କାର୍ଡବୋର୍ଡରେ ଚାଲିଛି ଚିକିତ୍ସା: ଜାଣିନାହାନ୍ତି ସିଡିଏମ୍‌ଓ, ମନ୍ତ୍ରୀ ବି ନୀରବ, ଫଟୋ-ଭିଡିଓ ଭାଇରାଲ ପରେ…

ବରଗଡ଼,୯ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରେ ସମସ୍ୟା ଅସମାହିତ ହୋଇପଡ଼ିଥିବାବେଳେ ଏଠାରେ ରୋଗୀଙ୍କୁ ମୌଳିକ ସ୍ବାସ୍ଥ୍ୟସେବା ମଧ୍ୟ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଡାକ୍ତରଖାନାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସ୍ଲାବ୍‌ କିମ୍ବା ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବଦଳରେ ବର୍ଜ୍ୟବସ୍ତୁ ତଥା କାର୍ଡବୋର୍ଡରେ ଚିକିତ୍ସା କରାଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଜିଲା ମୁଖ୍ୟ ଡାକ୍ତରଖାନାର ଏଭଳି ଚିକିତ୍ସା ପଦ୍ଧତିକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. କୁବେର ମହନ୍ତଙ୍କୁ ପଚାରିବାରୁ ସେ କହିଥିଲେ, ଭାଇରାଲ ହେଉଥିବା ଭିଡିଓ, ଫଟୋ କେଉଁଠିକାର ଏବଂ କେବେ ସେଭଳି ହୋଇଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେହିପରି ଜିଲା ମୁଖ୍ୟ ଡାକ୍ତରଖାନାରେ ଅସ୍ଥିଶଲ୍ୟ ବିଶେଷଜ୍ଞ ନାହାନ୍ତି, ଯଦି ସେଭଳି କିଛି ହୋଇଥିବ, ତାହା ଆଟେଣ୍ଡାଣ୍ଟମାନେ ଭୁଲ୍‌ରେ କରିଥିବେ ବୋଲି ସେ କହିଥିଲେ। ସେହିପରି ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବରଗଡ଼ ଗସ୍ତରେ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସେ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରିବାରୁ ମନ୍ତ୍ରୀ ଡା. ମହାଲିଙ୍ଗ କିଛି ଉତ୍ତର ରଖି ନ ଥିଲେ।
ଉକ୍ତ ଜିଲା ମୁଖ୍ୟ ଡାକ୍ତରଖାନାର ସମସ୍ୟା ନୂଆଁ ନୁହେଁ। ଏଠାରେ ବିଦ୍ୟୁତ୍‌ ସେବା ଠପ୍‌ ପଡ଼ିବାରୁ ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା ଚାଲିଥିବାର ନଜୀର ରହିଥିବାବେଳେ ବିଭିନ୍ନ ପରୀକ୍ଷା ସେବା ମଧ୍ୟ ଅନେକ ସମୟରେ ଉପଲବ୍ଧ ହେଉ ନାହିଁ। ତେବେ ତାହା ସାଧାରଣରେ ପରିଣତ ହୋଇଥିବାବେଳେ ଏବେ କାର୍ଡବୋର୍ଡରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଚିକିତ୍ସା ଏଠାରେ ଚାଲୁଥିବା ଘଟଣା ସାମ୍ନାକୁ ଆସିବା ପରେ ଘଟଣାଟି ଆଲୋଡ଼ନ ଖେଲାଇ ଦେଇଛି।

ମିଳିଥିବା ସୂଚନାନୁଯାୟୀ, ଏକାଧିକ ଥର ଏଠାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଏଭଳି କାର୍ଡବୋର୍ଡରେ ପ୍ରାଥମିକ ଚିକିତ୍ସା କରାଯାଇ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତ ୩ ତାରିଖ ବରଡ଼ୋଲ ମିଲ୍‌ ପାଖରେ ଏବଂ ୫ତାରିଖ ପଥର୍ଲା ପାଖରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଏଭଳି ଚିକିତ୍ସା କରାଯାଇଥିଲା ଏବଂ ଭାଇରାଲ ହେଉଥିବା ଫଟୋ, ଭିଡିଓ ସମ୍ପୃକ୍ତ ଆହତଙ୍କ ଚିକିତ୍ସା ସମୟର ବୋଲି ସାଧାରଣରେ ଆଲୋଚିତ ହେଉଛି।
ତେବେ କାର୍ଡବୋର୍ଡ ଏକ ବର୍ଜ୍ୟବସ୍ତୁ ହୋଇଥିବାବେଳେ ଦୁର୍ଘଟଣାରେ ଆହତଙ୍କୁ ସେଭଳି ଚିକିତ୍ସା ଦ୍ୱାରା ସଂକ୍ରମଣର ଆଶଙ୍କା ଅଧିକ ରହିଛି। ଏହାସତ୍ତ୍ୱେ ଜିଲା ମୁଖ୍ୟ ଡାକ୍ତରଖାନାରେ କିଭଳି ସ୍ଥିତିରେ ସେଭଳି ଚିକିତ୍ସାକୁ ବିଭାଗୀୟ କର୍ମଚାରୀମାନେ ଆପଣାଇ ନେଇଛନ୍ତି ଏବଂ ଏପର୍ଯ୍ୟନ୍ତ ବିଭାଗୀୟ ମୁଖ୍ୟ ମଧ୍ୟ ସେଥିପ୍ରତି ଅବଗତ ନାହାନ୍ତି, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ଏଭଳି ଖାମଖିଆଲି ଚିକିତ୍ସା ପ୍ରତିବାଦରେ ଜନ ଅସନ୍ତୋଷ ତେଜି ଉଠିଥିବାବେଳେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?