ଟ୍ରେଜେରି ଷ୍ଟ୍ରଙ୍ଗ୍‌ରୁମ୍‌ ଛାତ, କାନ୍ଥରେ ଫାଟ

ଛତ୍ରପୁର,୧୪।୫(ଡି.ଏନ୍‌.ଏ):ଗଞ୍ଜାମ ଜିଲା ମୁଖ୍ୟାଳୟ ଛତ୍ରପୁରରେ ଥିବା ଜିଲା ଟ୍ରେଜେରି ଅଫିସର ଷ୍ଟ୍ରଙ୍ଗରୁମ ବିପଦଶଙ୍କୁଳ ଅବସ୍ଥାରେ ଦୀର୍ଘ ବର୍ଷ ହେଲା ରହିଛି। ଅଫିସ ଷ୍ଟ୍ରଙ୍ଗରୁମର କାନ୍ଥ ଓ ଛାତର ବିଭିନ୍ନ ସ୍ଥାନରେ ଫାଟ ଦେଖାଦେଲାଣି। ଏପରିକି ବର୍ଷା ଦିନେ ହେଉ ଅବା କାଳ ବୈଶାଖୀରେ ବର୍ଷା ପାଣି ଫାଟ ଦେଇ ଘର ଭିତରକୁ ପ୍ରବେଶ କରୁଛି। ଫଳରେ ଷ୍ଟ୍ରଙ୍ଗ ରୁମରେ ଥିବା ସରକାରୀ ସମ୍ପତି ପ୍ରତି ବିପଦ ଆଶଙ୍କା ଦେଖାଦେଉଛି । ସୂଚନାଯୋଗ୍ୟ ଉକ୍ତ ଟ୍ରେଜରୀ ଅଫିସର ଷ୍ଟ୍ରଙ୍ଗରୁମରେ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଠାରୁ ଆରମ୍ଭ କରି ହାତୀ ଦାନ୍ତ, ଷ୍ଟାମ୍ପ ଆଦି ବିଭିନ୍ନ ସରକାରୀ ସମ୍ପତି ଗଛିତ ରଖାଯାଇଥାଏ। ଏଠାରେ ୨୪ ଘଣ୍ଟିଆ ପୋଲିସ କର୍ମଚାରୀ ମୁତୟନ ସହ ସିସି କ୍ୟାମେରା ଲଗାଯାଇଛି। କିନ୍ତୁ ଟ୍ରେଜେରୀ ଅଫିସ ଷ୍ଟ୍ରଙ୍ଗରୁମରେ ଥିବା ସରକାରୀ ସମ୍ପତି ଆଦୌ ନିରାପଦ ନଥିବା ଜଣାପଡିଛି। ଆହୁରି ଜଣାଯାଇଛି ଯେ ଟ୍ରେଜରୀ ଅଫିସର ଷ୍ଟ୍ରଙ୍ଗରୁମକୁ ଯିବାକୁ ଥିବା ପାସେଜ ମଧ୍ୟ ଭାଙ୍ଗିରୁଜି ଯାଇଛି। ଏହା ପୁରୁଣା ହୋଇଥିବାରୁ ଏଠାରୁ ଲିକ୍‌ କରୁଛି। କିଛି ଦିନ ପୂର୍ବେ ଏହାର ମରାମତି କରାଯାଇଥିଲା। ମାତ୍ର ଏବେ ସେଠାରୁ ଲିକ୍‌ ହେଉଛି। ଷ୍ଟ୍ରଙ୍ଗରୁମ ଓ ପାସେଜ ମରାମତି ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏହା ମରାମତି କରିବାକୁ ଗଞ୍ଜାମ ଟ୍ରେଜେରି ଅଫିସରଙ୍କ ପକ୍ଷରୁ ୨ ତାରିଖରେ ଏକ ଚିଠି (୧୦୭୫) ବ୍ରହ୍ମପୁରସ୍ଥିତ ଗଞ୍ଜାମ ଆରଏବି -୨ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଲେଖାଯାଇଛି। ଷ୍ଟ୍ରଙ୍ଗରୁମର ଛାତ ଓ କାନ୍ଥରୁ ପାଣି ଗଳୁଥିବାରୁ ସରକାରୀ ସମ୍ପତି ଓ ଷ୍ଟାମ୍ପ ବକ୍ସଗୁଡିକୁ ଅନ୍ୟତ୍ର ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡୁଛି। ତେବେ ବହୁ ସରକାରୀ ସମ୍ପତି ଗଛିତ ଥିବାରୁ ସ୍ଥାନ ଅଭାବ ରହୁଛି। ଏହାର ଯାଞ୍ଚ କରି ଷ୍ଟ୍ରଙ୍ଗରୁମର ମରାମତି କରିବାକୁ ଉକ୍ତ ଚିଠିରେ ଅନୁରୋଧ କରାଯାଇଛି। ଛତ୍ରପୁରସ୍ଥିତ ଗଞ୍ଜାମ ଟ୍ରେଜେରୀ ଅଫିସର ପ୍ରଥମ ମହଲାରେ ୫୦ ସିଟ୍‌ ବିଶିଷ୍ଟ ଏକ ସମ୍ମିଳନୀ ଗୃହ ରହିଛି। ସେଠାରେ ପ୍ରୋଜେକ୍ଟର ସୁବିଧା ଅଛି । ଏଠାରେ ଜିଲାର ସମସ୍ତ ସରକାରୀ ଅଫିସମାନଙ୍କର ଡିଡିଓମାନଙ୍କୁ ତାଲିମ ନିୟମିତ ଦିଆଯାଇଥାଏ। ମାତ୍ର ଉକ୍ତ ସମ୍ମିଳନୀ ଗୃହରେ ପାଇଖାନାର ସୁବିଧା ନାହିଁ। ଏଠାକୁ ଆସୁଥିବା ଡିଡିଓମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ପାଇଖାନା ନିର୍ମାଣର ଆବଶ୍ୟକତା ରହିଛି ଏବଂ ଏହା ନିର୍ମାଣ ପାଇଁ ଅନୁରୋଧ କରାଯାଇଛି। ଆହୁରି ଜଣାଯାଇଛି ଯେ, ପୁରୁଣା ହୋଇଥିବାରୁ ଟ୍ରେଜେରି ଅଫିସର ପାଚେରି ମଧ୍ୟ ଭାଙ୍ଗିରୁଜି ଗଲାଣି। ଏଠାରେ ପାର୍କିଂ ସୁବିଧା ନଥିବାରୁ ଗାଡ଼ି ପାର୍କିଂ ଅନ୍ୟ ସ୍ଥାନମାନଙ୍କରେ କରିବାକୁ ପଡୁଛି। ଫଳରେ ଗାଡ଼ିଗୁଡିକ ସୁରକ୍ଷିତ ରହୁନି। ଏହିସବୁ ଉପରେ ପଦକ୍ଷେପ ନେବାକୁ ଉକ୍ତ ଚିଠିରେ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳଙ୍କୁ ମଧ୍ୟ ଚିଠି ଦ୍ୱାରା ଟ୍ରେଜେରୀ ଅଫିସର ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri