ମୁଣ୍ଡବିହୀନ ମୃତ ଶିଶୁ ଜନ୍ମ

ଢେଙ୍କାନାଳ ଅଫିସ,୧୪।୫: ଗର୍ଭସ୍ଥ ସନ୍ତାନ ଯେପରି ସୁରକ୍ଷିତ ଭାବେ ଭୂମିଷ୍ଠ ହେବ ସେଥିଲାଗି ଦିନରାତି ଏକ୍‌ କରି ଦେଇଥିଲେ ଦମ୍ପତି। ଡାକ୍ତର ଯେଉଁଭଳି ପରାମର୍ଶ ଦେଉଥିଲେ, ସେଭଳି ଚିକିତ୍ସା କରାଉଥିଲେ। ଏଥିଲାଗି ସୁନାଗହଣା ବନ୍ଧକ ରଖିବାକୁ ମଧ୍ୟ ପଛେଇ ନ ଥିଲେ। ତେବେ ଗର୍ଭସ୍ଥ ସନ୍ତାନର ଶାରୀରିକ ଗଠନରେ ବିକୃତି ଥିବା ସତ୍ତ୍ୱେ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟ ଠିକ୍‌ ଥିବା କହିଥିଲେ ଡାକ୍ତର। ହେଲେ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିବା ପ୍ରସବରେ ଜନ୍ମ ହୋଇଥିଲା ମୁଣ୍ଡବିହୀନ ଶିଶୁ। ଘରୋଇ ନର୍ସିଂହୋମ୍‌ ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତ ଯୋଗୀଡ଼ିହ ଗ୍ରାମର ବାବୁନା ପଧାନ ଏବଂ ତାଙ୍କ ସ୍ତ୍ରୀ ସୁମିତ୍ରା। ଏ ସଂକ୍ରାନ୍ତରେ ଶନିବାର ରାତି ୮ଟାରେ ଅଭିଯୁକ୍ତ ଡାକ୍ତର ଖଗେଶ୍ୱର ବେହେରାଙ୍କ ନାମରେ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ନଂ. ୩୨୬/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଡାକ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବାବୁନା ଏବଂ ସୁମିତ୍ରାଙ୍କ ଏକ ୫ ବର୍ଷର ଶିଶୁକନ୍ୟା ଅଛି। ଦ୍ୱିତୀୟ ଗର୍ଭରେ ସୁମିତ୍ରାଙ୍କ ମୃତ ସନ୍ତାନ ଜନ୍ମ ହୋଇଥିଲା। ଏହା ତାଙ୍କର ତୃତୀୟ ଗର୍ଭ ଥିବାବେଳେ ସ୍ତ୍ରୀଙ୍କ ଚିକିତ୍ସାରେ ସାମାନ୍ୟ ଅବହେଳା କରି ନ ଥିଲେ ବାବୁନା। ଗର୍ଭଧାରଣ ପରଠାରୁ ଢେଙ୍କାନାଳ ସହର ଶାସନ ଛକସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଖଗେଶ୍ୱର ବେହେରାଙ୍କ ନିକଟରେ ସୁମିତ୍ରାଙ୍କ ଚିକିତ୍ସା କରାଉଥିଲେ। ୨୦୨୨ ନଭେମ୍ବର ୧୫, ଡିସେମ୍ବର ୨୪ ଏବଂ ୨୦୨୩ ମାର୍ଚ୍ଚ ୨୩ରେ ତିନି ଥର ଅଲ୍‌ଟ୍ରାସାଉଣ୍ଡ କରାଇଥିବାବେଳେ ରିପୋର୍ଟ ଠିକ୍‌ ଥିବା ସମ୍ପୃକ୍ତ ଡାକ୍ତର କହିଥିଲେ। ତେବେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଡାକ୍ତର ଜଣକ ତାଙ୍କୁ କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ। କଟକରେ ଏପ୍ରିଲ ୮ ଏବଂ ୧୦ରେ ସୁମିତ୍ରାଙ୍କ ପୁନର୍ବାର ଅଲଟ୍ରାସାଉଣ୍ଡ ସ୍କାନିଂ ଏବଂ ପଲ୍‌ସ ଡାଇଗ୍ନୋସିସ କରାଯାଇଥିଲା। ତେବେ ଉକ୍ତ ରିପୋର୍ଟରୁ ଗର୍ଭସ୍ଥ ଶିଶୁର ଶାରୀରିକ ଗଠନ ଅସମ୍ପୂର୍ଣ୍ଣ ଥିବା ଜଣାପଡ଼ିଥିଲା। ଇତିମଧ୍ୟରେ ଏପ୍ରିଲ ୧୧ରେ ସୁମିତ୍ରା ମୁଣ୍ଡବିହୀନ ମୃତ ସନ୍ତାନ ଜନ୍ମ ଦେଇଥିଲେ।
ନିଜ ପ୍ରତିକ୍ରିୟାରେ ବାବୁନା କୁହନ୍ତି, ସ୍ତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସବୁକିଛି ଠିକ୍‌ଠାକ୍‌ ଥିବା କହୁଥିଲେ। ଦିନେ ସାମାନ୍ୟ ପାଣି ଜମିଯାଇଥିବା କହି କଟକ ପଠାଇଦେଇଥିଲେ। କଟକରେ କରାଯାଇଥିବା ଅଲଟ୍ରାସାଉଣ୍ଡ୍‌ ରିପୋର୍ଟରେ ଗର୍ଭସ୍ଥ ଶିଶୁର ମୁଣ୍ଡ ନ ଥିବା ଜଣାପଡ଼ିଥିଲା। କାହା ପାଖରେ ଚିକିତ୍ସା କରାଉଥିଲ ଯେ ଜାଣିପାରିଲ ନାହିଁ ବୋଲି ସେଠାକାର ଡାକ୍ତର ପାଲଟା ପଚାରିଥିଲେ। ସ୍ତ୍ରୀ ସୁମିତ୍ରାଙ୍କ ଅବସ୍ଥା ଗୁରୁତର ଥିବାରୁ ଅସ୍ତ୍ରୋପଚାର କରି ମୃତଶିଶୁକୁ ବାହାର କରାଯାଇଥିଲା। ଏଭଳି ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ଶନିବାର ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ବାବୁନା କହିଛନ୍ତି।
ଅନ୍ୟପଟେ ଡାକ୍ତର ଖଗେଶ୍ୱର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଦମ୍ପତିଙ୍କୁ ଠିକ୍‌ ସମୟରେ ଠିକ୍‌ ପରାମର୍ଶ ଦେଇ କଟକ ପଠାଇଥିଲେ। ସେମାନେ କଟକରେ କେଉଁ ଡାକ୍ତରଙ୍କୁ ପରାମର୍ଶ କଲେ ଜାଣିନାହାନ୍ତି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ଅଭିଯୋଗ ପାଇଛୁ। ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ମେଡିକାଲ)ଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କଠାରୁ ରିପୋର୍ଟ ମିଳିବା ପରେ ଯାହା ପଦକ୍ଷେପ ନିଆଯିବ। ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର କୁହନ୍ତି, ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri