ସରଗରମ ହେଉଛି ରାଜଧାନୀ ରାଜନୀତି

ଭୁବନେଶ୍ୱର, ୫।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ନିର୍ବାଚନ ତାତି ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ନାମାଙ୍କନ ପତ୍ର ଦାଖଲ ସମୟ ସରି ଆସୁଥିବାରୁ ବିଭିନ୍ନ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାରେ ତତ୍ପରତା ପ୍ରକାଶ କରିଛନ୍ତି। ସେହିପରି ଟିକେଟ ପାଇବା ପୂର୍ବରୁ ମଧ୍ୟ ଅନେକ ପ୍ରାର୍ଥୀ ତରବରରେ ନାମାଙ୍କନ ଦାଖଲ କରୁଥିବା ଜଣାପଡିଛି। ଶୁକ୍ରବାର ତୃତୀୟ ଦିନରେ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ପାଇଁ ୧୬ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ୫୨ ନଂ. ଓ୍ବାର୍ଡର ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା ରହିଛନ୍ତି। ଶ୍ରୀଧର ବିଜେଡିରୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଉକ୍ତ ଓ୍ବାର୍ଡର କର୍ପୋରେଟର ଦାୟିତ୍ୱରେ ଥିଲେ। ଚଳିତଥର ମଧ୍ୟ ସେ ଦଳୀୟ ଟିକେଟ ଆଶାରେ ରହିଛନ୍ତି। ସେହିଭଳି ଓ୍ବାର୍ଡ ନଂ. ୨୩ ପାଇଁ ଆରତୀ ଭୂୟଁା, ୨୮ ନଂ. ପାଇଁ ପ୍ରିୟମ୍ବଦା ପୃଷ୍ଟି, ୩୨ ନଂ. ପାଇଁ ଜହୁର ଖାନ୍‌, ୩୩ ନଂ. ପାଇଁ ଧରିତ୍ରୀ ଜେନା, ୩୬ ନଂ. ପାଇଁ ମମତା ସେଠୀ, ୩୯ ନଂ. ପାଇଁ ଗୀତାଞ୍ଜଳି ସାହୁ, ୪୦ ନଂ. ପାଇଁ କୁଳସା ବିଶୋଇ, ଓ୍ବାର୍ଡ ନଂ. ୪୨ ପାଇଁ ରଶ୍ମୀ ରଞ୍ଜନ ମହାପାତ୍ର, ୪୫ ନଂ. ପାଇଁ ଜ୍ୟୋତିରେଖା ନାୟକ, ୪୬ ନଂ. ପାଇଁ ମମତା ମଲିକ, ୫୦ ନଂ. ପାଇଁ ରାମଚନ୍ଦ୍ର ରଣସିଂହ, ୫୪ ନଂ. ପାଇଁ ଶିବପ୍ରସାଦ ବେହେରା, ୬୧ ନଂ. ପାଇଁ ନରେନ ସାହୁ ଏବଂ ସୁଭାଷିନୀ ପୃଷ୍ଟି ଓ ୬୫ ନଂ. ଓ୍ବାର୍ଡ ପାଇଁ କାର୍ତ୍ତିକ ଚନ୍ଦ୍ର ସୁନ୍ଦରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗୁରୁବାର ୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ତୃତୀୟ ଦିନ ସୁଦ୍ଧା ମୋଟ୍‌ ୨୦ଜଣ ପ୍ରାର୍ଥୀ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ଦାଖଲ କରି ସାରିଲେଣି। ସେହିପରି କର୍ପୋରେଟର ପଦବୀ ପାଇଁ ଆଉ ୨୧୦ଟି ଫର୍ମ ବିକ୍ରି ହୋଇଛି। ଅପରପକ୍ଷେ ତୃତୀୟ ଦିନ ବିତିଯାଇଥିଲେ ବି କୌଣସି ଦଳ ପକ୍ଷରୁ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ ହୋଇନାହିଁ। ତେବେ ତୃତୀୟ ଦିନରେ ୭ଟି ମେୟର ପଦବୀ ଫର୍ମ ବିକ୍ରି ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ କର୍ପୋରେଟର ପଦବୀ ପାଇଁ ମୋଟ୍‌ ୫୮୧ଟି ଫର୍ମ ବିକ୍ରି ହୋଇଥିବାବେଳେ ମେୟର ପଦବୀ ପାଇଁ ୧୫ଟି ଫର୍ମ ବିକ୍ରି ହୋଇଛି।
ଏପଟେ ମନୋନୟନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଅତିରିକ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକ କାଉଣ୍ଟର ଖୋଲା ଯାଇଥିଲା। ମନୋନୟନ ପତ୍ରଗୁଡିକ ପ୍ରାରମ୍ଭିକ ଯାଞ୍ଚ ପରେ ପ୍ରାର୍ଥୀମାନେ ନିର୍ଦ୍ଧାରିତ କାଉଣ୍ଟରରେ ସଂପୃକ୍ତ ସହକାରୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଟ୍ରାଫିକ ଓ ଜନ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ତଥା ସମ୍ମୁଖ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri