ଗୋରୁଙ୍କୁ ଖାଇବାକୁ ଦେଉଥିବାବେଳେ ଗୁହାଳ ଉପରେ ଉପୁଡ଼ି ପଡ଼ିଲା ଗଛ, ପ୍ରଚଣ୍ଡ ଶବ୍ଦ ଶୁଣି ବୃଦ୍ଧ…

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ବୃନ୍ଦାବନ ପଲ୍ଲୀ ଗ୍ରାମର ଗୋବିନ୍ଦ ଗୌଡ଼ଙ୍କ ଗୁହାଳ ଉପରେ ଶୁକ୍ରବାର ଅପରାହ୍ନରେ ବହୁ ପୁରୁଣା କଇଥ ଗଛ ଉପୁଡ଼ି ପଡ଼ିବାରୁ ଗୁହାଳଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଗୋବିନ୍ଦ ତାଙ୍କ ୧୦ରୁ ଊଦ୍ଧର୍‌ବ ଗୋରୁଙ୍କୁ ଖାଇବାକୁ ଦେଉଥିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ସେ ଭୟଭୀତ ଅବସ୍ଥାରେ ବାହାରକୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗଛଟି ଗୁହାଳ ଉପରେ ପଡ଼ିଥିଲା। ଗତ ଦୁଇ ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ଗଛ ମୂଳ ବତୁରି ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି। ଗୋବିନ୍ଦଙ୍କ ଚିତ୍କାର ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗୁହାଳ ମଧ୍ୟରୁ ଗୋରୁଙ୍କୁ ଉଦ୍ଧାର କରିଥିଲେ। ଗୋବିନ୍ଦ ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

ପ୍ରେମ ବିବାହର ଭୟଙ୍କର ଅନ୍ତ! ପତ୍ନୀଙ୍କୁ କାର୍‌ରେ ବସାଇ କେନାଲକୁ ଗାଡ଼ି ଖସାଇଦେଲେ…

ଚଣ୍ଡିଗଡ଼,୨୫ା୬: ପଞ୍ଜାବର ପଟିଆଲାରୁ ଏକ ଗଭୀର ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ପ୍ରେମ ବିବାହ ମୃତ୍ୟୁରେ ପରିଣତ ହୋଇଛି। ଭାରତୀୟ ସେନାର…

ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।…

ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା

ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା…

ଏଲନ ମସ୍କଙ୍କୁ ଶକ୍ତ ଝଟକା: ହାତରୁ ଗଲା…

ନ୍ୟୁୟର୍କ,୨୫।୬: ଦୁନିଆର ପ୍ରଥମ ଟ୍ରିଲିୟନେୟାର (Trillionaire) ଭାବେ ଏଲନ ମସ୍କଙ୍କ ସଂକ୍ଷିପ୍ତ ସମୟ ଶେଷ ହୋଇଯାଇଛି। ସ୍ପେସଏକ୍ସ (SpaceX – SPCX) ଏବଂ ଟେସଲା (Tesla –…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ନବୀନଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ସୁଜାତା

ଭୁବନେଶ୍ବର,୨୫ା୬: ବିଜେଡିରେ ମିଶିଲେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ବିଧିବଦ୍ଧ ଭାବେ ସେ…

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

ଜନ ସଂପର୍କ ଅଭିଯାନ, ମୋହନ ସରକାରଙ୍କ ଉପଲବ୍ଧି-ଲକ୍ଷ୍ୟ ବଖାଣିଲେ ଏମପି

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri