ଟିକିରି,୨୭ା୭(ପ୍ରଫୁଲ କୁମାର ବେହେରା): ଆଦିବାସୀ ମାନେ ମୁଖ୍ୟତଃ ବାର ମାସରେ ତେର ପର୍ବ ପାଳନ କରନ୍ତି। ସେଥିମଧ୍ୟରୁ ଧରତୀ ପୂଜା ଏବଂ ଆମ୍ବ ଟାକୁଆ ପର୍ବ ଅନ୍ୟତମ। ରାୟଗଡା ଜିଲା କାଶୀପୁର ବ୍ଲକରେ ବସବାସ କରୁଥିବା ପରଜା ବା ଝୋ ସମ୍ପ୍ରଦାୟର ଲୋକେ ଏହି ପର୍ବ ପାଳନ କରିଥାନ୍ତି। ଏହି ପୂଜା ମୁଖ୍ୟତଃ ଗ୍ରାମର ସମସ୍ତେ ଜମିରେ ବିହନ ବୁଣି ସାରିବା ପରେ ବାହୁଡ଼ାଯାତ୍ରା ଗଲେ କରିଥାନ୍ତି। ଏ ବର୍ଷ ଫସଲ କିଭଳି ଭଲ ହେବ, ଜୀବଜନ୍ତୁ ନଷ୍ଟ ନ କରିବେ ଏବଂ ଗ୍ରାମର ସମସ୍ତେ ଯେପରି ରୋଗମୁକ୍ତ ଜୀବନ କଟାଇବେ ସେହି ଉଦ୍ଦେଶ୍ୟରେ ମାଟି ଦେବତାଙ୍କୁ ଅନୁସରଣ କରି ଝାଙ୍କେରକୁ ନେଇଥିବା କୁକୁଡ଼ା, ଘୁଷୁରି ଅଣ୍ଡା, ମାଛ ବଳି ଦେବା ପରେ ସେଠାରେ ଏକ ସିଆଡ଼ି ପତ୍ର ଦନାରେ ଘୁଷୁରି ମାଂସକୁ ନିଆଁରେ ଶିଝାଇ ଏକ ମାଠିଆରେ ଭାତ ରାନ୍ଧି ପ୍ରଥମେ ଭୋଗ ଅର୍ପଣ କରନ୍ତି। ଏହାକୁ ପରଜା ଭାଷାରେ ଚର ବୋଲି କୁହାଯାଏ। ନେଇଥିବା ଆମ୍ବ ଟାକୁଆକୁ ଏକ ଧାମନ (ବାରେଙ୍ଗ ) କାଠରେ ଚପି ଦୁଇଫାଳ କରି ପୂଜା ସ୍ଥାନରେ ଥିବା ପଥର ଉପରେ ରଖି ସେମାନେ ଭୋଗ ଲଗାଇ ଥାନ୍ତି l ପରେ ଗ୍ରାମରେ ଆମ୍ବ ଟାକୁଆରୁ କୋଇଲି କାଢ଼ି ପିଠା, ଆମ୍ବ ଟାକୁଆ ପେଜ କରି ଖାଇଥାନ୍ତି। ଏହା ପୂର୍ବରୁ ଗ୍ରାମରେ କେହି ମଧ୍ୟ ଟାକୁଆ ଚପି ନ ଥାନ୍ତି। ଏହି ପର୍ବ ପୂର୍ବରୁ ଗ୍ରାମବାସୀ ଗ୍ରାମର ମୁଖିଆ ଭାବରେ ଜାନି, ମୁଦୁଲି, ଚାଲାଣ ବା ଗାଉଁତିଆଙ୍କୁ ବାଛିଥାନ୍ତି। ସେହି ବ୍ୟକ୍ତିମାନେ ଗ୍ରାମର ଭଲମନ୍ଦ, ପୂଜା ବିଧି ଏବଂ ପର୍ବ ପର୍ବାଣିରେ ଯୋଗଦେଇ ସମସ୍ତ କାର୍ଯ୍ୟ ତୁଲାଇଥାନ୍ତି। ସେମାନଙ୍କ ମଧ୍ୟରେ ଜଣେ ଦିଶାରୀ ରହିଥାନ୍ତି। ସେ ଗ୍ରାମର ଶାନ୍ତି ପାଇଁ ପୂଜାବିଧି, ପର୍ବପର୍ବାଣିର ସମୟ ଏବଂ ଯୋଗ ବାହାର କରିଥାନ୍ତି। ଧରତୀ ପୂଜା ଏବଂ ଆମ୍ବ ଟାକୁଆ ଚପି ପାଇଁ ଜାନି ମୁଦୁଲି ପ୍ରଥମେ ଦିଶାରୀଙ୍କ ପାଖକୁ ଯାଇ ଭଲ ଦିନ ବାର ସମୟ ପଚାରି ଜଣାନ୍ତି। ପରେ ଗ୍ରାମ ଲୋକେ ପୂଜାରେ କଣ ଲାଗିବ ତାହା ସଂଗ୍ରହ କରିଥାନ୍ତି l ଦିଶାରୀ ଯୋଗ ନିର୍ଦ୍ଧାରଣ ପରେ ଝାଙ୍କେରକୁ ଗ୍ରାମର ମୁଖିଆ ଏବଂ ଜାନି ମୁଦୁଲି ଯାଇ ପୂଜା ସ୍ଥାନକୁ ଗାଈ ଗୋବର ଲିପି ଜାଗାକୁ ଶୁଚି କରିଥାନ୍ତି। ପରେ ଝାଙ୍କେର ଦେବୀ, ଗଛ ଦେବତା, ପଥର ଦେବତା, ପାହାଡ଼ ଦେବତା, ଗ୍ରାମ ଦେବୀ, ନିଶାଣୀ ମୁଣ୍ଡା, ମାଟିଦେବତା, ପଶୁପକ୍ଷୀଙ୍କୁ ନାମଧରି ସେଠାରେ ନେଇଥିବା କୁକୁଡ଼ା, ଘୁଷୁରି , ନଦୀ ମାଛ, କୁକୁଡ଼ା ଅଣ୍ଡା ଯାହା ନେଇଥାନ୍ତି ପୂର୍ବ ପୁରୁଷମାନେ ଯେପରି ପୂଜା କରୁଥିଲେ ସେହିପରି କରିଥାନ୍ତି।
Posted inଆମ ଜିଲା ଖବର, ରାୟଗଡା View All
ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…
ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…
ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…
ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ
ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…
ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ
ପୁରୀ,୨୦ା୯(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…
ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…
ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…
ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା
ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…
ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍ କଫ୍ସିରପ୍ ଚାଲାଣକାରୀଙ୍କୁ….
ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…
ସିମନବାଡ଼ି ସବ୍ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ
ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

