ ସୁରକ୍ଷା ପାଇଁ ଲକ୍ଷ୍ମୀ ଏବଂ ଦୁର୍ଗାଙ୍କ ଆବଶ୍ୟକତା ରହିଛି।
ଶିବ ଯିଏ କିଛି ବି ଚାହାନ୍ତି ନାହିଁ, ସେ ଦେବୀଙ୍କ ଦ୍ୱାରା ଜ୍ଞାନପ୍ରାପ୍ତ ହୋଇଛନ୍ତି ଓ ମର୍ତ୍ତ୍ୟରେ ଅନ୍ୟ ଲୋକମାନଙ୍କ କ୍ଷୁଧା ପ୍ରତି ସଚେତନ ଅଛନ୍ତି। ସ୍ବର୍ଗରେ କିନ୍ତୁ ଲୋକଙ୍କ କ୍ଷୁଧା ଭାବନା ନାହିଁ। ଯଦି ତୁମେ ନିରୀକ୍ଷଣ କରିିବ ତେବେ ଜାଣିବାକୁ ପାଇବ ଯେ, ଇନ୍ଦ୍ର କେବେ ହେଲେ ଲୋକମାନଙ୍କ ଯନତ୍ ନିଅନ୍ତି ନାହିଁ। ଲୋକମାନେ ଯେଉଁଭଳି ଭାବେ ବିଷ୍ଣୁ କିମ୍ବା ଶିବଙ୍କ ପାଖକୁ ସାହାଯ୍ୟ ପାଇବା ଲାଗି ଯାଇଥାନ୍ତି ସେଭଳି କେହି ହେଲେ ଇନ୍ଦ୍ରଙ୍କ ପାଖକୁ ଯାଇ ନ ଥାନ୍ତି। ଇନ୍ଦ୍ର କେବଳ ତାଙ୍କ ନିଜକଥା ହିଁ ଭାବନ୍ତି। ସେ ଇନ୍ଦ୍ରସଭାରେ ଅପ୍‌ସରା, ଗନ୍ଧର୍ବଙ୍କ ସହ ମନୋରଞ୍ଜନ ଉପଭୋଗ କରୁଛନ୍ତି। ସୋମରସରେ ବୁଡ଼ି ରହୁଛନ୍ତି। ସେ କାହା କଥା ବି ବୁଝନ୍ତି ନାହିଁ। ସେଥିପାଇଁ ଇନ୍ଦ୍ରକୁ କେହି ପୂଜା କରୁନାହାନ୍ତି। ଅନ୍ୟପକ୍ଷରେ ପ୍ରଭୁ ଶିବଙ୍କୁ ସମସ୍ତେ ପୂଜା କରୁଛନ୍ତି।
ଭଗବାନ୍‌ ବୁଦ୍ଧ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରୁଥିବା ଜ୍ଞାନ ପ୍ରାପ୍ତି ଲାଗି ତାଙ୍କ ସ୍ତ୍ରୀ , ସନ୍ତାନ ଏବଂ ରାଜ୍ୟ ତ୍ୟାଗ କରି ଦେଇଥିଲେ। ବିଚାର କଲେ ତାହା ଶିବଙ୍କ ବିବାହ ଉଦ୍ଦେଶ୍ୟର ସମ୍ପୂର୍ଣ୍ଣ ବିପରୀତବୋଧକ। ଧାମ, ପରିବାର ଏବଂ ଏକୀକତ୍ୱ ଓ ଜ୍ଞାନ ଅନୁଭବ ଭଳି ବୌଦ୍ଧ ଧର୍ମର ସିଦ୍ଧାନ୍ତ ପ୍ରତି ଏହା ଥିଲା ହିନ୍ଦୁଧର୍ମର ପ୍ରତିକ୍ରିୟା। ବୁଦ୍ଧଙ୍କ ସମୟର ବହୁ ପୂର୍ବରୁ ବେଦ ଓ ଉପନିଷଦଗୁଡ଼ିକରେ ଶିବଙ୍କୁ ଦେବତା ଭାବେ ଚିତ୍ରଣ କରାଯାଇଥିବାବେଳେ, ତାଙ୍କୁ ଜଣେ ସ୍ବାମୀ, ପିତା ଏବଂ ଗୃହସ୍ଥର କାହାଣୀ ଭିତରେ କେବଳ ରାମାୟଣ ଏବଂ ମହାଭାରତରେ ଦେଖାଯାଇଛି। ଏଠାରେ ବିବାହ ସାମାଜିକ ବିବାହର ରୂପକ ଭାବେ ପ୍ରତୀତ। ଯଦି ବୁଦ୍ଧ ଯନ୍ତ୍ରଣାରୁ ମୁକ୍ତି ( ନିର୍ବାଣ ବା ମୋକ୍ଷ) ପ୍ରଦାନ କରିଛନ୍ତି , ଶିବ ମଧ୍ୟ ସମାଜରେ ରହି ମୁକ୍ତି ପାଇବା ( ଜୀବ ମୁକ୍ତ)ର ବାଟ ଦେଖାଉଥିଲେ। ସମ୍ପର୍କର ବିଯୁକ୍ତ କରିବା ଏହାର ଉଦ୍ଦେଶ୍ୟ ନ ଥିଲା, ବରଂ ସମ୍ପର୍କ ସହ ଜଡ଼ିତ ହେବା ଲକ୍ଷ୍ୟ ଥିଲା। ଏହା ହିଁ ହେଉଛି ପୁରାଣ ଯୁଗର କାର୍ଯ୍ୟ ପଦ୍ଧତିରେ ପରିବର୍ତ୍ତନର ଧାରା । ଭାରତୀୟ ଉପ ମହାଦେଶରୁ ସନ୍ନ୍ୟାସ ତଥା ମଠବାସୀ ବୌଦ୍ଧଧର୍ମ ଅପସରିଯାଇଥିବା ବେଳେ ସେହି ପୌରାଣିକ ପରିବର୍ତ୍ତନ ହିନ୍ଦୁଧର୍ମକୁ ତିଷ୍ଠି ରହିବାକୁ ସକ୍ଷମ କରାଇଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?