Posted inଜାତୀୟ

ଦେଶଦ୍ରୋହ ଆଇନ ରଦ୍ଦ ହେଉ-ଶାନ୍ତିରେ ଲୋକେ ନିଶ୍ୱାସ ନିଅନ୍ତୁ,କହିଲେ ପୂର୍ବତନ ବିଚାରପତି…

ନୂଆଦିଲ୍ଲୀ,୧୧।୧୦: ଦେଶରେ ବିଭିନ୍ନ ରାଜନୈତିକ ଦଳର ସରକାର ଆସିବା ଯିବା ଲାଗି ରହିଛି। କିନ୍ତୁ ଦେଶରୁ ଦେଶଦ୍ରୋହ ଆଇନକୁ ରଦ୍ଦ କରାଯାଉ। ଏହାଦ୍ୱାରା ସାଧାରଣ ଲୋକ ଶାନ୍ତିରେ ନିଶ୍ୱାସ ନେଇପାରିବେ ବୋଲି ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରୋହିନଣ୍ଟନ ଫଲି ନରିମାନ କହିଛନ୍ତି। ଏହା ସହିତ ବେଆଇନ କାର୍ଯ୍ୟକଳାପ ଉପରେ ପର୍ଯ୍ୟବେସିତ ୟୁଏପିଏ ଆଇନର କିଛି ଅଂଶ ମଧ୍ୟ ରଦ୍ଦ କରାଯିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।

ବିଶ୍ୱନାଥ ପାରାୟତ କମିଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନରିମାନ କହିଛନ୍ତି ଯେ ବିଚାରାଧୀନ ଦେଶଦ୍ରୋହ ଆଇନ ମାମଲାକୁ କେନ୍ଦ୍ରକୁ ନ ପଠାଇବାକୁ ମୁଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବି।
ସୁପ୍ରିମକୋର୍ଟ ଏହି କ୍ଷେତ୍ରରେ ନିଜର କ୍ଷମତାର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
କ୍ଷମତା ପ୍ରୟୋଗ କରି ସୁପ୍ରିମ୍‌କୋର୍ଟ ଧାରା ୧୨୪-ଏ ଏବଂ ୟୁଏପିଏ ଆକ୍ଟର କିଛି ଅଂଶକୁ ରଦ୍ଦ କରିବା ଆବଶ୍ୟକ। ଗ୍ଲୋବାଲ ଲ ଇଣ୍ଡେକ୍ସରେ ଭାରତର ମାନ୍ୟତା ୧୪୨ ରହିବାର ମୁଖ୍ୟ କାରଣ ହେଉଛି ଯେ, ଏବେ ବି ଦେଶରେ ବ୍ରିଟିଶ ଶାସନ ସମୟର କଠୋର ଔପନିବେଶିକ ଆଇନ ରହିଛି।

ନରିମାନ କହିଛନ୍ତି ଯେ ଚାଇନା ଏବଂ ପାକିସ୍ତାନ ସହିତ ଭାରତର ଯୁଦ୍ଧ ହୋଇଛି। ଏହା ପରେ ଉପନିବେଶ ଆଇନ ଏବଂ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ ଲାଗୁ ହୋଇଛି। ୟୁଏପିଏ ଏକ ବ୍ରିଟିଶ ଅମଳର ଆଇନ । ଏଥିରେ କୌଣସି ଅଗ୍ରୀମ ଜାମିନ ନାହିଁ। ଏଥିରେ ସର୍ବନିମ୍ନ ପାଞ୍ଚ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ। ସେ କହିଛନ୍ତି ଯେ ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଧାରା ୧୨୪-ଏ ବର୍ତ୍ତମାନ ପର୍ଯ୍ୟନ୍ତ କିପରି ରହିଛି, ଏହାକୁ ନେଇ ବିଚାର କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ କଂଗ୍ରେସର କଳହକୁ ନେଇ କେଜରିୱାଲ କହିଲେ, ‘ସେ ତାଙ୍କ ଘର ସମ୍ଭାଳିପାରୁ ନାହାନ୍ତି’

ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ନେଇ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି । ଗେହଲଟଙ୍କୁ ସମର୍ଥନ କରୁଥିବା...

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବିବାଦ

ଅହମଦାବାଦ,୨୦ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ବିବାଦ ଦେଖାଦେଇଛି। ଗୁଜରାଟର ଅହମଦାବାଦ ମ୍ୟୁନିସପାଲ କର୍ପୋରେଶନ ପକ୍ଷରୁ ଦେବ୍‌ ଶରନ୍‌ ବସ୍ତିରେ ରହୁଥିବା...

କରୋନା ସ୍ଥିତିରେ ସୁଧାର ଆସିବା ପରେ ଚାଇନାରେ ପୁଣି ଖୋଲିଲା ଫିଲ୍ମ ହଲ୍‌, ରିଲିଜ୍‌ ହେବ ପୁରୁଣା ହିଟ୍‌ ଫିଲ୍ମ

ବେଜିଂ: କରୋନା ଭାଇରସ୍‌ ଚାଇନାର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା। ଫଳରେ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ...

ତାଜମହଲ ବୁଲିଲେ ମଙ୍ଗୋଲିଆ ରାଷ୍ଟ୍ରପତି

ଆଗ୍ରା,୨୧।୯: ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ଟମାଗିନ ବଟୁଲଗା ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶନିବାର ସେ ଓ ତାଙ୍କ ସ୍ତ୍ରୀ ଆଗ୍ରାର ତାଜମହଲ ବୁଲି ଦେଖିଛନ୍ତି।...

ଦେଶରେ ୧୮ ଲକ୍ଷ ଟପିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ରବିବାର ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୧,୫୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା...

ସୀମାରୁ ମିଳିଲାଣି ୧୧ ସୁଡ଼ଙ୍ଗ

ଜମ୍ମୁ,୫ା୫(ଆଇଏଏନ୍‌ଏସ୍‌): ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ସଂଲଗ୍ନ ଅନ୍ତର୍ଜାତୀୟ ବର୍ଡରରୁ ଏକ ସୁଡ଼ଙ୍ଗ ଠାବ ହେବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାକିସ୍ତାନ ଆଗରେ...

ସରକାର ବଞ୍ଚାଇବାକୁ ଉଦ୍ୟମ: ରାୟପୁର ଗସ୍ତରେ ବିଧାୟକ

ରାଞ୍ଚି,୩୦।୮: ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ମୁଖ୍ୟ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବା ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। କିନ୍ତୁ ନିର୍ବାଚନ କମିଶନଙ୍କ...

ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ...

Advertisement
Archives

Model This Week