Posted inଜାତୀୟ

ଦେଶଦ୍ରୋହ ଆଇନ ରଦ୍ଦ ହେଉ-ଶାନ୍ତିରେ ଲୋକେ ନିଶ୍ୱାସ ନିଅନ୍ତୁ,କହିଲେ ପୂର୍ବତନ ବିଚାରପତି…

ନୂଆଦିଲ୍ଲୀ,୧୧।୧୦: ଦେଶରେ ବିଭିନ୍ନ ରାଜନୈତିକ ଦଳର ସରକାର ଆସିବା ଯିବା ଲାଗି ରହିଛି। କିନ୍ତୁ ଦେଶରୁ ଦେଶଦ୍ରୋହ ଆଇନକୁ ରଦ୍ଦ କରାଯାଉ। ଏହାଦ୍ୱାରା ସାଧାରଣ ଲୋକ ଶାନ୍ତିରେ ନିଶ୍ୱାସ ନେଇପାରିବେ ବୋଲି ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରୋହିନଣ୍ଟନ ଫଲି ନରିମାନ କହିଛନ୍ତି। ଏହା ସହିତ ବେଆଇନ କାର୍ଯ୍ୟକଳାପ ଉପରେ ପର୍ଯ୍ୟବେସିତ ୟୁଏପିଏ ଆଇନର କିଛି ଅଂଶ ମଧ୍ୟ ରଦ୍ଦ କରାଯିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।

ବିଶ୍ୱନାଥ ପାରାୟତ କମିଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନରିମାନ କହିଛନ୍ତି ଯେ ବିଚାରାଧୀନ ଦେଶଦ୍ରୋହ ଆଇନ ମାମଲାକୁ କେନ୍ଦ୍ରକୁ ନ ପଠାଇବାକୁ ମୁଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବି।
ସୁପ୍ରିମକୋର୍ଟ ଏହି କ୍ଷେତ୍ରରେ ନିଜର କ୍ଷମତାର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
କ୍ଷମତା ପ୍ରୟୋଗ କରି ସୁପ୍ରିମ୍‌କୋର୍ଟ ଧାରା ୧୨୪-ଏ ଏବଂ ୟୁଏପିଏ ଆକ୍ଟର କିଛି ଅଂଶକୁ ରଦ୍ଦ କରିବା ଆବଶ୍ୟକ। ଗ୍ଲୋବାଲ ଲ ଇଣ୍ଡେକ୍ସରେ ଭାରତର ମାନ୍ୟତା ୧୪୨ ରହିବାର ମୁଖ୍ୟ କାରଣ ହେଉଛି ଯେ, ଏବେ ବି ଦେଶରେ ବ୍ରିଟିଶ ଶାସନ ସମୟର କଠୋର ଔପନିବେଶିକ ଆଇନ ରହିଛି।

ନରିମାନ କହିଛନ୍ତି ଯେ ଚାଇନା ଏବଂ ପାକିସ୍ତାନ ସହିତ ଭାରତର ଯୁଦ୍ଧ ହୋଇଛି। ଏହା ପରେ ଉପନିବେଶ ଆଇନ ଏବଂ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ ଲାଗୁ ହୋଇଛି। ୟୁଏପିଏ ଏକ ବ୍ରିଟିଶ ଅମଳର ଆଇନ । ଏଥିରେ କୌଣସି ଅଗ୍ରୀମ ଜାମିନ ନାହିଁ। ଏଥିରେ ସର୍ବନିମ୍ନ ପାଞ୍ଚ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ। ସେ କହିଛନ୍ତି ଯେ ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଧାରା ୧୨୪-ଏ ବର୍ତ୍ତମାନ ପର୍ଯ୍ୟନ୍ତ କିପରି ରହିଛି, ଏହାକୁ ନେଇ ବିଚାର କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?