ନୂଆ ୩ ସୋସାଇଟି ପଞ୍ଜୀକରଣରେ ଜାଲିଆତି

ନୟାଗଡ଼ ଅଫିସ,୧୪।୫:ପ୍ରତି ପଞ୍ଚାୟତରେ ସୋସାଇଟି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ନୟାଗଡ଼ ଜିଲାରେ ନୂଆ ସୋସାଇଟି ପଞ୍ଜୀକରଣ କରାଯାଇଛି। ଜିଲାରେ ୧୮ଟି ନୂଆ ସୋସାଇଟି ପଞ୍ଜୀକରଣ ହୋଇଛି । ତେବେ ଏଥିରୁ ରଣପୁର ବ୍ଲକର ଚମ୍ପାପେଡି, ଚମ୍ପାଗଡ଼ ଓ ଜଙ୍କିଆ ସୋସାଇଟି ପଞ୍ଜୀକରଣରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏନେଇ ରାଜ୍ୟ ସମବାୟ ନିବନ୍ଧକ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ନୟାଗଡ଼ ଉପସମବାୟ ନିବନ୍ଧକ ଏହାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି । ଅନ୍ୟପକ୍ଷେ ପ୍ରତି ପଞ୍ଚାୟତରେ ସୋସାଇଟି କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ନୂଆ ସୋସାଇଟି ବିଜ୍ଞପ୍ତି ପରେ ବି ଜିଲାର ୧୯ ପଞ୍ଚାୟତରେ ଆଦୌ ସୋସାଇଟି ନ ଥିବା ଜଣାପଡିଛି । ଜିଲାର ୮ଟି ବ୍ଲକରେ ୧୯୪ ପଞ୍ଚାୟତ ରହିଛି । ତେବେ ୧୯୪ ପଞ୍ଚାୟତରେ ପୂର୍ବରୁ ୧୫୭ ସୋସାଇଟି ରହିଥିଲା । ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସୋସାଇଟି କରିବା ପାଇଁ ଘୋଷଣା କରିବା ପରେ ନୟାଗଡ଼ ଜିଲାର ରଣପୁର ବ୍ଲକରେ ୧୧, ଖଣ୍ଡପଡ଼ା ବ୍ଲକରେ ୧, ଦଶପଲ୍ଲା ବ୍ଲକରେ ୧, ନୂଆଗଁା ବ୍ଲକରେ ୧, ଓଡ଼ଗଁା ବ୍ଲକରେ ୨, ନୟାଗଡ଼ ବ୍ଲକରେ ୨ ଏପରି ୧୮ ସୋସାଇଟି ପଞ୍ଜୀକରଣ ହୋଇଛି । ଜିଲାରେ ୧୮ ନୂଆ ସୋସାଇଟି ହେବା ପରେ ଜିଲାରେ ସୋସାଇଟି ସଂଖ୍ୟା ୧୭୫ରେ ପହଞ୍ଚିଛି ।
ଜିଲା ନୟାଗଡ଼, ସୋସାଇଟି ଖୋର୍ଦ୍ଧାରେ: ନୟାଗଡ଼ ଜିଲାର ରଣପୁର ବ୍ଲକରେ ୨୧ ସୋସାଇଟି ରହିଥିବାବେଳେ ଏଥିରୁ ୧୮ ସୋସାଇଟି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରହିଛି । ଏବେ ୧୧ଟି ନୂଆ ସୋସାଇଟି ପରେ ୨୯ ସୋସାଇଟି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରହିବ । ତେବେ ପ୍ରଶ୍ନ ଉଠୁଛି ନୟାଗଡ଼ ଜିଲା ପୁରୀଠାରୁ ଅଲଗା ହେବା ପରେ ଧିରେ ଧିରେ ସବୁ ଅଫିସ ନୟାଗଡ଼କୁ ଫେରୁଛି । ତେବେ ନୟାଗଡ଼ ଜିଲା ରଣପୁର ବ୍ଲକର ସୋସାଇଟି କାହିଁକି ଖୋର୍ଦ୍ଧା ଜିଲାରେ ରହିବ । କେତେଦିନ ଧରି ଗୋଟିଏ ଜିଲାରେ ଦୁଇ ଜିଲା ପ୍ରଶାସନର ଦୈତ୍ୟ ଶାସନ ଚାଲିବ। ଚାଷୀମାନେ କାହିଁକି ଅଯଥାରେ ହଇରାଣ ହେବେ। ସରକାର ରଣପୁରର ସୋସାଇଟିକୁ କାହିଁକି ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରଖୁ ନାହାନ୍ତି । ଏନେଇ ପ୍ରୟାସ ହେବାରେ ଅସୁବିଧା କେଉଁଠି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା
ରଣପୁରର ୩ ସୋସାଇଟି ନୟାଗଡ଼ରେ: ରଣପୁରର ଦର୍ପନାରାୟଣପୁର, ଡମସାହି, ରଙ୍କଦେଉଳି ପରି ୩ ସୋସାଇଟି ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରହିଛି। ରଣପୁର ବ୍ଲକର ସ୍ଥିତିକୁ ଅନୁଧ୍ୟାନ କଲେ ଏଠାରେ କି ପ୍ରକାରର ଶାସନ ଚାଲିଛି ବୁଝା ପଡୁନାହିଁ । ନୂଆ ସୋସାଇଟି ପରେ ରଣପୁର ବ୍ଲକରେ ସୋସାଇଟି ସଂଖ୍ୟା ୩୨ରେ ପହଞ୍ଚିଛି । ଏନେଇ ସହକାରୀ ସମବାୟ ନିବନ୍ଧକ(ଏଆରସିଏସ୍‌) ହାଡୁବନ୍ଧୁ ମହାକୁଡ଼ କୁହନ୍ତି, ରଣପୁରର ୩ ସୋସାଇଟି ଉପରେ ରଣପୁର ବିଧାୟକ ଅଭିଯୋଗ କରିବା ପରେ ରାଜ୍ୟ ସମବାୟ ନିବନ୍ଧକଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଛି । ନୟାଗଡ଼ର ଉପସମବାୟ ନିବନ୍ଧକ ଭାସ୍କର ପାଣିଗ୍ରାହୀ ଏହାର ତଦନ୍ତ କରୁଛନ୍ତି । ନୂଆ ସୋସାଇଟି ପରେ ଜିଲାରେ ସୋସାଇଟି ସଂଖ୍ୟା ୧୫୭ ବଦଳରେ ୧୭୫ରେ ପହଞ୍ଚିଛି। ତେବେ ଏଥିରୁ ରଣପୁର ବ୍ଲକର ୨୯ ସୋସାଇଟି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ କାମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?