ମୁକ୍ତିର ଶକ୍ତି ଶିବ

ଦେବଦତ୍ତ ପଟ୍ଟନାୟକ

 

ଆମେ ଭଗବାନ୍‌ ଶିବଙ୍କ କାହାଣୀ ପଢ଼ିବା ସମୟରେ ସେ କିଭଳି ବିବାହ କରିବାକୁ ବାଧ୍ୟ ହୋଇଥିଲେ ଏବଂ ଗଣେଶ ଓ କାର୍ତ୍ତିକେୟଙ୍କ ଜନକ ହୋଇଥିଲେ ସେ ସମ୍ପର୍କରେ ଜାଣିବାକୁ ପାଉ। ଶିବ ଯେତେବେଳେ ବିବାହ କରିଥିଲେ ସେହି ସମୟରେ ସେ କୈଳାସ ପର୍ବତର ନିମ୍ନ ଦେଶକୁ ଆସିଥିଲେ। ହିମାଳୟର କୈଳାସ ଅତ୍ୟନ୍ତ ଥଣ୍ଡା ଜାଗା। ସେଠାରେ କୌଣସି ଗଛ ବଞ୍ଚେ ନାହିଁ। ଶିବ କୈଳାସରୁ ଓହ୍ଲାଇ ତାଙ୍କ ସ୍ତ୍ରୀଙ୍କ ସହ କାଶୀ ଅଭିମୁଖେ ଯାତ୍ରା କରିଥିଲେ। କାଶୀ ନଦୀ କୂଳରେ ଥିବାରୁ ତାହା କୈଳାସଠାରୁ ଅପେକ୍ଷାକୃତ ଉଷ୍ମ୍ମସ୍ଥାନ। କାଶୀ ମାଟି ଅତ୍ୟନ୍ତ ଉର୍ବର ଏବଂ ଆର୍ଦ୍ର। ସେଠାରେ ଶ୍ମଶାନସବୁ ରହିଛି, ଆନନ୍ଦଦାୟକ ଉଦ୍ୟାଗୁଡ଼ିକ ଶୋଭା ପାଉଛି ଏବଂ ଉନ୍ନତ ବଜାର ରହିଛି। କାଶୀରେ ଉନ୍ନତ ଜୀବନ ସମ୍ଭବ ହୁଏ, ବାଣିଜ୍ୟ ବ୍ୟବସାୟ ମଧ୍ୟ ଭଲ ଚାଲେ। ଏହି କାହାଣୀ କାହିଁକି ବର୍ଣ୍ଣନା କରାଯାଉଛି? କାହିଁକି ତପସ୍ବୀ ଶିବ ଗୃହସ୍ଥ ଶଙ୍କର ପାଲଟିଛନ୍ତି? ସେ କାହିଁକି ବିବାହ କରିଛନ୍ତି? ସେ କାହିଁକି ପର୍ବତ ଛାଡ଼ି ନିମ୍ନ ଦେଶକୁ ଆସିଛନ୍ତି? ସେ କାହିଁକି ଅନିଚ୍ଛା ସତ୍ତ୍ୱେ ସନ୍ତାନର ଜନକ ହୋଇଛନ୍ତି? ଏହିସବୁ କାହାଣୀ ବାରମ୍ବାର ଦୋହରାଯାଇଛି । କାରଣ ପରମ ତପସ୍ବୀ ଦେବ ଦେବ ମହାଦେବ ଭୋକିଲା ରହୁ ନ ଥିବାବେଳେ ତାଙ୍କ ଚାରି ପାଖରେ ଲୋକେ କ୍ଷୁଧାରେ ରହୁଛନ୍ତି। ସେ କ’ଣ ତାଙ୍କ ଚାରିପାଖରେ ରହୁଥିବା କ୍ଷୁଧାର୍ତ୍ତ ମାନଙ୍କ ଯନତ୍ ନେବା ଉଚିତ ନୁହେଁ। ଆମେ ଜୀବନରେ ଧନ ଦେବୀ ଲକ୍ଷ୍ମୀଙ୍କୁ ଚାହିଁ ନ ପାରୁ, ଶକ୍ତି ଦେବୀ ଦୁର୍ଗାଙ୍କୁ ଲୋଡ଼ି ନ ପାରୁ, ଆମେ ଆୟ କିମ୍ବା ଭରସାର ପାର୍ଥୀ ନ ହୋଇ ପାରୁ; ହେଲେ ଆମ ଚାରିପାଖରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏସବୁ ଚାହାନ୍ତି ଓ ଆମ ଊପରେ ନିର୍ଭର କରନ୍ତି। ଆମେ କ’ଣ ସେମାନଙ୍କ ପ୍ରତି ଯନତ୍ଶୀଳ ହେବା ଉଚିତ ନୁହେଁ। ଅନ୍ୟମାନଙ୍କ ଯନତ୍ ନେବା କ’ଣ ଏକ ନୈତିକ ଦାୟିତ୍ୱ ବା କର୍ତ୍ତବ୍ୟ ଭାବନା ଆଣେ ନାହିଁ। ସେବା କରିବା ଓ ଯନତ୍ ନେବା ଦ୍ୱାରା ସହାନୁଭୂତି ପ୍ରକାଶ ପାଏ। ଆମେ ଅନ୍ୟମାନଙ୍କ ଯନତ୍ ନେବାକୁ ବାଧ୍ୟ ବୋଲି ଯେତେବେଳେ ଅନୁଭବ କରୁ ସେତେବେଳେ ତାହା କର୍ତ୍ତବ୍ୟ ହୋଇଯାଏ ଓ ତାହା କରିବାକୁ ଆମେ ବାଧ୍ୟ ହୋଇଥାଉ।
ଶିବଙ୍କ ବିବାହ ହିଁ ସମବେଦନା ବା ସହାନୁଭୂତିକୁ ପ୍ରତିପାଦିତ କରେ। ଏହା ମଧ୍ୟ ଏକ ସାମାଜିକ ଦାୟିତ୍ୱବୋଧକୁ ପ୍ରକାଶ କରେ। ଶିବ କୈଳାସ ପର୍ବତରୁ ତଳକୁ ଆସିଛନ୍ତି ଓ ସେ ତାଙ୍କ ସନ୍ତାନମାନଙ୍କୁ ଶିକ୍ଷା ଓ କର୍ତ୍ତବ୍ୟ ଭାବନା ଯୋଗାଇଦେବା ଲାଗି ବିଶ୍ୱରୁ ବହୁ କଥା ଅନୁଭବ କରିଛନ୍ତି। ତାଙ୍କର ଦଇ ପୁତ୍ର ଗଣେଶ ଓ କାର୍ତ୍ତିକେୟ କିଭଳି ଭିନ୍ନ ତାହା ବି ଅନୁଧ୍ୟାନ କରନ୍ତୁ। ଯଦି ତୁମେ ଶିବଙ୍କର ଏହି ଦୁଇ ସନ୍ତାନଙ୍କୁ ଦର୍ଶନ କରିବ ତେବେ ସେମାନେ ଆମ ମୌଳିକ ଆବଶ୍ୟକତା ପ୍ରତି ଯତ୍ନଶୀଳ ବୋଲି ଅନୁଭବ କରିପାରିବ। ତେବେ ଆମର ମୌଳିକ ଆବଶ୍ୟକତାଗୁଡ଼ିକ କ’ଣ? ଆମ କ୍ଷୁଧା ନିୟନ୍ତ୍ରଣ କରିବାକୁ ଓ ଭୟ ଦୂରକରିବା ଲାଗି ଗଣେଶ ତାଙ୍କ ଗୋଲ ପେଟ, ଖାଦ୍ୟ, ସମ୍ପନ୍ନତା, ପ୍ରଚୁରତାର ପ୍ରତୀକ ଭାବେ ଦଣ୍ଡାୟମାନ। ତାଙ୍କର ମଧ୍ୟ ଧନଦେବୀ ଲକ୍ଷ୍ମୀଙ୍କ ସହ ସମ୍ପର୍କ ଅଛି। ଏଣୁ ସେ କ୍ଷୁଧା ପ୍ରତି ଯନତ୍ଶୀଳ। ତାଙ୍କ ଅନୁସାରେ ଦୁର୍ଗା ତାଙ୍କ ମା’ ନୁହନ୍ତି, ରୋଷଘର ଦେବୀ ଅନ୍ନପୂର୍ଣ୍ଣା ହିଁ ତାଙ୍କ ମାତା। କାର୍ତ୍ତିକେୟ ବଳିଷ୍ଠ ଶାରୀରିକ ଶକ୍ତି ନେଇ ହସ୍ତରେ ଭାଲା ଧରି ଠିଆ ହୋଇଛନ୍ତି। ସେ ଦେବତାମାନଙ୍କ ଯୁଦ୍ଧ ଦେବ। ଦୁର୍ଗାଙ୍କ ଭଳି ସେ ଆମକୁ ରକ୍ଷା କରନ୍ତି। ଏଣୁ ସେ ହିଁ ଏକାକୀ ଆମକୁ ରକ୍ଷା କରିବାକୁ ସକ୍ଷମ। ଏଣୁ ମୋଟ ଭାବେ ଦେଖିବାକୁ ଗଲେ ଶିବଙ୍କ ସନ୍ତାନମାନେ ମାନବ ଜାତିର ମୌଳିକ ଆବଶ୍ୟକତା ପୂରଣ କରିଥାନ୍ତି। ଏହା ମଧ୍ୟ ସ୍ବାକାରଯୋଗ୍ୟ ଯେ, ଆମ ଜୀବନରେ ଆୟ ଏବଂ ସୁରକ୍ଷା ପାଇଁ ଲକ୍ଷ୍ମୀ ଏବଂ ଦୁର୍ଗାଙ୍କ ଆବଶ୍ୟକତା ରହିଛି।
ଶିବ ଯିଏ କିଛି ବି ଚାହାନ୍ତି ନାହିଁ, ସେ ଦେବୀଙ୍କ ଦ୍ୱାରା ଜ୍ଞାନପ୍ରାପ୍ତ ହୋଇଛନ୍ତି ଓ ମର୍ତ୍ତ୍ୟରେ ଅନ୍ୟ ଲୋକମାନଙ୍କ କ୍ଷୁଧା ପ୍ରତି ସଚେତନ ଅଛନ୍ତି। ସ୍ବର୍ଗରେ କିନ୍ତୁ ଲୋକଙ୍କ କ୍ଷୁଧା ଭାବନା ନାହିଁ। ଯଦି ତୁମେ ନିରୀକ୍ଷଣ କରିିବ ତେବେ ଜାଣିବାକୁ ପାଇବ ଯେ, ଇନ୍ଦ୍ର କେବେ ହେଲେ ଲୋକମାନଙ୍କ ଯନତ୍ ନିଅନ୍ତି ନାହିଁ। ଲୋକମାନେ ଯେଉଁଭଳି ଭାବେ ବିଷ୍ଣୁ କିମ୍ବା ଶିବଙ୍କ ପାଖକୁ ସାହାଯ୍ୟ ପାଇବା ଲାଗି ଯାଇଥାନ୍ତି ସେଭଳି କେହି ହେଲେ ଇନ୍ଦ୍ରଙ୍କ ପାଖକୁ ଯାଇ ନ ଥାନ୍ତି। ଇନ୍ଦ୍ର କେବଳ ତାଙ୍କ ନିଜକଥା ହିଁ ଭାବନ୍ତି। ସେ ଇନ୍ଦ୍ରସଭାରେ ଅପ୍‌ସରା, ଗନ୍ଧର୍ବଙ୍କ ସହ ମନୋରଞ୍ଜନ ଉପଭୋଗ କରୁଛନ୍ତି। ସୋମରସରେ ବୁଡ଼ି ରହୁଛନ୍ତି। ସେ କାହା କଥା ବି ବୁଝନ୍ତି ନାହିଁ। ସେଥିପାଇଁ ଇନ୍ଦ୍ରକୁ କେହି ପୂଜା କରୁନାହାନ୍ତି। ଅନ୍ୟପକ୍ଷରେ ପ୍ରଭୁ ଶିବଙ୍କୁ ସମସ୍ତେ ପୂଜା କରୁଛନ୍ତି।
ଭଗବାନ୍‌ ବୁଦ୍ଧ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରୁଥିବା ଜ୍ଞାନ ପ୍ରାପ୍ତି ଲାଗି ତାଙ୍କ ସ୍ତ୍ରୀ , ସନ୍ତାନ ଏବଂ ରାଜ୍ୟ ତ୍ୟାଗ କରି ଦେଇଥିଲେ। ବିଚାର କଲେ ତାହା ଶିବଙ୍କ ବିବାହ ଉଦ୍ଦେଶ୍ୟର ସମ୍ପୂର୍ଣ୍ଣ ବିପରୀତବୋଧକ। ଧାମ, ପରିବାର ଏବଂ ଏକୀକତ୍ୱ ଓ ଜ୍ଞାନ ଅନୁଭବ ଭଳି ବୌଦ୍ଧ ଧର୍ମର ସିଦ୍ଧାନ୍ତ ପ୍ରତି ଏହା ଥିଲା ହିନ୍ଦୁଧର୍ମର ପ୍ରତିକ୍ରିୟା। ବୁଦ୍ଧଙ୍କ ସମୟର ବହୁ ପୂର୍ବରୁ ବେଦ ଓ ଉପନିଷଦଗୁଡ଼ିକରେ ଶିବଙ୍କୁ ଦେବତା ଭାବେ ଚିତ୍ରଣ କରାଯାଇଥିବାବେଳେ, ତାଙ୍କୁ ଜଣେ ସ୍ବାମୀ, ପିତା ଏବଂ ଗୃହସ୍ଥର କାହାଣୀ ଭିତରେ କେବଳ ରାମାୟଣ ଏବଂ ମହାଭାରତରେ ଦେଖାଯାଇଛି। ଏଠାରେ ବିବାହ ସାମାଜିକ ବିବାହର ରୂପକ ଭାବେ ପ୍ରତୀତ। ଯଦି ବୁଦ୍ଧ ଯନ୍ତ୍ରଣାରୁ ମୁକ୍ତି ( ନିର୍ବାଣ ବା ମୋକ୍ଷ) ପ୍ରଦାନ କରିଛନ୍ତି , ଶିବ ମଧ୍ୟ ସମାଜରେ ରହି ମୁକ୍ତି ପାଇବା ( ଜୀବ ମୁକ୍ତ)ର ବାଟ ଦେଖାଉଥିଲେ। ସମ୍ପର୍କର ବିଯୁକ୍ତ କରିବା ଏହାର ଉଦ୍ଦେଶ୍ୟ ନ ଥିଲା, ବରଂ ସମ୍ପର୍କ ସହ ଜଡ଼ିତ ହେବା ଲକ୍ଷ୍ୟ ଥିଲା। ଏହା ହିଁ ହେଉଛି ପୁରାଣ ଯୁଗର କାର୍ଯ୍ୟ ପଦ୍ଧତିରେ ପରିବର୍ତ୍ତନର ଧାରା । ଭାରତୀୟ ଉପ ମହାଦେଶରୁ ସନ୍ନ୍ୟାସ ତଥା ମଠବାସୀ ବୌଦ୍ଧଧର୍ମ ଅପସରିଯାଇଥିବା ବେଳେ ସେହି ପୌରାଣିକ ପରିବର୍ତ୍ତନ ହିନ୍ଦୁଧର୍ମକୁ ତିଷ୍ଠି ରହିବାକୁ ସକ୍ଷମ କରାଇଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri